/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679981222.jpg)
Jagatsingpur News
ସେଲଫି ହେଲା କାଳ । ନଦୀରେ ଗାଧୋଉଥିବା ବେଳେ ସେଲଫି ନେବାକୁ ଯାଇ ତିନିଜଣ ଛାତ୍ରଙ୍କ ଜୀବନ ଯାଇଛି । ଗତକାଲି ଜଗତସିଂହପୁର ମାଛଗାଁ ନିକଟ ଦେବୀ ନଦୀ ଘାଟକୁ ଚାରିଜଣ ସାଙ୍ଗ ଗାଧୋଇବାକୁ ଯାଇଥିଲେ ।
Advertisment
ଘାଟରେ ସେଲଫି ନେବା ବେଳେ କାହ୍ନୁ ବାରିକଙ୍କ ଗୋଡ ଖସି ଯାଇଥିଲା । ତାଙ୍କୁ ଉଦ୍ଧାର କରିବାକୁ ଶୁଭମ୍ ପାତ୍ର ଓ ବବୁଲ ବାରିକ ପାଣି ଭିତରକୁ ଯାଇ ଭାସି ଯାଇଥିଲେ । ତିନି ସାଙ୍ଗ ବୁଡି ଯିବାର ଦେଖି ସେଠାରେ ଉପସ୍ଥିତ ଥିବା ତପନ ସାହାଯ୍ୟ ପାଇଁ ଲୋକଙ୍କୁ ଡାକିଥିଲେ ବୋଲି ବାଲିକୁଦା ଥାନା ଆଇଆଇସି ସୂଚନା ଦେଇଛନ୍ତି ।
ତିନି ଛାତ୍ର ବୁଡି ଯାଇଥିବା ଖବର ପାଇ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ଖୋଜାଖୋଜି ପରେ ଗତକାଲି ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଆଜି ସକାଳୁ ଆଉ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତିନି ଛାତ୍ରଙ୍କ ମୃତଦେହ ଉଦ୍ଧାର ହେବା ପରେ ଘଟଣାସ୍ଥଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)