Advertisment

ATMରୁ ଟଙ୍କା ଉଠାଉଛନ୍ତି କି ? କେମିତି ଠକାମିରୁ ବର୍ତ୍ତିବେ ମାନନ୍ତୁ ଏହିସବୁ ଟିପ୍ସ...

ବିଭିନ୍ନ ଉପାୟରେ ଠକମାନେ ଟଙ୍କାଠୁ ଆରମ୍ଭ କରି କାର୍ଡ ତଥ୍ୟ ଓ ଏଟିଏମ୍‌ ପିନ୍‌ ଚୋରି କରି ନେଉଛନ୍ତି। ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ଏଟିଏମ୍‌ରେ ଟଙ୍କା ଟ୍ରାଞ୍ଜାକ୍ସନ ପରେ ଠକାମିର ଶିକାର ହେବାସହ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
How To Protect Yourself From ATM Scams

Know How To Protect Yourself From ATM Scams

ଆଜିକାଲି ଅନ୍‌ଲାଇନ୍‌ରେ ପେମେଣ୍ଟ ଅତି ସହଜ ହୋଇଥିଲେ ମଧ୍ୟ ନଗଦ ଟଙ୍କା ଉଠାଇବା ପାଇଁ ଲୋକମାନେ ଏଟିଏମ୍‌(ATM) ମେସିନ୍‌ର ମଧ୍ୟ ଅଧିକ ବ୍ୟବହାର କରୁଛନ୍ତି। ହେଲେ ଦୁର୍ଭାଗ୍ୟବଶତଃ, ଏହା ଏବେ ଠକଙ୍କ ଟାର୍ଗେଟ୍‌ରେ। ବିଭିନ୍ନ ଉପାୟରେ ଠକମାନେ ଟଙ୍କାଠୁ ଆରମ୍ଭ କରି କାର୍ଡ ତଥ୍ୟ ଓ ଏଟିଏମ୍‌ ପିନ୍‌ ଚୋରି କରି ନେଉଛନ୍ତି। ନିକଟରେ ମୁମ୍ବାଇର ଜଣେ ବ୍ୟକ୍ତି ଏଟିଏମ୍‌ରେ ଟଙ୍କା ଟ୍ରାଞ୍ଜାକ୍ସନ ପରେ ଠକାମିର ଶିକାର ହେବା ସହ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିଲା। ପରେ ବ୍ୟକ୍ତି ଜଣକ ଜାଣିଥିଲେ ଯେ, ଏହା ଏକ ସ୍କାମ୍‌ ଥିଲା।

Advertisment

ଅଧିକ ପଢ଼ନ୍ତୁ: ATMରୁ ଟଙ୍କା କଟିଯିବ କିନ୍ତୁ ଟଙ୍କା ଆସିବନି, କ’ଣ କରିବେ?

ଏଟିଏମ୍‌ ସ୍କାମ୍‌ କ’ଣ ଜାଣନ୍ତୁ...

ଏଟିଏମ୍‌ ସ୍କାମ୍‌ ହେଉଛି ଏକ ପ୍ରକାର ଫ୍ରଡ୍‌। ଯେଉଁଠି ଠକମାନେ ଲୋକଙ୍କ ଅଜାଣରତରେ ଏଟିଏମ୍‌ ମେସିନ୍‌ରେ ଏକ ଡିଭାଇସ୍‌ ଲଗାଇ ଟଙ୍କା, ସମସ୍ତ ତଥ୍ୟ ଚୋରି କରି ନେଇଥାନ୍ତି। ଏଟିଏମ୍‌ ମେସିନ୍‌ର କାର୍ଡ ରିଡର୍‌, କିପ୍ୟାଡ୍‌ ଓ କ୍ୟାସ୍‌ ଡିସ୍‌ପେନ୍‌ସର୍‌ରେ ଏହି ଡିଭାଇସ୍‌ ଲଗା ଯାଇଥାଏ। ଫଳରେ ଗ୍ରାହକଙ୍କ ଏଟିଏମ୍‌ ପିନ୍‌, କାର୍ଡ ତଥ୍ୟ ଇତ୍ୟାଦି ଚୋରି କରିବାରେ ଠକମାନେ ସକ୍ଷମ ହୋଇଥାନ୍ତି। ଯଦିଓ ଏହି ଡିଭାଇସ୍‌ ସାଧାରଣତଃ ଏଟିଏମ୍‌ରେ ଲାଗିଥିବା ଅନ୍ୟ ଡିଭାଇସ୍‌ ଭଳି ଦେଖାଯାଇଥାଏ, ହେଲେ ଏହାକୁ ଏମିତି ଭାବେ ଡିଜାଇନ୍‌ କରାଯାଇଛି ଯାହାକି ଗ୍ରାହକଙ୍କ ଏଟିଏମ୍‌ ପିନ୍‌, ଏଟିଏମ୍‌ ତଥ୍ୟ ଇତ୍ୟାଦି ଚୋରି କରିପାରିବ।

