• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

କଥାରେ ଅଛି, ଯେ ଦେଶେ ଯାଇ ସେ ଫଳ ଖାଇ । ବିଭିନ୍ନ ଦେଶରେ ଭିନ୍ନ ପରମ୍ପରା । କିଛି ଦେଶରେ ଏମିତି କିଛି ପରମ୍ପରା ରହିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ଏହାକୁ ବିଶ୍ୱାସ କରିବା ସମ୍ଭବ ହୁଏ ନାହିଁ । ଯାହା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥାଏ ।

ତେବେ ଆଫ୍ରିକାରେ ବସବାସ କରୁଥିବା ହିମ୍ବା ଜନଜାତିର ଲୋକଙ୍କ ମଧ୍ୟରେ ଏଭଳି କିଛି ପରମ୍ପରା ରହିଛି, ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଏଠାରେ ଝିଅ ମାନେ ଜୀବନରେ କେବଳ ଥରେ ହିଁ ଗାଧାନ୍ତି, ତାହା ପୁଣି ତାଙ୍କ ବିବାହ ଦିନ । ଆଶ୍ଚର୍ଯ୍ୟକର କଥା ହେଉଛି, ଗାଁକୁ ଆସିଥିବା ଅତିଥିଙ୍କୁ ନିଆରା ଉପାୟରେ ଚର୍ଚ୍ଚା କରାଯାଇଥାଏ। ଅତିଥିଙ୍କୁ ନିଜ ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖିବାକୁ ସ୍ୱାମୀ ଅନୁମତି ଦିଅନ୍ତି । କଥାଟି ଅଡ଼ୁଆ ଲାଗୁଥିଲେ ବି ସତ ।

ଅଧିକ ପଢ଼ନ୍ତୁ: ନିଜ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ପାଖକୁ ପଠେଇ ଖୁସି ହୁଅନ୍ତି ସ୍ତ୍ରୀ

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଫ୍ରିକା ନାମିବ୍ୟାର କୁନୈନ ଅଞ୍ଚଳରେ ହିମ୍ବା ଜନଜାତିର ଲୋକ ବସବାସ କରନ୍ତି । ଏଠାରେ ଭିନ୍ନ ପରମ୍ପରା ସାଙ୍ଗକୁ ରୀତିନୀତି ମଧ୍ୟ ରହିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏହି ଅଞ୍ଚଳରେ ଜଳର ଅଭାବ କାରଣରୁ ଏଠାକାର ଝିଅ ଜୀବନରେ ଥରେ ଗାଧୋଇଥାନ୍ତି । ସେ ପୁଣି ବିବାହ ଦିନ ।

ବର୍ଷ ବର୍ଷ ନ ଗାଧୋଇ ବି ତାଙ୍କ ଦେହରୁ ଦୁର୍ଗନ୍ଧ ବାହାରେ ନାହିଁ । କାହିଁକି ନା ସେମାନେ ଦେହରେ ଏକ ପେଷ୍ଟ ଲେପନ କରନ୍ତି, ଯାହା ଖଣିଜ ଧୂଳିରେ ପ୍ରସ୍ତୁତ ହୋଇଥାଏ । ଏହି ପେଷ୍ଟ ଲେପନ ଦ୍ୱାରା ସୂର୍ଯ୍ୟ କିରଣରୁ ରକ୍ଷା କରିବା ସହିତ ଚର୍ମକୁ କୀଟପତଙ୍ଗ ଏବଂ ପୋକରୁ ରକ୍ଷା କରିଥାଏ । ଏହା ମହିଳାଙ୍କ ଚେହେରାକୁ ଉଜ୍ଜ୍ୱଳ କରିଥାଏ, ଯେଉଁ କାରଣରୁ ସେମାନଙ୍କର ରଙ୍ଗ ହାଲୁକା ଦେଖାଯାଏ ।

ଆଶ୍ଚର୍ଯ୍ୟର କଥା ହେଲା, ସେଠାକୁ ଯାଉଥିବା ଅତିଥିମାନଙ୍କ ଆତିଥ୍ୟ ପାଇଁ ଲୋକମାନେ ନିଜ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଅନୁମତି ଦିଅନ୍ତି । ଏହି ସମୟ ମଧ୍ୟରେ ଘରର ବ୍ୟକ୍ତି ଅନ୍ୟ କୋଠରୀରେ କିମ୍ବା ଘର ବାହାରେ ଶୋଇଥାନ୍ତି । ହିମ୍ବା ଜନଜାତିର ପୁରୁଷ ଏବଂ ମହିଳା ଅନ୍ୟ ଲୋକଙ୍କ ସହିତ ଏକରୁ ଅଧିକ ସମ୍ପର୍କ ରଖିବାର ସ୍ୱାଧୀନତା ପାଇଛନ୍ତି ।

Himba(Himba)