Advertisment

ହଷ୍ଟେଲ୍ ରୁମ୍‌ରୁ ମିଳିଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ, ହଇରାଣ କରୁଥିଲେ ସହପାଠୀ !

ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। କ୍ୟାମ୍ପସ୍ ପାଇଁ ସେ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Girl Student Found Hanging From Jajpur Hostel

Girl student found hanging in hostel of Government Polytechnic in Jajpur

ଯାଜପୁର ସରକାରୀ ପଲିଟେକ୍‌ନିକ୍‌ର ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଇଲେକ୍ଟ୍ରିକାଲ୍ ତୃତୀୟ ବର୍ଷର ଛାତ୍ରୀ ରୋଜାଲିନ୍ ପାତ୍ରଙ୍କ (୧୮) ଝୁଲନ୍ତା ମୃତଦେହ ହଷ୍ଟେଲ୍ ରୁମ୍‌ରୁ ଉଦ୍ଧାର କରାଯାଇଛି। ରୋଜାଲିନ ଜଣେ ମେଧାବୀ ଛାତ୍ରୀ ଥିଲେ।

Advertisment

ରୋଜାଲିନଙ୍କ ମୃତ୍ୟୁ ପରେ ପରିବାର ଲୋକେ ସାଂଘାତିକ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ଜେନାପୁର ଥାନା ଅନ୍ତର୍ଗତ ଷେଣ୍ଢପୁର ଗାଁର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନ ୪ଟି କ୍ୟାମ୍ପସ୍ ପାଇଁ ଚୟନ ହୋଇଥିଲେ। ଏନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ଏପରକି ଜଣେ ଛାତ୍ର ତାଙ୍କୁ ମାଡ଼ ମାରିଥିବା ବି ରୋଜାଲିନଙ୍କ ମା’ ଅଭିଯୋଗ କରିଛନ୍ତି।

ବାରମ୍ବାର ରୋଜାଲିନଙ୍କୁ ଧମକ ଦେଉଥିଲେ କିଛି ପିଲା। ଏସମ୍ପର୍କରେ ସେ ଘର ଲୋକଙ୍କୁ ଜଣାଇଥିଲେ। ପ୍ରକୃତରେ କେଉଁ କାରଣ ପାଇଁ ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡ଼ିନି। ଘଟଣା ପରେ ହଷ୍ଟେଲ୍ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଏଥିପାଇଁ କଲେଜ ଅଧ୍ୟକ୍ଷ ଓ କର୍ତ୍ତୃପକ୍ଷଙ୍କୁ ମୃତ ଛାତ୍ରୀଙ୍କ ପରିବାର ଦାୟୀ କରିଛନ୍ତି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ତଦନ୍ତ ଚଳାଇଛି।

Advertisment
Student Death Student Deadbody Found
Advertisment
Advertisment