Advertisment

ଫ୍ଲାଟ୍‌ କିଣୁଥିଲେ ସାବଧାନ ! ନଚେତ୍‌ ଆପଣ ବି ଏଭଳି ଠକାମିର ଶିକାର ହୋଇପାରନ୍ତି...

ଫ୍ଲାଟ୍‌ କିଣିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ନଚେତ୍‌ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Apartment Ownership Act

sHomebuyers allege builder duped them of Rs 1 Cr in Cuttack Builder denies charges

ଫ୍ଲାଟ୍‌ କିଣିବା ପାଇଁ ଯୋଜନା କରୁଛନ୍ତି କି ? ତା’ହେଲେ ସାବଧାନ ! ନଚେତ୍‌ ଆପଣ ବି କେତେବେଳେ ଠକାମିର ଶିକାର ହୋଇପାରନ୍ତି। ଏକ ସଂସ୍ଥା ରେଜିଷ୍ଟ୍ରେସନ ନାଁରେ କୋଟି କୋଟି ଟଙ୍କା ଲୋକଙ୍କଠୁ ଠକିଥିବା ଅଭିଯୋଗ ହୋଇଛି। କଟକ ରୁ ଏଭଳି ଅଭିଯୋଗ ଆସିଛି। ଫ୍ଲାଟ୍‌ ଯୋଗାଇ ଦେବା ନାଁରେ ଶ୍ରୀ ଭେଙ୍କଟେଶ୍ୱର ବିଲ୍‌ଡକନ୍ ପ୍ରାଇଭେଟ ଲିମିଟେଡ୍‌ ନାମକ ସଂସ୍ଥା ବିରୋଧରେ ଠକେଇ ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, କଟକ ମିଶନ ରୋଡ୍‌ରେ ଏହି ସଂସ୍ଥା ଫ୍ଲାଟ୍‌ ଦେବାକୁ କହି ଜଣକ ପିଛା ୭୦ରୁ ୯୦ ହଜାର ଟଙ୍କା ନଦେଲେ ରେଜିଷ୍ଟ୍ରେସନ କରିବ ନାହିଁ ବୋଲି କହିଥିଲା। ଏପରିକି ବିନା ରସିଦରେ ଲୋକଙ୍କ ଠାରୁ କୋଟିଏରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏହାସହ ବିଦ୍ୟୁତ୍‌ ମିଟର ଲାଗିବା ନାଁରେ ପ୍ରତି ଫ୍ଲାଟ୍‌ ମାଲିକଙ୍କ ଠାରୁ ୪୦ ରୁ ୫୦ ହଜାର ଟଙ୍କା ଠକିଥିବା ଅଭିଯୋଗ କରିଛନ୍ତି କ୍ରେତା।

ଅଧିକ ପଢ଼ନ୍ତୁ: ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ, ଆସିଲା ନୂଆ ଆଇନ୍

ତେବେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ସଂସ୍ଥାର ବିଲ୍‌ଡର। ସେ କହିଛନ୍ତି, ଆପାର୍ଟମେଣ୍ଟ ମାଲିକଙ୍କ ଠାରୁ ଗ୍ରହଣ କରାଯାଇଥିବା ସମସ୍ତ ଅର୍ଥ ନିୟମ ମୁତାବକ ନିଆଯାଇଛି।ପ୍ରୋଜେକ୍ଟ ଅଞ୍ଚଳକୁ ଲାଗି ରହିଥିବା ଖାଲି ଜମିକୁ ବେଆଇନ୍‌ ଭାବେ ଦଖଲ କରିବା ପାଇଁ ସେମାନେ ଏଭଳି ମିଥ୍ୟା ଅଭିଯୋଗ କରୁଛନ୍ତି। ଯେଉଁମାନେ ଏଭଳି ଅଭିଯୋଗ ଆଣିଛନ୍ତି ସେମାନଙ୍କ ବିରୋଧରେ ଖୁବ୍‌ଶୀଘ୍ର ଆଇନଗତ ପଦକ୍ଷେପ ନିଆଯିବ ବୋଲି ବିଲ୍‌ଡର୍‌ କହିଛନ୍ତି। 

Advertisment
Advertisment
Advertisment