ଆଜିଠୁ ଏହି ନିର୍ଦ୍ଦେଶନାମା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି ନୋଟିସରେ। ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଛି।
ରଥଯାତ୍ରାରେ ରଥ ଉପରକୁ ଯିବା ଛଡ଼ା ମୋର ଆଉ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଜଗତଗୁରୁ। ଶ୍ରୀମନ୍ଦିର ୪ ଦ୍ୱାର ପ୍ରସଙ୍ଗରେ ମତ ରଖି କହିଛନ୍ତି, ଦକ୍ଷିଣ ଦ୍ୱାର କେବଳ ମୋ ପାଇଁ ଖୋଲିପାରେ।
ବାତ୍ୟା ମିଗଜୋମ୍ ପ୍ରଭାବ । ଅମଳ ସମୟରେ ଅଦିନିଆ ବର୍ଷାରେ ବିଲରେ ବତୁରିଗଲା କଟା ଧାନ । ଚିନ୍ତାରେ ଚାଷିକୂଳ, ନା ଘରକୁ ନେଇପାରୁଛନ୍ତି ନା କ୍ଷେତରେ ଛାଡ଼ି ପାରୁଛନ୍ତି । ଲଗାଣ ବର୍ଷାର ପ୍ରଭାବରେ ପଲିଥିନ୍ ବି ଉତ୍ପାଦିତ ଫସଲକୁ ଦେଇପାରିଲାନି ସୁରକ୍ଷା ।
୨୪ ନଭେମ୍ବର ୨୦୨୧। ୩୩୧ କୋଟି ୨୮ ଲକ୍ଷ ଟଙ୍କା ବଜେଟ୍ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଶୁଭାରମ୍ଭ ବେଳେ ଡିଜାଇନ୍ ଯାହା ଥିଲା, ସେଥିରେ ମାତ୍ରାଧିକ ପରିବର୍ତ୍ତନ ଘଟି ସାରିଛି।
କେବଳ ରଥଯାତ୍ରା ସମୟରେ ଏହି ଡେଡିକେଟଡ ବ୍ୟାରିକେଡ ହଟାଯିବ । ଭକ୍ତମାନେ ଏହି ବ୍ୟାରିକେଡ ଦେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଭିତର ଦେଇ ଦୋଳବେଦୀ କୋଣ ହେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ ।
କିଏ ଜାଣିଥିଲା ବାପାର ଶେଷକୃତ୍ୟକୁ ଯାଇ ପୁଅ ଆଉ ଫେରିବନି ? କିଏ ଜାଣିଥିଲା ଯେ, ପରିବାରକୁ ଏତେ ବଡ଼ ବିପତ୍ତି ମାଡ଼ି ଆସିବ ?
ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ବିଞ୍ଜୁଆ ଗାଁ । ଟସର ପାଟ ଶିଳ୍ପ ପାଇଁ ସୁନାମ ରହିଛି ।
ପୁଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଟଙ୍କା ମାଗି ମେଡିକାଲ ନେଇଛନ୍ତି ବିଧବା ମା’। ଆଉ ଏପଟେ ଓଳିଏ ଖାଇଲେ ଓଳିଏ ଉପାସ ।
ଜାଗାର ନାଁ ସ୍କଟଲାଣ୍ତ ପୁର । ରାଜ ପ୍ରସାଦର ନାଁ ସ୍କଟଲାଣ୍ତ ପୁର । କିନ୍ତୁ ଫରକ ଏତିକି, ଏ ସ୍କଟଲ୍ୟାଣ୍ଡ୍ ତାଳଚେରରେ ଅବସ୍ଥିତ ।
ମାଟି ସୁରକ୍ଷିତ ରହିଲେ ହିଁ, ଜୀବନ ରହିବ ସୁରକ୍ଷିତ। କାରଣ ମାଟିରୁ ହିଁ ସୃଷ୍ଟି ହୁଏ ଗଛ ଲତା ଆଉ ଏଥିରୁ ମିଳେ ଖାଦ୍ୟ। ଲୋକମାନଙ୍କୁ ମୃତ୍ତିକାର ଏହି ମହତ୍ତ୍ୱକୁ ଜଣାଇବା ଏବଂ ମାଟିର ଗୁଣ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ୫ ଡିସେମ୍ବରରେ ‘ବିଶ୍ୱ ମୃତ୍ତିକା ଦିବସ’ ପାଳନ କରାଯାଏ।
ଏସଏଟି ପ୍ରଶ୍ନପତ୍ର ସ୍ଥାନରେ ଏମଏଟି ପ୍ରଶ୍ନପତ୍ର ଭୁଲରେ ପହଁଞ୍ଚିବା ଯୋଗୁ ପରୀକ୍ଷା ହୋଇନପାରି ବିଳମ୍ବ ହୋଇଥିଲା । ଏ ନେଇ ଅଭିଭାବକ ମାନେ ସ୍କୁଲ ପରିସରରେ ଧାରଣା ଦେବା ସହ ପରୀକ୍ଷା ବାତିଲ କରିବାକୁ ଦାବି କରିଥିଲେ ।
ଭାରତୀୟ ନୌସେନା ହେଉଛି ଭାରତର ଏକ ଶକ୍ତିଶାଳୀ ସଶସ୍ତ୍ର ବାହିନୀ ଯାହାକି ସାମୁଦ୍ରିକ ସୁରକ୍ଷା, ହାଇଡ୍ରୋପୋନିକ୍ସ ଏବଂ ଜାତୀୟ ନିରାପତ୍ତା ପାଇଁ କାମ କରିଥାଏ। ଏହାର ମୁଖ୍ୟ ପରିସର ହେଉଛି ଭାରତୀୟ ସାମୁଦ୍ରିକ ସୀମାକୁ ସୁରକ୍ଷା ଦେବା ଏବଂ ଏହାର ଆବଶ୍ୟକତା ପୂରଣ କରିବା।
ଚାରିଆଡ଼େ ଜଙ୍ଗଲ । ଆଉ ଏହାରି ଭିତରେ ବସବାସ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକେ । ୪୦ ପରିବାରର ପ୍ରାୟ ୨ଶହ ଲୋକ ଏଠି ବସବାସ କରନ୍ତି । ହେଲେ ଏମାନଙ୍କ ପାଇଁ ନାହିଁ ସରକାରଙ୍କ କୌଣସି ସୁବିଧା ।
ସମାଜ ତଥା ବିକାଶର ପ୍ରତ୍ୟେକ ସ୍ତରରେ ଭିନ୍ନକ୍ଷମଙ୍କ ଅଧିକାର ତଥା କଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବର୍ଷ ୩ ଡିସେମ୍ବରରେ ‘ବିଶ୍ୱ ଭିନ୍ନକ୍ଷମ ଦିବସ’ ପାଳନ କରାଯାଏ। ଏହା ‘ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ’ ଭାବରେ ମଧ୍ୟ ଜଣାଶୁଣା। ଏହି ଅବସରରେ ଆସନ୍ତୁ ଜାଣିନେବା ସେମାନେ ଉପଭୋଗ କରୁଥିବା ୬ଟି ଅଧିକାର ବିଷୟରେ।
୩୦ ବର୍ଷକୁ ଆଖି ଆଗରେ ରଖି ୪ ଶହ କୋଟିରୁ ଅଧିକ ଟଙ୍କାରେ ଯେଉଁ ପ୍ରକଳ୍ପ କରାଯାଇଥିଲା, ତାହା ଭଲରେ ଭଲରେ ୪ ବର୍ଷ ବି ଗଲାନାହିଁ। ୪ ଦିନ ଧରି ବ୍ରହ୍ମପୁର ପରି ଏତେ ବଡ଼ ସହର ପାଣି ବିନା ଛଟପଟ ହେଲା।
କଟକର ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ହାଇକୋର୍ଟଙ୍କ 'ବାଲି' ଛାଟ। ବାଲି ପରିବହନ ନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଦାଖଲ କରିଥିବା ସତ୍ୟପାଠ ମିଥ୍ୟା ବୋଲି କହିବା ସହିତ, ତତ୍କାଳୀନ ଜିଲ୍ଲାପାଳ ଚୟନୀଙ୍କ ଉପରେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି ଉଚ୍ଚ ନ୍ୟାୟାଳୟ ।
