• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ରାଜା ମହାରାଜାଙ୍କୁ ନେଇ ଆପଣ ଅତୀତରେ ଅନେକ କାହାଣୀ ଶୁଣିଥିବେ । ରାଜାଙ୍କ ରାଜ୍ୟ ଶାସନ ଓ ପ୍ରଜାଙ୍କ ନିମନ୍ତେ କରାଯାଉଥିବା ନିୟମ ପାଇଁ ଚର୍ଚ୍ଚାରେ ରହୁଥିଲେ ଅନେକ ରାଜା । ହେଲେ ଆମେ ଆଜି ଏମିତି ଜଣେ ରାଜାଙ୍କୁ ନେଇ ଏକ ନିରାଟ ସତ୍ୟ ଆପଣଙ୍କ ନିକଟରେ ରଖିବାକୁ ଯାଉଛୁ । ଯାହା ଜଣିଲେ ଆପଣ ଚକିତ ହୋଇଯିବେ । କାରଣ ଜଣେ ମହାରାଜା ଥିଲେ ଯିଏକି ବର୍ଷକୁ ଥରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ପ୍ରଜାଙ୍କ ସାମନାକୁ ଆସୁଥିଲେ ।

ହଁ ଆଜ୍ଞା ଆମେ ଜମା ବି କାହାଣୀ କହୁନାହୁଁ, କି ଆମେ ମନରୁ କିଛି ଅଧିକ କହୁନାହୁଁ । ଏମିତି ଜଣେ ମହାରାଜା ଥିଲେ ଭୁପେନ୍ଦ୍ର ସିଂହ । ପଞ୍ଜାବ ପଟିଆଲାର ମହାରାଜା ଭୁପେନ୍ଦ୍ର ସିଂହ ୧୮୯୧ ମସିହାରୁ ୧୯୩୮ ମସିହା ଯାଏଁ ଶାସନ କରିଥିଲେ । ତାଙ୍କ ଶାସନ ସମୟରେ ଏପରି ଏକ ଅଜବ କାରନାମା କରୁଥିଲେ । କାହିଁକି ନା ସେ ଅନ୍ଧବିଶ୍ୱାସରେ ଅଧିକ ବିଶ୍ୱାସ କରୁଥିଲେ ।

ପଟିଆଲାର ମହାରାଜା ଭୁପେନ୍ଦ୍ର ସିଂହଙ୍କ ନିକଟରେ ହୀରା ଅଳଙ୍କାରର ଏକ ବଡ଼ ଭଣ୍ଡାର ରହିଥିଲା । ମହାରାଜା ୧୦୦୧ରେ ନିର୍ମିତ ଏକ କବଚ ପିନ୍ଧୁଥିଲେ । ଆଉ ଯେତେବେଳେ ମହାରାଜା ଉଲଗ୍ନ ହୋଇ ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ ସେତେବେଳେ ରାଜା ସେହି କବଚକୁ ଧାରଣ କରୁଥିଲେ ।

ବର୍ଷକୁ ଥରେ ମହାରାଜା ଉଲ୍ଲଗ୍ନ ହେବା ସହ ହୀରା ଖଚିତ କବଚ ପିନ୍ଧି ପ୍ରଜାଙ୍କ ସାମ୍ନାକୁ ଆସୁଥିଲେ । ଅଳଙ୍କାରର କବଚ ବ୍ୟତୀତ ତାଙ୍କ ଦେହରେ କୌଣସି ବସ୍ତ୍ର ରହୁନଥିଲା । ରାଜାଙ୍କୁ ହୀରା କବଚରେ ଦେଖି ପ୍ରଜାମାନେ ବହୁତ ଖୁସି ହେଉଥିଲେ । ଖାଲି ଖୁସି ନୁହେଁ ମହାରାଜାଙ୍କୁ ଉତ୍ସାହିତ କରିବାକୁ ତାଳି ମଧ୍ୟ ମାରୁଥିଲେ ।

ଏପରି ଏକ ରୋଚକ ଘଟଣାକୁ ନେଇ ଏକ ପୁସ୍ତକରେ ବର୍ଣ୍ଣନା କରାଯାଉଛି । ଡୋମିନିକ ଲାପିଆର ଓ ଲେରୀ କଲିନ୍ସଙ୍କ ଲିଖିତ ପୁସ୍ତକ ‘ଫ୍ରିଡମ ଆଟ ମିଡ଼ନାଇଟ’ରେ ଏହାର ବର୍ଣ୍ଣନା ହୋଇଛି । ପୁସ୍ତକରେ ଲେଖାଯାଇଛି ମହାରାଜାଙ୍କ ଏପରି କାର୍ଯ୍ୟ ପଛରେ ଏକ ଅନ୍ଧବିଶ୍ୱାସ ରହିଛି । ମହାରାଜା ଏପରି କରିବା ଫଳରେ ଭୂତପ୍ରେତ ରାଜ୍ୟରୁ ଚାଲିଯାଆନ୍ତି । ଯେଉଁଥିପାଇଁ ମହାରାଜା ବର୍ଷକୁ ଥରେ ଉଲଗ୍ନ ହୋଇ ପ୍ରଜାଙ୍କ ସାମ୍ନାକୁ ଆସିଥା’ନ୍ତି । ପଞ୍ଜାବ ପଟିଆଲାର ମହାରାଜା ଭୁପେନ୍ଦ୍ର ସିଂହ ମାତ୍ର ୯ ବର୍ଷ ବୟସରେ ରାଜ ସିଂହାସନରେ ବସିଥିବା ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି ।