• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ବଢ଼ିଲା ଓମଫେଡ୍ କ୍ଷୀର ଦର। ୫୦୦ ମିଲି ଲିଟର ଗ୍ରାମ ଅର୍ଥାତ୍‌ ହାଫ୍ ଲିଟର କ୍ଷୀର ପ୍ୟାକେଟ୍ ପିଛା ୨ ଟଙ୍କା ବୃଦ୍ଧି ପାଇଛି। ଏନେଇ ଓମଫେଡ୍ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯାଇଛି। ଦର ବଢ଼ିବା ପରେ ପ୍ରତି ହାଫ୍ ଲିଟର ଟୋନଡ କ୍ଷୀର ୨୧ ଟଙ୍କାରୁ ୨୩ ଟଙ୍କାକୁ ବୃଦ୍ଧି ପାଇଛି। 

ପ୍ରିମିୟମ୍ ଓ ଗୋଲ୍ଡ କ୍ଷୀର ୨୪ ଟଙ୍କାରୁ ୨୬ ଟଙ୍କାକୁ ବୃଦ୍ଧି ହୋଇଛି। ଚା’ ସ୍ପେସିଆଲ୍ ୨୩ ଟଙ୍କାରୁ ୨୫ ଟଙ୍କାକୁ ବୃଦ୍ଧି ପାଇଛିା ଏସବୁ ଆସନ୍ତା ୧ ତାରିଖରୁ ଲାଗୁ ହେବ। କୃଷକଙ୍କ ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଯଥା ଗୋଖାଦ୍ୟ ଓ ଗୋଚାରାର ମୂଲ୍ୟ, ଔଷଧ ଏବଂ ଇନ୍ଧନ ମୂଲ୍ୟ ଏବଂ ପ୍ୟାକେଜିଂ ସାମଗ୍ରୀର ମୂଲ୍ୟ ଅହେତୁକ ବୃଦ୍ଧି ଯୋଗୁ ଓମଫେଡ୍‌ ଏହାର କ୍ଷୀର ଦର ବୃଦ୍ଧି କରିଛି। 

OTV is now on Whatsapp

Join and get latest news update delivered to you via whatsapp

Join Now