• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଏଣିକି ଆଉ ବାଇକ ଚଳାଇ ପାରିବେନି ସ୍କୁଲ ପିଲା । ଆଜିଠୁ ବିଭିନ୍ନ ସ୍କୁଲ, କଲେଜ ଆଖପାଖରେ କଡାକଡି ହେବ ଚେକିଂ । ଯଦି ପିଲାମାନେ ଗାଡି ଚଳାଉଥିବା ବେଳେ ଧରାପଡିଲେ ତେବେ ତଣ୍ଡ ଗଣିବେ ଗାଡି ମାଲିକ । ଏପଟେ ଆସନ୍ତା ମାସ ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହେଉଛି ।

ଏଣିକି ଗାଡ଼ି ଚଳାଇ ପାରିବେନି ନାବାଳକ ଓ ନାବାଳିକା ସ୍କୁଲ ପିଲା । ସ୍କୁଲ ଓ କଲେଜ ଆଖପାଖରେ ହେବ କଡ଼ାକଡ଼ି ଚେକିଂ । କାଲିଠୁ ଆରମ୍ଭ ହେଉଛି ସ୍ପେସାଲ ଡ୍ରାଇଭ । ଗାଡି ଜବତ ସହ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ବ୍ୟବସ୍ଥା ରହିଛି । ତାସହ ଗାଡିର ରେଜିଷ୍ଟ୍ରେସନ ବାତିଲ ହେବ । ଏମିତିକି ପିଲା ଧରାପଡ଼ିଲେ ଗାଡ଼ିମାଲିକଙ୍କୁ କରାଯିବ କୋର୍ଟ ଚାଲାଣ । ଯେଉଁ ନାବାଳକ ଓ ନାବାଳିକା ଧରାପଡିବେ, ସେମାନଙ୍କ ବାବଦରେ ତଥ୍ୟ ସାରଥୀ ଡାଟାବେସରେ ଏଣ୍ଟ୍ରି ହେବ ।

ଯାହାଦ୍ୱାରା ଭବିଷ୍ୟତରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ପିଲାଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନସ ମିଳିବନି । ଏହା କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ମଙ୍ଗଳବାରଠୁ ଏପ୍ରିଲ ପ୍ରଥମ ସପ୍ତାହର ଶେଷ ଯାଏ ସ୍ପେସାଲ ଡ୍ରାଇଭ ହେବ ବୋଲି ସେ କହିଛନ୍ତି । ଏଭଳି ଅଭିଯାନକୁ ସମସ୍ତେ ସ୍ୱାଗତ କରିଛନ୍ତି । କିଛି ଦିନ ତଳେ ମଦ୍ୟପ ଡ୍ରାଇଭରଙ୍କୁ ସାବାଡ ପାଇଁ ହୋଇଥିଲା ବଡଧରଣର ଅଭିଯାନ । ଏବେ ନାବାଳକ ଓ ନାବାଳିକା ସ୍କୁଲ ପିଲାଙ୍କ ଗାଡି ଚାଳନା ଉପରେ ରୋକ ଲଗାଇବ ବିଭାଗ । ଆସନ୍ତା ଏପ୍ରିଲ ପ୍ରଥମ ସପ୍ତାହକୁ ଜିରୋ ଫାଟାଲିଟି ୱିକ୍ ବା ଶୂନ ଦୁର୍ଘଟଣାଜନିତ ମୃତ୍ୟୁ ସପ୍ତାହ ଭାବେ ପାଳନ ହେବ ।

ଏହି ସପ୍ତାହରେ ଯେମିତି ରାଜ୍ୟରେ ଜଣଙ୍କର ବି ମୃତ୍ୟୁ ହେବନି, ସେନେଇ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରିଛି ରାଜ୍ୟ ସଡକ ଓ ପରିବହନ ବିଭାଗ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଏସଓପି ଜାରି କରିଛନ୍ତି ରାଜ୍ୟ ସରକାର । ଏନେଇ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପିଙ୍କୁ ଏସଓପି କିଭଳି ପାଳନ ହେବ ସେନେଇ ଧ୍ୟାନ ଦେବାକୁ ଚିଠି ଲେଖାଯାଇଛି । ଏଥିରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ବି କୁହାଯାଇଛି ।

୨୦୨୧ରେ ସଡକ ଦୁର୍ଘଟଣାରେ ରାଜ୍ୟରେ ମୋଟ ୫ ହଜାର ୮୧ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୨୦୨୨ରେ ସଡକ ଦୁର୍ଘଟଣାରେ ଯାଇଛି ୫ ହଜାର ୪୬୭ ଜଣଙ୍କ ଜୀବନ । ୨୦୨୧ରେ ୧୮ ବର୍ଷରୁ କମ ୧୩୨ ପୁଅ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ବାଳିକାଙ୍କ ମୃତ୍ୟୁ ହୋଇଛି

(ଭୁବନେଶ୍ୱରରୁ ଅତୁଲ୍ୟ ବାଉତ ଏବଂ କଟକରୁ ଗୌତମ ପଣ୍ଡାଙ୍କ ରିପୋର୍ଟ)