Advertisment

Jalgaon Train Accident: ମହାରାଷ୍ଟ୍ର ଟ୍ରେନ୍‌ ଦୁର୍ଘଟଣାରେ ବଡ଼ ଖୁଲାସା, ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲା ଚା' ବିକାଳି !

ଟ୍ରେନ୍‌ରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରସାରିତ ହେବା ପରେ ଶତାଧିକ ଯାତ୍ରୀ ଭୟରେ ପୁଷ୍ପକ ଏକ୍ସପ୍ରେସରେ ଚେନ ପୁଲ୍ କରି ଡେଇଁ ପଡ଼ିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସଂପୃକ୍ତ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଗୁଜବ ପଛରେ ଚା’ ବିକାଳି !

ଗୁଜବ ପଛରେ ଚା’ ବିକାଳି !

ବୁଧବାର ମହାରାଷ୍ଟ୍ର ଜଲଗାଁଓରେ ନିକଟରେ ଘଟିଥିବା ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଜଣେ ଚା’ ବିକାଳି ଟ୍ରେନ୍‌ରେ ନିଆଁ ଲାଗିଥିବା ଗୁଜବ ପ୍ରଚାର କରିଥିଲେ । ଯାହା ଫଳରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଚା' ବିକାଳି ଟ୍ରେନରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରଚାର କରିବା ପରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଆଧାରରେ ଏଭଳି ତଥ୍ୟ ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

Advertisment

ଟ୍ରେନ୍‌ରେ ନିଆଁ ଲାଗିଥିବା ନେଇ ଗୁଜବ ପ୍ରସାରିତ ହେବା ପରେ ଶତାଧିକ ଯାତ୍ରୀ ଭୟରେ ପୁଷ୍ପକ ଏକ୍ସପ୍ରେସରେ ଚେନ ପୁଲ୍ କରି ଡେଇଁ ପଡ଼ିଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା କର୍ଣ୍ଣାଟକ ଏକ୍ସପ୍ରେସ୍ ସଂପୃକ୍ତ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଲକ୍ଷ୍ନୌରୁ ମୁମ୍ବାଇ ଆସୁଥିଲା ପୁଷ୍ପକ ଏକ୍ସପ୍ରେସ ଏବଂ ବିପରୀତ ଦିଗରୁ ବେଙ୍ଗାଲୁରୁରୁ ଦିଲ୍ଲୀ ଯାଉଥିଲା କର୍ଣ୍ଣାଟକ ଏକ୍ସପ୍ରେସ୍ । ଏଭଳି ଭୟଙ୍କର ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ କିଛି ଆହତ ହୋଇଛନ୍ତି ।

ଗୁରୁବାର ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଏହି ଗୁଜବକୁ ନେଇ ମୁହଁ ଖୋଲିଥିଲେ । ସେ କହିଛନ୍ତି ଯେ, ଜଲଗାଁଓ ଟ୍ରେନ୍ ଦୁର୍ଘଟଣା ଏକ ଗୁଜବ ଯୋଗୁଁ ଘଟିଥିଲା। ପ୍ରକୃତରେ, ଜଣେ ଚା’ ବିକାଳି ଟ୍ରେନ୍‌ ଭିତରେ ନିଆଁ ଲାଗିଥିବାର ମିଥ୍ୟା ଖବର ଦେଇଥିଲେ । ଯାହା ଫଳରେ ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନରୁ ଡେଇଁ ପଡ଼ିଥିଲେ ।

Advertisment

ଅଧିକ ପଢ଼ନ୍ତୁ: ରାଜଧାନୀରେ ସିରିଜ୍ ଦୁର୍ଘଟଣା; ମୋ ବସ୍‌କୁ ଧକ୍କା ଦେଲା ମୋ ବସ୍‌

ସେ କହିଛନ୍ତି ଯେ, ଭୟଭୀତ ଯାତ୍ରୀମାନେ ନିଜକୁ ବଞ୍ଚାଇବା ପାଇଁ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ । ଟ୍ରେନଟି ଦ୍ରୁତ ଗତିରେ ଚାଲୁଥିଲା, ଯାହା ଫଳରେ ଜଣେ ଯାତ୍ରୀ ଚେନ୍ ପୁଲ୍ କରିଥିଲେ । ଯେତେବେଳେ ଟ୍ରେନ୍ ଅଟକିଗଲା, ଲୋକମାନେ ତଳକୁ ଓହ୍ଲାଇବା ଆରମ୍ଭ କଲେ ଏବଂ ସେମାନଙ୍କୁ କର୍ଣ୍ଣାଟକ ଏକ୍ସପ୍ରେସ ଧକ୍କା ଦେଲା । ଧକ୍କା ଏତେ ଭୟଙ୍କର ଥିଲା ଯେ, ଅନେକ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ମୃତଦେହଗୁଡ଼ିକ ଖଣ୍ଡ ବିଖଣ୍ଡିତ ହୋଇ ପଡ଼ିଥିଲା ।

ପାୱାର ଏହା ମଧ୍ୟ କହିଛନ୍ତି ଯେ, ଅଗ୍ନିକାଣ୍ଡ ଗୁଜବ ଯୋଗୁଁ ଦୁର୍ଘଟଣା ଘଟିଛି। ୧୩ ଜଣ ମୃତକଙ୍କ ମଧ୍ୟରୁ ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି, ଏବଂ ଗୁଜବ ପ୍ରଚାର କରୁଥିବା ଦୁଇ ଯାତ୍ରୀ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଛନ୍ତି। ମନ୍ତ୍ରୀ ଏବଂ ଅଧିକାରୀମାନେ ଘଟଣାସ୍ଥଳକୁ ତୁରନ୍ତ ପହଞ୍ଚିଥିଲେ ଏବଂ କିଛି ସମୟ ପରେ ଉଭୟ ଦିଗରେ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା।

ସୂଚନା ଅନୁସାରେ, ଗତକାଲି ମୁମ୍ବାଇଠୁ ୪୦୦ କିଲୋମିଟର ଦୂର ପଚୋରା ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ହୋଇଥିଲା । ସେଣ୍ଟ୍ରାଲ୍ ସର୍କଲ ରେଲୱେ ସେଫଟି କମିଶନର ମନୋଜ ଅରୋରା ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । କେଉଁ ଭଳି ଏତେ ବଡ଼ ଘଟଣା ଘଟିଲା, କିଏ ନିଆଁ ଲାଗିଥିବା ଗୁଜବ ଖବର ଦେଇଥିଲା ସେ ସବୁକୁ ଯାଞ୍ଚ କରାଯାଉଛି। ତେବେ ଦୁର୍ଘଟଣାର କାରଣ ନେଇ ରେଲୱେ ପକ୍ଷରୁ ସୂଚନା ଦିଆଯାଇନାହିଁ ।

ଅଧିକ ପଢ଼ନ୍ତୁ: ଇଲେକ୍ଟ୍ରୋନିକ୍ସ ଦୋକାନରେ ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ

Maharashtra Train Accident Ajit Pawar
Advertisment
Advertisment