Advertisment

ଇନଷ୍ଟାଗ୍ରାମ୍‌ରେ ଖବର ଦେବାକୁ...ଟ୍ରେନ୍‌ ଆକ୍ସିଡେଣ୍ଟ ଏରିଆକୁ ଧାଇଁଲେ କୁନି ରିପୋର୍ଟର

ଆଙ୍କର ହୋଇଥିବା କୁନି ଝିଅ ସ୍ଥାନୀୟ ଅଂଚଳର ଗୀତାଞ୍ଜଳି ବିଶ୍ୱାଳ ହୋଇଥିବା ବେଳେ ରିପୋର୍ଟର ହୋଇଥିବା ପୁଅ ଜଣକ ହେଉଛନ୍ତି ଜଗନ୍ନାଥ ବେହେରା । ଗତକାଲି ପୁରୀରେ ଟ୍ରେନ୍‌ ଲାଇନଚ୍ୟୁତ୍‌ ହେବା ପରେ ଏଇ ଦୁଇ ଜଣ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆଉ ଆରମ୍ଭ କରିଦେଇଥିଲେ ନିଜ ଦର୍ଶକଙ୍କୁ ଖବର ଦେବା । ଏମାନେ ଖବର ଦେବାରେ ଏମିତି ମଜି ଯାଇଥିଲେ ଯେ ସେମାନେ ନିଜେ କେତେବେଳେ ଖବର ଭିତରକୁ ଆସିଗଲେ ତାହା ନିଜେ ବି ଜାଣିନଥିଲେ ।

author-image
Sarbeswar
ଅଦ୍ୟତନ ହୋଇଛି
Instagram Reporter

Instagram Reporter

ଶ୍ରୀକ୍ଷେତ୍ରରେ ଦିନ ପ୍ରାୟ ୩ଟାରେ ପୁରୀ-ଗୁଣପୁର ଏକ୍ସପ୍ରେସ୍‌ ଲାଇନ୍‌ଚ୍ୟୁତ୍‌ ହୋଇଗଲା । ଟ୍ରାକ୍‌ରୁ ଖସିବା ପରେ ଚଟାପଟ୍‌ ବ୍ୟାପିଯାଇଥିଲା ଏଇ ଖବର । ଜମା ହୋଇଥିଲେ ଶହଶହ ଲୋକେ । ହେଲେ ଏଇ ଦୁଇ କୁନି ରିପୋର୍ଟର ଓ ଆଙ୍କରଙ୍କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଦେଖନ୍ତୁ କୁନି ଝିଅଟି ଆଙ୍କର ହୋଇ ରିପୋର୍ଟରଙ୍କୁ ପୂରା ଘଟଣାର କେମିତି କୈଫୟତ ମାଗୁଛି । ରିପୋର୍ଟର ବି ଫିଲ୍ଡରୁ ପୂରା ଟିକିନିଖି ଖବର ଦେବା ସହିତ ଆଙ୍କରକୁ ଘଟଣା ସମ୍ପର୍କରେ ସବୁ କହୁଛନ୍ତି । ଆପଣ ଦେଖୁଥିବେ ପ୍ରତିଦିନ ଆମେ ମଧ୍ୟ କିଛି ଏପରି ଢଙ୍ଗରେ ଖବର ପରିବେଷଣ କରୁ । ଆଉ ଏଇ ଦୁଇ କୁନି ପିଲା ବି ସମାନ ଢଙ୍ଗରେ ଖବର ପରିବେଶ କରୁଥିଲେ ନିଜ ଇନଷ୍ଟାଗ୍ରାମର ଦର୍ଶକଙ୍କୁ ଖବର ଦେବା ଲାଗି।

Advertisment

ଆଙ୍କର ହୋଇଥିବା କୁନି ଝିଅ ସ୍ଥାନୀୟ ଅଂଚଳର ଗୀତାଞ୍ଜଳି ବିଶ୍ୱାଳ ହୋଇଥିବା ବେଳେ ରିପୋର୍ଟର ହୋଇଥିବା ପୁଅ ଜଣକ ହେଉଛନ୍ତି ଜଗନ୍ନାଥ ବେହେରା । ଗତକାଲି ପୁରୀରେ ଟ୍ରେନ୍‌ ଲାଇନଚ୍ୟୁତ୍‌ ହେବା ପରେ ଏଇ ଦୁଇ ଜଣ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଆଉ ଆରମ୍ଭ କରିଦେଇଥିଲେ ନିଜ ଦର୍ଶକଙ୍କୁ ଖବର ଦେବା । ଏମାନେ ଖବର ଦେବାରେ ଏମିତି ମଜି ଦେଇଥିଲେ ଯେ ସେମାନେ ନିଜେ କେତେବେଳେ ଖବର ହୋଇଗଲେ ତାହା ନିଜେ ବି ଜାଣିନଥିଲେ ।

ଦୁଇ ପିଲା ମୋବାଇଲ୍‌ରେ ସୁଟିଂ କରୁଥିବା ଦେଖିବା ପରେ ଆମେ ତାଙ୍କ ପାଖରେ ପହଞ୍ଚିଥିଲୁ । ଏବଂ ସେମାନେ କଣ କରୁଛନ୍ତି ତାହା ଜାଣିବାକୁ ଚେଷ୍ଟା କରିଥୁଲି । ଘଟଣା କଣ ଆମେ ଯେତେବେଳେ ଜାଣିଲୁ ସେତେବେଳେ ଆମେ ବି ଆଶ୍ଚର୍ଯ୍ୟ ହୋଇଗଲୁ । ଦର୍ଶକବନ୍ଧୁ ଏବେ ସୋସିଆଲ ମିଡିଆ ଏମିତି ଏକ ପ୍ଲାର୍ଟଫର୍ମ ଯେଉଁଥିରେ ପ୍ରଥମେ ଖବର ଦେବାକୁ ସମସ୍ତେ ଚାହାଁନ୍ତି । ହେଲେ ଏଇ ଦୁଇ କୁନି ପିଲା ନିଜ ଭିୟ୍ୟୁରର୍ସଙ୍କୁ ଖବର ଦେବାକୁ ଯେମିତି ଉପାୟରେ ଚେଷ୍ଟା କରିଛନ୍ତି ତାହା ନିଶ୍ଚୟ ସ୍ୱାଗତଯୋଗ୍ୟ...

Advertisment

(ପୁରୀରୁ ମଧୁସୂଦନ ମିଶ୍ରଙ୍କ ରିପୋର୍ଟ)

Train Accident
Advertisment
Advertisment