ବଢ଼ିଲା ଓମଫେଡ୍ କ୍ଷୀର ଦର। ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।
ଓଡ଼ିଶା ପୋଲିସ୍ରେ ଚାଲିଥିବା କନଷ୍ଟେବଲ ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟ ଆଜି ବଡ଼ ଟିପ୍ପଣୀ କରିଛନ୍ତି।
ଲୋକେ ନିଜ ନିଜ ଅସୁବିଧା ନେଇ ଥାନାକୁ ଗଲେ ସେଠି ତାଙ୍କ ସୁବିଧା ଅସୁବିଧା ବୁଝିବାକୁ କେହି ନାହାନ୍ତି । ଥାନା ବାବୁ ନାଁ ଶୁଣୁଛନ୍ତି ନା କିଛି ବୁଝୁଛନ୍ତି । ଲୋକେ ଏଠି ପୋଲିସ୍ ଉପରେ ଖପ୍ପା
ବର୍ଷବର୍ଷ ଧରି ପାହାଡି ଅଞ୍ଚଳରେ ୧୧ଟି ଆଦିବାସୀ ପରିବାର ବସବାସ କରି ଆସୁଛନ୍ତି । ରାଇପାଡ଼ ଗାଁ ଓଡ଼ିଶାରେ ରହିଥିଲେ ମଧ୍ୟ ବିଦ୍ୟୁତ, ପାଣି ଓ ଶିକ୍ଷା ଆଦି ସବୁ ସୁବିଧା ଆନ୍ଧ୍ର ସରକାର ଯୋଗାଇ ଦେଇ ଆସୁଛନ୍ତି । ଗାଁରେ ଆନ୍ଧ୍ର ସରକାର ଲୋକଙ୍କୁ ବିଦ୍ୟୁତ ସେବା, ପାନୀୟ ଜଳ , ଶିକ୍ଷା,ଆଧାର କାର୍ଡ ଭଳି ଅନେକ ସେବା NGO ମଧ୍ୟରେ ଯୋଗାଇ ଦେଇ ଆସୁଛନ୍ତି । ଆନ୍ଧ୍ର ପକ୍ଷରୁ ସବୁ ପାଉଛନ୍ତି ହେଲେ ଓଡ଼ିଶା ପକ୍ଷରୁ କିଛି ପାଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଅଂଚଳବାସୀ ।
ବୌଦ୍ଧ ଜିଲ୍ଲାରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡ଼ିଛି । ଗାଁ ଗହଳିରୁ ଲୋକେ ନ୍ୟାୟ ପାଇବାକୁ ଆସୁଛନ୍ତି । ହେଲେ ଥାନାରେ ବଡ଼ ବାବୁ ରହୁନାହାନ୍ତି କି ବଡ଼ ଅଫିସର ରହୁନଥିବା ନେଇ ଅନେକ ଅଭିଯୋଗ ଆସିଛି ।
କଟକ ଏସ୍ସିବି ମେଡିକାଲ(SCB Medical)ର କିଡ୍ନୀ ପ୍ରତିରୋପଣରେ ପୁଣି ସଫଳତା। ପ୍ରଥମଥର ପାଇଁ ବ୍ରେନ୍ ଡେଡ୍ ଘୋଷିତ ଜଣେ ମହିଳାଙ୍କ ୨ଟି କିଡ୍ନୀ କଢା ଯାଇ ୨ ଜଣଙ୍କଠାରେ ସଫଳ ପ୍ରତିରୋପଣ କରାଯାଇଛି।
ଜାତିର ସୃଷ୍ଟି କିଏ କରିଥିଲା, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏସବୁ ଉପରେ ଆଲୋଚନା କରାଯିବା ପୂର୍ବରୁ ଇତିହାସକୁ ନିରେଖିବା ଓ ପରିଖିବା ଜରୁରୀ। ବିଗତ ୧୦୦ ବର୍ଷର ଇତିହାସକୁ ଦେଖିଲେ ସ୍ପଷ୍ଟ ଯେ, ଜାତି ସବୁର ସୂଚୀ ପ୍ରସ୍ତୁତ କରିବା କାମ ଶାସକମାନେ ହିଁ କରିଛନ୍ତି।
ବାଣିକ ଇନଷ୍ଟିଚ୍ୟୁଟ୍ରେ ଜିଏସଟି ରେଡ୍ । ରାଜଧାନୀର ଜଣାଶୁଣା କୋଚିଂ ଇନଷ୍ଟିଚ୍ୟୁଟରେ ଜିଏସଟି ପକ୍ଷରୁ ରେଡ୍ ହୋଇଥିବା ସୂଚନା ମିଳିଛି । କୋଚିଂ ଇନଷ୍ଟିଚ୍ୟୁଟରେ ସେଣ୍ଟ୍ରାଲ ଜିଏସଟି ଟିମ୍ ଚଢାଉ କରିଛି
