ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ତତ୍ପର ସ୍ୱାସ୍ଥ୍ୟ ବିଭାଗ । ଗତ ୫ ବର୍ଷ ଭିତରେ ରାଜ୍ୟର ଯେଉଁ ଅଞ୍ଚଳ ଡେଙ୍ଗୁର ହଟ୍ସ୍ପଟ୍ ରହିଆସିଛି, ସେସବୁ ଅଞ୍ଚଳକୁ ମ୍ୟାପିଂ କରିବା ସହ ସେଠାରେ ସର୍ବେକ୍ଷଣ ଆରମ୍ଭ ଲାଗି ନିର୍ଦ୍ଦେଶ ଦିଆଯାଇଛି ।
ଆଜିଠୁ ଏହି ନିର୍ଦ୍ଦେଶନାମା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି ନୋଟିସରେ। ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଛି।
ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ । ଘରେ ଘରେ ଥଣ୍ଡା, କାଶ ଓ ଜ୍ୱର । ମେଡିସିନ ଖାଉଥିଲେ ବି ଛାଡ଼ୁନି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମାନ ସ୍ଥିତି । ସେପଟେ ଚିନ୍ତା ବଢ଼ାଉଛି ଚୀନରେ ଉଦବେଗଜନକ ସ୍ଥିତିରେ ଥିବା ନିମୋନିଆ ସଂକ୍ରମଣ ।
ରାଜ୍ୟର ବିଭିନ୍ନ ହସପିଟାଲରେ ବଢୁଛି ରୋଗୀଙ୍କ ସଂଖ୍ୟା । ଔଷଧ ସେବନ ପରେ ବି ଦୀର୍ଘଦିନ ଯାଏଁ ଲାଗି ରହୁଛି କାଶ, କଫ ।
ରାଜ୍ୟରେ ସ୍ୱାସ୍ଥ୍ୟ ସେବା ପାଇଁ ୨ ହଜାର ପଦବୀ ରାଜ୍ୟ ସରକାର ସୃଷ୍ଟି କରିଛନ୍ତି। ସମସ୍ତ ୩୦ ଜିଲ୍ଲା ପାଇଁ ଗ୍ରୁପ୍ ଏ ରାଙ୍କ୍ର ୨ ହଜାର ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(LTRMO) ପଦବୀ ସୃଷ୍ଟି କରାଯାଇଛି।