ଠକମାନେ ଏକ ପ୍ଲେଟ୍‌ ସହାୟତାରେ ଏଟିଏମ୍‌ ମେସିନ୍‌ର କ୍ୟାସ୍‌ ଡିସ୍‌ପେନ୍‌ସର୍‌କୁ ବ୍ଲକ୍‌ କରି ଦେଇଥାନ୍ତି। ଫଳରେ ଟଙ୍କା ସବୁ ମେସିନ୍‌ରୁ ବାହାରି ଆସିଥାଏ, ହେଲେ ଏହା ବ୍ଲକ୍‌ ୱିଣ୍ଡୋ ନିକଟରେ ଅଟକି ଯାଇଥାଏ ଓ ଟଙ୍କା ବାହାରି ନଥାଏ। ଶେଷରେ ଟଙ୍କା ଉଠାଇବା ପାଇଁ ଯାଇଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଥାଏ। ହେଲେ ଉକ୍ତ ବ୍ୟକ୍ତିଙ୍କୁ ଜଣାନଥାଏ ସେ ସ୍କାମ୍‌ର ଶିକାର ହୋଇଛନ୍ତି।  

Advertisment

ଏଟିଏମ୍‌ରୁ ଟଙ୍କା ଉଠାଇବା ବେଳେ ମାନନ୍ତୁ ଏହିସବୁ ଟିପ୍ସ...

  • ଏଟିଏମ୍‌ରୁ ଟଙ୍କା ଉଠାଇବା ପୂର୍ବରୁ ଭଲ ଭାବରେ କାର୍ଡ ରିଡର୍‌ ଓ କିପ୍ୟାଡ୍‌ ଯାଞ୍ଚ କରି ନିଅନ୍ତୁ। ଯଦି, ଆପଣଙ୍କୁ କିଛି ଗଡ଼ବଡ଼ ଲାଗୁଛି ତା’ହେଲେ ଏଟିଏମ୍‌ ମେସିନ୍‌ ବ୍ୟବହାର କରନ୍ତୁ ନାହିଁ।
  • ପିନ୍‌ ନମ୍ବର ଦେବାବେଳେ ସବୁବେଳେ ହାତ ଦେଇ କଭର୍‌ କରି ନମ୍ବର ଡାଏଲ୍‌ କରନ୍ତୁ। ଫଳରେ କେହିବି ଆପଣଙ୍କ ପିନ୍‌ ନମ୍ବର ଦେଖିପାରିବେ ନାହିଁ। 
  • ପିନ୍‌ ନମ୍ବର ହେଉଛି ସିକ୍ରେଟ୍‌ କୋଡ୍, ଯାହାଦ୍ୱାରା ଜଣେ ଆପଣଙ୍କ ଆକାଉଣ୍ଟକୁ ଆକ୍ସେସ୍‌ କରିପାରିବେ। ତେଣୁ କେବେବି ଭୁଲ୍‌ରେ ପିନ୍‌ ନମ୍ବର କାହାସହ ଶେୟାର କରନ୍ତୁ ନାହିଁ।
  • ବ୍ୟାଙ୍କ ପରିସରରେ ଥିବା ଏଟିଏମ୍‌ରୁ ଟଙ୍କା ଉଠାଇବା ପାଇଁ ଚେଷ୍ଟା କରନ୍ତୁ। ଯାହାକି ସୁରକ୍ଷିତ। କାରଣ ଏହି ଏଟିଏମ୍‌ ମେସିନ୍‌କୁ ଟ୍ୟାମ୍ପରିଂ କରିବା ସମ୍ଭାବନା ବହୁତ କମ୍‌।
  • ଯଦି ଆପଣଙ୍କୁ ଲାଗୁଛି, ଆପଣ ଏଟିଏମ୍‌ ସ୍କାମ୍‌ର ଶିକାର ହୋଇଛନ୍ତି, ତା’ହେଲେ ୨୪ ଘଣ୍ଟା ମଧ୍ୟରେ ଏନେଇ ବ୍ୟାଙ୍କରେ ରିପୋର୍ଟ କରନ୍ତୁ। ସମସ୍ୟାର ସମାଧାନ ପାଇଁ ବ୍ୟାଙ୍କ ପାଖରେ ୭ ଦିନ ସମୟ ଥାଏ। ଯଦି ସମସ୍ୟାର ସମାଧାନ କରିବାରେ ବ୍ୟାଙ୍କ ଫେଲ୍‌ ମାରେ, ତା’ହେଲେ ଦିନକୁ ୧୦୦ ଟଙ୍କା ହିସାବରେ ଗ୍ରାହକଙ୍କୁ ଫାଇନ୍‌ ଦେବାକୁ ପଡ଼ିଥାଏ। 
ATM
Advertisment
Advertisment