କ୍ଷେତରେ ହସୁଛି ସୂର୍ଯ୍ୟମୁଖୀ । ବସନ୍ତ ବାଆରେ ଯେମିତି ଦୋଳି ଖେଳୁଛି ସୁନେଲି ସୂର୍ଯ୍ୟମୁଖୀ । ଆଉ ଏହି ସୂର୍ଯ୍ୟମୁଖୀ ଚାଷ କରି ଚାଷୀ ବି ହସୁଛି । ହଳଦୀ ଗୁରୁଗୁରୁ ଛନଛନିଆ ଗଛକୁ ଦେଖିଲେ ଯାହାର ବି ମନ ଲାଖିଯିବ । ବିନା ଅଭିଜ୍ଞତା, ବିନା ପରାମର୍ଶ ଏବଂ ବିନା ସରକାରୀ ସହାୟତାରେ ଚମତ୍କାର କରିଛନ୍ତି କନ୍ଧମାଳ ଫୁଲବାଣୀ ବ୍ଲକ ବୁଢ଼ାଦାନୀ ଗ୍ରାମର ୩ ମହିଳା । ନିଜର ଦେଶୀ ବୁଦ୍ଧି ବଳରେ ସୂର୍ଯ୍ୟମୁଖୀ ଚାଷ କରି ସଫଳ ହୋଇଛନ୍ତି ।
Published By: Tanmay Kumar Mahalik
Last updated: 26 February 2024, 09:00 AM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।