Advertisment

ରାବଣର ନାଭିରେ ଥିଲା ଅମୃତ; କୋଉଠୁ ଆସିଲା, କିଏ ରଖିଲା…

ଲଙ୍କାପତି ରାବଣ ଅମର ଥିଲା। ତା’ର ଅମରତ୍ୱର କାରଣ ହେଉଛି ତା’ ନାଭିରେ ଥିଲା ଅମୃତ। ଏହି କାରଣରୁ ତାକୁ ହତ୍ୟା କରିବା ଅସମ୍ଭବ ଥିଲା। ତେବେ ରାବଣର ନାଭିରେ ଅମୃତ ଆସିଲା କେଉଁଠୁ? କିଏ ଏହାର ରହସ୍ୟ ଜାଣିଥିଲେ?

author-image
Pramod Behera
ଅଦ୍ୟତନ ହୋଇଛି
How Ravana Get Amrit In His Navel

How ravana get amrit in his navel

ରାବଣ ଅମର ଥିଲା। ତା’ର ଅମରତ୍ୱର କାରଣ ହେଉଛି ତା’ ନାଭିରେ ଥିଲା ଅମୃତ। ଏହି କାରଣରୁ ତାକୁ ହତ୍ୟା କରିବା ଅସମ୍ଭବ ଥିଲା। ତେବେ ରାବଣର ନାଭିରେ ଅମୃତ ଆସିଲା କେଉଁଠୁ? କାହାଣୀ ଅନୁସାରେ ଏହାର ଶ୍ରେୟ ତା’ର ପତ୍ନୀ ମନ୍ଦୋଦରୀଙ୍କ ନିକଟକୁ ଯାଏ। ସେ ହିଁ ଏହାକୁ ତାଙ୍କ ସ୍ୱାମୀଙ୍କଠାରେ ସ୍ଥାପନ କରିଥିଲେ। ରାବଣ ଏବଂ ମନ୍ଦୋଦରୀ ବ୍ୟତୀତ କେବଳ ଜଣେ ବ୍ୟକ୍ତି ଏ ବିଷୟରେ ଜାଣିଥିଲେ।

Advertisment

କାହାଣୀ ଅନୁସାରେ, ଯେପର୍ଯ୍ୟନ୍ତ ଭଗବାନ ଶ୍ରୀରାମ ରାବଣର ନାଭି ଉପରେ ଆକ୍ରମଣ କରି ନଥିଲେ ସେପର୍ଯ୍ୟନ୍ତ ତା’ର ମୃତ୍ୟୁ ହୋଇ ନଥିଲା। ତେବେ ଅମୃତ କିପରି ରାବଣର ନାଭିରେ ପ୍ରବେଶ ହେଲା? ଏହି କାହାଣୀ ଯେତିକି ରୋମାଞ୍ଚକର ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ।

ଅଧିକ ପଢ଼ନ୍ତୁ: ଏବେ ବି ସୁରକ୍ଷିତ ଅଛି ରାବଣର ଶବ; ଜାଣନ୍ତୁ କେଉଁଠି

ଧାର୍ମିକ ଗ୍ରନ୍ଥ ଅନୁଯାୟୀ, ଥରେ ବାଳି ଏବଂ ରାବଣ ମଧ୍ୟରେ ଯୁଦ୍ଧ ହୋଇଥିଲା। ରାବଣ ଏଥିରେ ସାଂଘାତିକ ଭାବେ ଆଘାତ ପାଇଥିଲା, ଯେଉଁ କାରଣରୁ ଲଙ୍କାପତୀ ରାବଣ ବହୁତ ଅସୁସ୍ଥ ହୋଇପଡିଥିଲା। ଏନେଇ ତାଙ୍କ ପତ୍ନୀ ମନ୍ଦୋଦରୀ ବହୁତ ଚିନ୍ତିତ ହୋଇ ପଡିଥିଲେ। ସେ ମନେ ମନେ ସ୍ଥିର କଲେ ମହାରାଜ ରାବଣଙ୍କୁ ଅମର କରିଦେବା ପାଇଁ।

Advertisment

ଏହାପରେ ମନ୍ଦୋଦରୀ ତାଙ୍କ ବାପାମାଆଙ୍କ ନିକଟରେ ପହଞ୍ଚିଲେ, ସେ ମୟଦାନଭଙ୍କ ଝିଅ ଥିଲେ। ତାଙ୍କ ବାପା ଅଦ୍ଭୁତ ଶକ୍ତିର ଅଧିକାରୀ ଥିଲେ। ତାଙ୍କ ମା’ ମଧ୍ୟ ଅନେକ ଶକ୍ତିର ଅଧିକାରିଣୀ ଥିଲେ। ଅମୃତକଳସ ଚନ୍ଦ୍ରଲୋକରେ ଥିଲା। ଉଡ଼ିବାର ଶକ୍ତି ନ ଥିବାରୁ ମନ୍ଦୋଦରୀ ସେଠାକୁ ଯାଇପାରି ନଥିଲେ। ତାଙ୍କ ବାପାମାଆ ତାଙ୍କୁ ଏହି କ୍ଷମତା ଦେଇଥିଲେ। ଏହାପରେ ସେ ଉଡି ଚନ୍ଦ୍ରଲୋକରେ ପହଞ୍ଚିଲେ। ସେ ସିନା ସେଠାରେ ପହଞ୍ଚିଗଲେ, କିନ୍ତୁ ଅମୃତକଳସରୁ ଅଳ୍ପ ବୁନ୍ଦା ଅମୃତ ଆଣିବା ତାଙ୍କ ପାଇଁ ସହଜ ନଥିଲା।