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଆଛୁଲି ପଞ୍ଚାୟତରୁ ଆସିଛି ଅବ୍ୟବସ୍ଥାର ଭିନ୍ନ କାହାଣୀ । 5T ନାଁକୁ ନେଇ ନାନା ଅସୁଧା ଭୋଗୁଛନ୍ତି ଚଢ଼ିଆପଲ୍ଲୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ।
ରାଜ୍ୟ ସରକାରଙ୍କ ୨୫ ବର୍ଷ ଶାସନରେ ବହଳଦାକୁ ମିଳିପାରିଲାନି ଗୋଟିଏ ବସ୍ଷ୍ଟାଣ୍ଡ । ଯାହାଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳୁଛି ।
ଗଞ୍ଜାମ ଜିଲ୍ଲା କଣ୍ଟେଇପଲ୍ଲୀ ଠାରୁ ସୋରଡ଼ାକୁ ସଂଯୋଗ କରୁଥିବା ନିତିଦିନିଆ ରାସ୍ତା ପାଲଟିଛି ମରଣଯନ୍ତା । ଲୋକଙ୍କ ଗମନାଗମନର ସୁବିଧା ଲାଗି ସରକାର ୨୦୨୧ ମସିହାରେ ୨୧ କିଲୋମିଟର ଯାଏଁ ରାସ୍ତା ନିର୍ମାଣ ପାଇଁ ୩୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମଞ୍ଜୁର କରିଥିଲେ ।
ଗାଁକୁ ନାହିଁ ରାସ୍ତା... ପହଞ୍ଚିପାରୁନି ସୁବିଧା । ଗୁହିଆସାଳ, ତଳଡିହ ଓ ତୁମୁଣି ବନ୍ଧ ଭଳି ଗାଁ ଏବେ ବି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ।
ରାସ୍ତାରେ ସମସ୍ତ ଗାଡ଼ିକୁ ଚେକିଂ କରାଯିବା ସହ ସମସ୍ତ କାଗଜପତ୍ର ଓ ଗାଡ଼ି ଚାଳକଙ୍କ ସମ୍ବନ୍ଧରେ ତଥ୍ୟ ଯାଞ୍ଚ କରାଯାଇଛି ।
ବାଲି ପରିବହନ ନେଇ ପୂର୍ବତନ କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ଛାଟ । ପୂର୍ବତନ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ପ୍ରତି ହାଇକୋର୍ଟ କ୍ଷୁବ୍ଧ ପ୍ରକାଶ କରିଛନ୍ତି ।
ଗାଁରେ ପ୍ରାୟ ୪ଶହ ପରିବାର ବସବାସ କରନ୍ତି । ମୁଖ୍ୟ ରାସ୍ତା ନିକଟରେ ଗାଁ ରହିଥିଲେ ମଧ୍ୟ ଗାଁକୁ ଯିବାକୁ ଭଲ ରାସ୍ତାଟିଏ ନାହିଁ ।
ପବିତ୍ର କାର୍ତ୍ତିକ ମାସର ପଂଚୁକ ଆରମ୍ଭରୁ ଯାଜପୁର ଜିଲା ରସୁଲପୁର ବ୍ଲକର ହରିପୁର ରାହାସ ଯାତ୍ରା ପାଇଁ ହୋଇଉଠେ ଉତ୍ସବ ମୁଖର । ଅଂଚଳର ବିଭିନ୍ନ ମଠ ମନ୍ଦିରରେ ଭିନ୍ନ ଭିନ୍ନ କୁଞ୍ଜ ତିଆରି ହୋଇ ପୂଜା ପାଇଥା’ନ୍ତି ରାଧାକୃଷ୍ଣ ଓ ମଦନମୋହନ ।
ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକର ପୂର୍ବତନ ଅଧ୍ୟକ୍ଷା କାନ୍ତି କୁମ୍ଭାର । ଯିଏ ଦିନେ ଦୁଃଖୀଙ୍କ ଦୁଃଖରେ ଛିଡ଼ା ହେଉଥିଲେ । ଗରିବଙ୍କ ନିକଟରେ କିପରି ସରକାରଙ୍କ ଯୋଜନା ପହଞ୍ଚିବ ସେନେଇ ପ୍ରାଣପ୍ରଣେ ଚେଷ୍ଟା କରୁଥିଲେ ।