ଯୁଗ ବଦଳିଯାଇଛି । କିନ୍ତୁ ଆଜି ବି ବଦଳିନାହିଁ, କିଛି ଲୋକଙ୍କ ମଧ୍ୟଯୁଗୀୟ ମାନସିକତା । ଜାତିପ୍ରଥା କବଳରେ କବଳିତ କିଛି ବ୍ୟକ୍ତି ଓ ସଂପ୍ରଦାୟ ।
ଜାତିର ସୃଷ୍ଟି କିଏ କରିଥିଲା, ତାକୁ ନେଇ ଆଲୋଚନା ପର୍ଯ୍ୟାଲୋଚନା ଆରମ୍ଭ ହୋଇଯାଇଛି। ଏସବୁ ଉପରେ ଆଲୋଚନା କରାଯିବା ପୂର୍ବରୁ ଇତିହାସକୁ ନିରେଖିବା ଓ ପରିଖିବା ଜରୁରୀ। ବିଗତ ୧୦୦ ବର୍ଷର ଇତିହାସକୁ ଦେଖିଲେ ସ୍ପଷ୍ଟ ଯେ, ଜାତି ସବୁର ସୂଚୀ ପ୍ରସ୍ତୁତ କରିବା କାମ ଶାସକମାନେ ହିଁ କରିଛନ୍ତି।