Advertisment

ବାଘଙ୍କ ପାଇଁ ଲାଗିଥିଲା CCTV, ଧରାପଡ଼ିଗଲା ଦୁର୍ଦ୍ଦାନ୍ତ ଶିକାରୀ

ଟ୍ରାପ୍‌ କ୍ୟାମେରା ଦ୍ୱାରା ଏବେ ଧରାପଡ଼ିଲା ଶିକାରୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Hunter

Hunter

ଶିମିଳିପାଳ ଅଭ୍ୟାୟରଣ୍ୟରେ ବାଘ ଗଣନା ପାଇଁ ବିଭିନ୍ନ ସ୍ଥାନରେ ଲାଗିଥିଲା ଟ୍ରାପ୍‌ କ୍ୟାମେରା। ବାଘ ଗଣନା ସହ ଏହି କ୍ୟାମେରା ମାଧ୍ୟମରେ ଶିମିଳିପାଳ କର୍ତ୍ତୁପକ୍ଷଙ୍କୁ ମିଳିଛି ବଡ଼ ସଫଳତା। ଏହି ଟ୍ରାପ୍‌ କ୍ୟାମେରା ଦ୍ୱାରା ଏବେ ଧରାପଡ଼ିଲା ଶିକାରୀ। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ।

Advertisment

PCCF ‘X’ରେ ଏକ ଫଟୋ ସେୟାର କରିବା ସହ ଲେଖିଛନ୍ତି କି, ‘ଫଟୋରେ ଥିବା ବ୍ୟକ୍ତି ଜଣକ ହେଉଛନ୍ତି ବାଇଗା ହୋ। ସେ ଜଣେ କୁଖ୍ୟାତ ଶିକାରୀ। ତେବେ ନିକଟରେ ଶିମିଳିପାଳରେ ଲାଗିଥିବା ଅନେକ କ୍ୟାମେରାରେ ଏହି ଶିକାରୀ ଜଣକ ନଜର ଆସିଥିଲା। କ୍ୟାମେରାରେ କଏଦ ହେବା ପରେ ଶିମିଳିପାଳ ଅଭ୍ୟାୟରଣ୍ୟର କର୍ମଚାରୀ ତାକୁ ଚିହ୍ନଟ କରିବା ସହ ଗିରଫ ମଧ୍ୟ କରିଥିଲେ। ତାକୁ ଦୋଷୀ ପ୍ରମାଣ କରିବାକୁ ଆମ ପାଖରେ ଯଥେଷ୍ଟ ପରିମାଣର ପ୍ରମାଣ ରହିଛି ବୋଲି କହିଛନ୍ତି ସୁଶାନ୍ତ ନନ୍ଦ।

Advertisment

ସେ ଆହୁରି କହିଛନ୍ତି କି, ଶିମିଳିପାଳ ଅଭ୍ୟାୟରଣ୍ୟକୁ ସୁରକ୍ଷିତ ରଖିବା ପାଇଁ ଜଙ୍ଗଲ ମଧ୍ୟରେ ରିମୋଟ୍‌ ଆଇଆର କ୍ୟାମେରା ଲଗାଯାଇଛି। ଏହା ମାଧ୍ୟମରେ ୨୪ ଘଣ୍ଟା ନଜର ରଖାଯାଉଛି ବୋଲି ସୁଶାନ୍ତ ନନ୍ଦ କହିଛନ୍ତି। ତେବେ ଦିନକୁ ଦିନ ଶିମିଳିପାଳ ଅଭ୍ୟାୟରଣ୍ୟରେ ଶିକାରୀଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି। ବିଗତ ୩ ବର୍ଷରେ ଶିମିଳିପାଳ ଅଭ୍ୟାୟରଣ୍ୟରୁ ୪୫୦ଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା।

Similipal National Park
Advertisment
Advertisment