ଏହାକୁ କେହି ବି ଚୋରି କରିପାରୁ ନ ଥିଲେ। ଏହି ଅମୃତକଳସକୁ ମନ୍ଦୋଦରୀଙ୍କ ବାପା ହିଁ ସ୍ୱର୍ଗରେ ସ୍ଥାପିତ କରିଥିଲେ। ଏହି କଳସ ଚମତ୍କାର ଏବଂ ଦୈଦ୍ୟୁତିକ ଶକ୍ତି ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। କୌଣସି ବି ବ୍ୟକ୍ତି ଏହା ନିକଟରେ ପହଞ୍ଚି ପାରୁ ନଥିଲେ। କଳସର ତଳ ଭାଗରୁ ବହୁ ବିଷାକ୍ତ ଗ୍ୟାସ୍ ବାହାରକୁ ଥିଲା। ଏହା ମୃତ୍ୟୁର କାରଣ ଥିଲା। ଏହାର ଚାରିପାଖରେ ଗରମ ଲାଭା ମଧ୍ୟ ବାହାରୁଥିଲା। ସେଥିପାଇଁ ଅମୃତ କଳସ ପାଖରେ ପହଞ୍ଚିବା ଏବଂ ଏଥିରୁ ଅମୃତ ଚୋରି କରିବା ପ୍ରାୟ ଅସମ୍ଭବ ଥିଲା।

ଚନ୍ଦ୍ରଲୋକରେ ଏକ ନିୟମ ଥିଲା ଯେ ପ୍ରତିବର୍ଷ ଆଶ୍ୱିନ ମାସର ପୂର୍ଣ୍ଣିମା ଦିନ (ଶରଦ ପୂର୍ଣ୍ଣିମା) ଚନ୍ଦ୍ର ଦେବ ଏହି ଅମୃତ କଳସକୁ ସେଠାରୁ ବାହାର କରିଥାନ୍ତି। ତା’ପରେ ପୃଥିବୀ ଉପରେ କିଛି ବୁନ୍ଦା ପକେଇଥାନ୍ତି। ମନ୍ଦୋଦରୀଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଥିଲା। ଯେଉଁଦିନ ସେ ଚନ୍ଦ୍ରଲୋକକୁ ଯାଇଥିଲେ, ଏହାର ଦୁଇ ଦିନ ପରେ ପୂର୍ଣ୍ଣିମା ଥିଲା। ଚନ୍ଦ୍ର ଦେବ ପୂର୍ଣ୍ଣିମା ରାତିରେ ଅମୃତ କଳସ ବାହାର କରିବା ମାତ୍ରେ ମନ୍ଦୋଦରୀ ଏହାକୁ ଛଡେଇ ନେଇ ଦୌଡି ପଳାଇବାକୁ ଲାଗିଲେ।

ଦେବତାମାନେ ଏହା ଜାଣି ମନ୍ଦୋଦରୀଙ୍କ ପିଛା କଲେ। ଭୟଭିତ ହୋଇ ସେ ଅମୃତ କଳସକୁ ଦେବଲୋକର ଏକ ଝରକା ଉପରେ ରଖିଦେଲେ ଓ ଏକ ମୁଦିରେ ଏଥିରୁ କେଇ ବୁନ୍ଦା ନେଇ ପୃଥିବୀ ଆଡକୁ ଚାଲିଗଲେ। ସେ ତାଙ୍କ ସ୍ୱାମୀଙ୍କୁ ଅମର କରିବା ନେଇ ତାଙ୍କ ଦିଅର ବିଭୀଷଣଙ୍କ ସାହାଯ୍ୟ ନେଇଥିଲେ।

ଶରଦ ପୂର୍ଣ୍ଣିମା ଦିନ ଏହି ଅମୃତର ଏକ ବୁନ୍ଦା ରାବଣର ନାଭିରେ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଗଲା। ଏହାପୂର୍ବରୁ ରାବଣକୁ ଅଶୋକ ବାଟିକାରେ ଚେତାଶୂନ୍ୟ କରାଯାଇଥିଲା। ତା’ପରେ ବିଭୀଷଣ ରାବଣର ନାଭିରେ ଅମୃତ ବୁନ୍ଦା ସ୍ଥାପନ କଲେ, ଯେଉଁ କାରଣରୁ ରାବଣ ଅମର ହୋଇଗଲା।

ବିଭୀଷଣ ମଧ୍ୟ ଏପରି ଜଣେ ବ୍ୟକ୍ତି ଥିଲେ ଯାହାଙ୍କର ନାଡି ସମ୍ବନ୍ଧୀୟ ଜ୍ଞାନ ଥିଲା। ସେହି ସମୟରେ ସେ ଏକମାତ୍ର ଭାସ୍କୁଲାର ସର୍ଜନ ଥିଲେ। ଏହି ଅମୃତର ରହସ୍ୟ ବିଷୟରେ ବିଭୀଷଣ ରାମଙ୍କୁ କହିଥିଲେ। ଏହି ରହସ୍ୟ ଜାଣିବା ପରେ ପ୍ରଭୁ ରାମଚନ୍ଦ୍ର ରାବଣର ନାଭିକୁ ଆଗ୍ନେୟ ବାଣ ମାରିଥିଲେ। ଏହା ପରେ ନାଭିରେ ସ୍ଥାପିତ ଅମୃତ ଶୁଖିଯାଇଥିଲା, ଯେଉଁ କାରଣରୁ ପରେ ରାବଣର ମୃତ୍ୟୁ ହୋଇଥିଲା।

Ramayana Ravanachhaya Knowledge
Advertisment
Advertisment