ଦିଲ୍ଲୀ-ଏନସିଆରରେ ମଦର ଡାଏରୀ ଫୁଲ୍ କ୍ରିମ୍ କ୍ଷୀର ବର୍ତ୍ତମାନ ଲିଟର ପିଛା ୬୮ ଟଙ୍କାରେ ବିକ୍ରି ହେଉଥିବା ବେଳେ ଟୋନଡ୍ ଓ ଡବଲ ଟୋନଡ୍ କ୍ଷୀର ଲିଟର ପିଛା ୫୬ ଓ ୫୦ ଟଙ୍କା ରହିଛି ।
ମହଙ୍ଗା ମାଡ଼ରେ ଆକ୍ତାମାକ୍ତା ଖାଉଟି ଉପରେ ଏବେ ପଡ଼ିବ କ୍ଷୀର ଦରବୃଦ୍ଧି ଚଡ଼କ। କାରଣ ପ୍ରତି ଘରେ ସକାଳୁ ନିଇତି ଖୋଜା ପଡ଼ୁଥିବା କ୍ଷୀର ଦାମ୍ ଲିଟର ପିଛା ୪ ଟଙ୍କା ବଢ଼ାଇବାକୁ ନିଷ୍ପତ୍ତି ନେଇଛି ଓମଫେଡ୍।
ବଢ଼ିଲା ଓମଫେଡ୍ କ୍ଷୀର ଦର। ଏପ୍ରିଲ ୧ ତାରିଖରୁ ନୂଆ ଦର ଲାଗୁ ହେବ। ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି।
ଯେଉଁ ଗ୍ରାହକ ୧ ଲିଟର କ୍ଷୀର କିଣିବେ ତାଙ୍କୁ ଆଜିଠାରୁ ୫୪ଟଙ୍କା ଦେବାକୁ ପଡ଼ିବ ।
କ୍ରୟ ମୂଲ୍ୟ ବୃଦ୍ଧି (ଚାଷୀଙ୍କୁ ଦିଆଯାଉଥିବା ପରିମାଣ), ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟକୁ ଦୃଷ୍ଟିରେ ରଖି ମଦର୍ ଡାଏରୀ କ୍ଷୀର ଲିଟର୍ ମୂଲ୍ୟ ୨ ଟଙ୍କା ବୃଦ୍ଧି କରିବାକୁ ବାଧ୍ୟ ହୋଇଛି ବୋଲି କମ୍ପାନୀ ପକ୍ଷରୁ ଶନିବାର କୁହାଯାଇଛି ।