Advertisment

ସ୍ଵାମୀର କିଡ୍‌ନୀ ନଷ୍ଟ ପରେ ଛାଡି ପଳେଇଲା ସ୍ତ୍ରୀ, ଭରସା ଏବେ ୬୦ ବର୍ଷର ବିଧବା ମା’...

ପୁଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଟଙ୍କା ମାଗି ମେଡିକାଲ ନେଇଛନ୍ତି ବିଧବା ମା’। ଆଉ ଏପଟେ ଓଳିଏ ଖାଇଲେ ଓଳିଏ ଉପାସ ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
man seeks help for treatment in bhadrak

man seeks help for treatment in bhadrak

‘ହେ ସରକାର ମୋ ପୁଅକୁ ବଞ୍ଚାଇ ଦିଅ ।’  ଏମିତି କୋହଭରା କଣ୍ଠରେ ଆଖିରୁ ଲୁହ ଝରାଇ  ସରକାରଙ୍କୁ ହାତଯୋଡି ଆକୁଳ ନିବେଦନ କରୁଛନ୍ତି ଜଣେ ୬୨ବର୍ଷର ବିଧବା ମା’।  ଅର୍ଥ ଅଭାବରୁ ବିଛଣାରେ ପଡି ରହିଛି ୩୫ ବର୍ଷର ରୋଜଗାରିଆ ପୁଅ । ଯାହା କିଛି ଥିଲା ସବୁକିଛି ବିକି ଭାଙ୍ଗି ପୁଅର ଚିକିତ୍ସାରେ ଲଗାଇ ସାରିଛି ମା’। 

Advertisment

ଏମିତି କି ପୁଅର ଚିକିତ୍ସା ପାଇଁ ଗାଁ ଗାଁ ବୁଲି ଟଙ୍କା ମାଗି ମେଡିକାଲ ନେଇଛନ୍ତି ବିଧବା ମା’। ଆଉ ଏପଟେ ଓଳିଏ ଖାଇଲେ ଓଳିଏ ଉପାସ । ଏମିତି ଏକ ହୃଦୟବିଦାରକ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଦୋସିଙ୍ଗା ପଞ୍ଚାୟତ ବାଲିସାହି ଗାଁରେ ଦେଖିବାକୁ ମିଳିଛି ।

ଗାଁର ଗୋବିନ୍ଦ ଦାସଙ୍କ ପୁଅ ଦୈତାରି ଦାସ ।  ବୟସ ୩୫ ।  ଦୁଇଟି କିଡ୍‌ନୀ ନଷ୍ଟ ପରେ  ବିଛଣାରେ ପଡି ରହିଛନ୍ତି ଦୈତାରି । ସେ ବିବାହିତ । ଦିନେ ହସଖୁସିରେ ପରିବାର ଚାଲିଥିଲା ।  ଅଚାନକ ଦେହ ଅସୁସ୍ଥ ହେବାରୁ ଡାକ୍ତରକୁ ଦେଖାଇଥିଲେ ଦୈତାରି l ଏହାପରେ ଜଣାପଡ଼ିଥିଲା, ତାଙ୍କର ୨ଟି ଯାକ କିଡ୍‌ନୀ ନଷ୍ଟ ହୋଇଯାଇଛି । 

Advertisment

ଏହା ଶୁଣିବା ପରେ ଦୈତାରିଙ୍କ ପରିବାରକୁ ମାଡ଼ି ଆସିଥିଲା ଦୁଃଖର କଳା ବାଦଲ । ଦୈତାରିଙ୍କ ଦେହ ଖରାପ ଖବର ଶୁଣି ତାଙ୍କ ସ୍ତ୍ରୀ ବିପଦ ସମୟରେ ଛିଡ଼ା ହେବା ବଦଳରେ ତାଙ୍କୁ ପର କରି ବାପ ଘରକୁ ଚାଲି ଯାଇଛନ୍ତି । ବଞ୍ଚିବାର ଆଶା ନେଇ ଦୈତାରି ସରକାରଙ୍କ ସହାୟତାକୁ ଅପେକ୍ଷା କରିବା ସହ ସରକାରଙ୍କୁ ନିବେଦନ କରିଛନ୍ତି । କାରଣ ଅଧିକ ଚିକିତ୍ସା ପାଇଁ ଅର୍ଥର ଆବଶ୍ୟକତା ରହିଛି । 

ଘରେ ଆର୍ଥିକ ଅବସ୍ଥା ଭଲ ନାହିଁ । ଦୈତାରିଙ୍କ ଵାପା ଚାଲି ଯିବାପରେ ବିଧବା ମା’ ପୁଅର ଏମିତି  ଅବସ୍ଥାକୁ ଦେଖି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି । ଯାହାବି କିଛି ପାଖରେ ଟଙ୍କା ଥିଲା, ଚିକିତ୍ସା ପାଇଁ ସବୁ ସାରି ସାରିଲେଣି । ପରିବାରର ଦାରିଦ୍ର୍ୟ ଯୋଗୁ ଚିକିତ୍ସା ଅଭାବରୁ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି  ଦୈତାରି। ଏଭଳି ବିପଦ ସମୟରେ ଦୈତାରିଙ୍କ ଆଶାବାଡ଼ି ସାଜିଛନ୍ତି ୬୦ ବର୍ଷୀୟା ବିଧବା ମା’।

ଏନେଇ ସ୍ଥାନୀୟ ସରପଞ୍ଚ ରାମକୃଷ୍ଣ ଜେନା କହିଛନ୍ତି, ପଞ୍ଚାୟତ ପକ୍ଷରୁ ଯାହା ସାହାଯ୍ୟ କରାଯିବା କଥା କରା ଯାଇଛି । ଆହୁରି କିପରି ଉନ୍ନତ ମାନର ଚିକିତ୍ସା ଯୋଗାଇ ଦିଆଯିବ ସେ ବିଷୟରେ ସରକାରଙ୍କୁ ଅବଗତ କରାଯିବ । 

Advertisment
Advertisment