ରାଜ୍ୟରେ ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ଆପାର୍ଟମେଣ୍ଟ ଆଇନ । ଦୀର୍ଘ ବର୍ଷ ଧରି ଆପାର୍ଟମେଣ୍ଟ ପଞ୍ଜୀକରଣ କାର୍ଯ୍ୟ ଠପ୍ ହୋଇଯାଇଥିବାରୁ ପାଖପାଖି ୫ ହଜାର କୋଟି ଟଙ୍କାର ରିୟଲ ଇଷ୍ଟେଟ କାରବାର ପୁଣି ସଚଳ ହେବା ଆଶା କରାଯାଉଛି । ତେବେ ବିଧାନସଭାରେ ଆଗତ ଆପାର୍ଟମେଣ୍ଟ ବିଲରେ ଅନେକ ଦିଗ ସମ୍ପର୍କରେ ସ୍ପଷ୍ଟତା ନଥିବାରୁ ଦ୍ୱନ୍ଦ୍ୱରେ ରହିଛନ୍ତି ଉଭୟ ଗ୍ରାହକ ଓ ବିଲ୍ଡର
ଆଜି ମହାକାଶରେ ଦେଖିବାକୁ ମିଳିବ ଚମତ୍କାର ଦୃଶ୍ୟ। ଏହାକୁ ସମସ୍ତେ ସବୁ ସ୍ଥାନରୁ ଦେଖିପାରିବେ। ଆଜି ନ ଦେଖିଲେ ଆହୁରି ୧୭ ବର୍ଷ ଅପେକ୍ଷା କରିବାକୁ ପଡିବ। ଜାଣନ୍ତୁ କେଉଁ ସମୟରେ ଏଭଳି ଚମତ୍କାର ଦୃଶ୍ୟ ଦେଖିପାରିବେ।
ଯାଜପୁର ସରକାରୀ ପଲିଟେକ୍ନିକ୍ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କ୍ୟାମ୍ପସ୍ ପାଇଁ ସେ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।
ଚାଷ କଲେ ଭଲ ଦୁଇ ପଇସା ଲାଭ ହେବ । କିଛି ଏମିତି ଭାବି ଆରମ୍ଭ କରିଦେଲେ ଚାଷ । ବାସ୍ ଏହାପରେ ବହୁମାତ୍ରାରେ ଫୁଲ ଫୁଟୁଛି । ଗୋଟିଏ କ୍ଷେତରେ ସ୍ୱାମୀ,ସ୍ତ୍ରୀ, ବାପା-ମାଆଙ୍କ ସହ ୬ ଜଣ ଦିନ ମଜୁରିଆ ଭାବରେ ନିର୍ଦ୍ଧୁମ ଖଟୁଛନ୍ତି । ଆଉ ଯେତିକି ରୋଜଗାର ହେଉଛି ସେତିକିରେ ନିଜେ ଲାଭବାନ ହେବା ସହିତ ଲୋକଙ୍କୁ ଦେଉଛନ୍ତି ନିଯୁକ୍ତି ।
ଲଙ୍କାପତି ରାବଣ ଅମର ଥିଲା। ତା’ର ଅମରତ୍ୱର କାରଣ ହେଉଛି ତା’ ନାଭିରେ ଥିଲା ଅମୃତ। ଏହି କାରଣରୁ ତାକୁ ହତ୍ୟା କରିବା ଅସମ୍ଭବ ଥିଲା। ତେବେ ରାବଣର ନାଭିରେ ଅମୃତ ଆସିଲା କେଉଁଠୁ? କିଏ ଏହାର ରହସ୍ୟ ଜାଣିଥିଲେ?
ଘାଟରେ ସେଲଫି ନେବା ବେଳେ କାହ୍ନୁ ବାରିକଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଶୁଭମ୍ ପାତ୍ର ଓ ବବୁଲ ବାରିକ ପାଣି ଭିତରକୁ ଯାଇ ଭାସି ଯାଇଥିଲେ ।
ଚୌଦ୍ୱାରରେ ରହିଛି ରହସ୍ୟମୟ ଭୂତକୋଠି। ରାତି କଥା ଛାଡ଼ନ୍ତୁ ଦିନରେ ବି ଏହି ସ୍ଥାନକୁ ଆସିବାକୁ ଲୋକମାନେ ଭୟ କରନ୍ତି।
ଫ୍ଲାଟ୍ କିଣିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ନଚେତ୍ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି।
ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡ଼ି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି ।
ଶୁଷ୍କ ମହାନଦୀକୁ ନେଇ ଘନେଇବାରେ ଲାଗିଛି ବିବାଦ, ରାଜନୀତି । ହେଲେ ଆଗକୁ କ୍ଷେତ୍ର ପରିଦର୍ଶନ ପାଇଁ ଆସୁଥିବା ଟ୍ରିବୁନାଲ୍ ଆଗରେ ପ୍ରଭାବୀ ତଥ୍ୟ ରଖିବାକୁ ପ୍ରସ୍ତୁତ ଅଛନ୍ତି ତ ରାଜ୍ୟ ସରକାର । ମହାନଦୀ ତଳ ମୁଣ୍ଡ ଶୁଖିଲା ପଡ଼ିବା ପଛର କାରଣ କଣ । ଏସବୁର ଯୁକ୍ତି ସଂଗତ ଉତ୍ତର ଟ୍ରିବୁନାଲକୁ ସନ୍ତୁଷ୍ଟ କରି ପାରିବ ତ ? ଏହାକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଉଥିଲା ବେଳେ ଗ୍ରାଉଣ୍ଡ ଜିରୋରେ ବିଗିଡ଼ିବାରେ ଲାଗିଛି ମହାନଦୀର ସ୍ଥିତି
ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ ।
ପଟିଆଲାର ମହାରାଜା ଭୁପେନ୍ଦ୍ର ସିଂହଙ୍କ ନିକଟରେ ହୀରା ଅଳଙ୍କାରର ଏକ ବଡ଼ ଭଣ୍ଡାର ରହିଥିଲା । ମହାରାଜା ୧୦୦୧ ହୀରାରେ ନିର୍ମିତ ଏକ କବଚ ପିନ୍ଧୁଥିଲେ । ଆଉ ଯେତେବେଳେ ମହାରାଜା ଉଲଗ୍ନ ହୋଇ ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ ସେତେବେଳେ ରାଜା ସେହି କବଚକୁ ଧାରଣ କରୁଥିଲେ ।
ଶିକ୍ଷକତା କରୁଥିଲେ ଆମଦାନୀ ହୋଇ ରାଜନୀତିକୁ ଆସିଲେ । ଜିଲ୍ଲା ପରିଷଦ ହୋଇ ଅଖଣ୍ଡ କ୍ଷମତାର ଅଧିକାରୀ ହେଲେ । ପାଞ୍ଚବର୍ଷର ଅବଧି ସରିବା ପରେ ପୁଣି ସାଧାରଣ ଜୀବନକୁ ଫେରିଲେ । ଦଳରୁ ସେମିତି କିଛି ଖାସ୍ ସମ୍ମାନ କି ସହଯୋଗ ମିଳିଲାନି । ଶିକ୍ଷକତାକୁ ବି ଫେରି ପାରୁନାହାନ୍ତି । ବାଧ୍ୟ ହୋଇ ଏବେ ଚାଷ କାର୍ଯ୍ୟ କରି ପରିବାରର ଗୁଜରାଣ ମେଣ୍ଟାଉଛନ୍ତି କେନ୍ଦୁଝର ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା କମଳିନୀ ପାତ୍ର...
ରୋଜଗାରର ବାଟ ଦେଖାଇଲା ତରଭୁଜ । ତରଭୁଜ ଚାଷ କରି ହଜାର ହଜାର ଚାଷୀ ହେଲେ ସ୍ବାବଲମ୍ବୀ । କମ୍ ସମୟରେ ସ୍ବଳ୍ପ ଖର୍ଚ୍ଚରେ ଚାଷୀ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା…..
ଉଠା ଦୋକାନୀକୁ ଗଲେ ଖାଇବେନି ଖାଇବେନି କହି ପେଟପୁରା ଖାଇଲେ । ଖାଇ ସାରି ଟଙ୍କା ବଢ଼େଇ ଦେଲେ ରୁଦ୍ର ହେଲେ ନେବାକୁ କୁନ୍ଥୁ କୁନ୍ଥୁ ଦୋକାନୀ....
ମାଛଗାଁ ନିକଟରେ ଗାଧୋଇଲା ବେଳେ ଭାସିଯାଇ ୩ ଜଣ ନିଖୋଜ
ରାଜ୍ୟର ବିଭିନ୍ନ ସ୍ଥାନରେ ଦର୍ଶକଙ୍କ ଖଚାଖଚ ଭିଡ଼ ଭିତରେ ଯାତ୍ରା ଚାଲିଛି । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ କେଉଁ ଯାତ୍ରା କମିଟି ଆଇଟମ୍ ଗାର୍ଲ ତ ଆଉ କିଏ ସିନେ କଳାକାରଙ୍କୁ ଆଣୁଛନ୍ତି । ତେବେ କେନ୍ଦ୍ରାପଡା ବଡମୁଳୁବସନ୍ତ ପଡିଆରେ ଚାଲିଥିବା ଯାତ୍ରାକୁ ନେଇ କଳାକାର ଓ କମିଟି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଆଜି ଯାତ୍ରା ମଂଚକୁ ଆଇଟମ୍ ଗାର୍ଲ ନିଶା ମହାରଣାଙ୍କୁ ଆଣିବାକୁ ଘୋଷଣା କରିଥିଲା କମିଟି । ନିଜେ ନିଶା ମଧ୍ୟ ଭିଡିଓ ଜାରି କରି ସେ ଆସୁଥିବା ସ୍ପଷ୍ଟ କରିଥିଲେ । ହେଲେ ନିଶାଙ୍କ ବିରୋଧରେ ଏକାଠି ହୋଇଛନ୍ତି ଯାତ୍ରା କଳାକାର । କହିଛନ୍ତି, ନିଶା ଆସିଲେ ସେମାନେ ମଂଚକୁ ଯିବେ ନାହିଁ ।