• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଜାଗାର ନାଁ ସ୍କଟଲାଣ୍ତ ପୁର । ରାଜ ପ୍ରସାଦର ନାଁ ସ୍କଟଲାଣ୍ତ ପୁର । କିନ୍ତୁ ଫରକ ଏତିକି, ଏ ସ୍କଟଲ୍ୟାଣ୍ଡଟି ତାଳଚେରରେ ଅବସ୍ଥିତ । ତାଳଚେର ବ୍ଲକ ଅନ୍ତର୍ଗତ ଧରମପୁର ପଞ୍ଚାୟତରେ ରହିଛି ସ୍କଟଲାଣ୍ତ ପୁର ଗାଁ । ତତକାଳୀନ ରାଜାଙ୍କର ୟୁରୋପୀୟ ପ୍ରେମ ପାଇଁ ଏ ଜାଗାର ଏପରି ନାଁ । ଗୋଟେ ପଟେ ନଦୀ, ଆଉ ଗୋଟେ ପଟେ ପାହାଡ଼ ।

ଚାରିଆଡ଼େ ସବୁଜିମା ଘେରା ପରିବେଶ । ଏହାରି ମଧ୍ୟରେ ରହିଛି ସ୍କଟଲାଣ୍ତ ପୁର ରାଜ ପ୍ରସାଦ । ରାଜା ରାଜୁଡ଼ା ଅମଳର ସ୍କଟଲାଣ୍ତ ପୁର ଗ୍ରାମରେ ପାଖାପାଖି 200 ପରିବାର ବସବାସ କରନ୍ତି । ତାଳଚେରର ତତକାଳୀନ ରାଜାଙ୍କ ଭାଇ ରାଜା ଦିୱାନ ବାହାଦୁର ଚନ୍ଦ୍ର ଦେବ, ସ୍କଟଲାଣ୍ତ ଭ୍ରମଣ କରି ଆସିବା ପରେ, ଏପରି ନାମ ରଖିଥିଲେ । ସ୍କଟଲାଣ୍ତର ସୌନ୍ଦର୍ଯ୍ୟ ତାଙ୍କୁ ଅଭିଭୂତ କରିଥିଲା ।

ରାଜ ପ୍ରସାଦକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ରାଜା ଦିୱାନ ବାହାଦୁର ଚନ୍ଦ୍ର ଦେବ, ଏହାର ଚାରିପଟେ ଦେବୀ ମନ୍ଦିର ସ୍ଥାପନ କରିଥିଲେ ବୋଲି କୁହନ୍ତି ରାଜାଙ୍କ ନାତି । ତେବେ ଶିଳ୍ପନଗରୀର ଏହି ରାଜ ପ୍ରସାଦଟି ବେଶ ମନଲୋଭା । ପାହାଡ଼ ଘେରା ଜଙ୍ଗଲ ମଝିରେ ଥିବା ଏହି ପ୍ରାସାଦ ଦର୍ଶକମାନଙ୍କୁ ଆକର୍ଷିତ କରିଥାଏ । ରାଜ ପ୍ରସାଦ ବୁଲି ଦେଖିବା ସହ ଏହାର ପ୍ରକୃତିକୁ ଉପଭୋଗ କରି ଥାଆନ୍ତି ଦର୍ଶକ ।

ତେବେ ଲୋକ ଲୋଚନ ଅଢ଼ୁଆଳରେ ରହି ଯାଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଏହି ରାଜ ପ୍ରସାଦ । ଗାଁରେ ନା ଲାଇଟ ଅଛି, ନା ରାସ୍ତା ଖଣ୍ତେ ଅଛି । ଯଦି ରାଜ୍ୟ ସରକାର ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଅନ୍ତେ, ତେବେ ଓଡ଼ିଶାର ଐତିହ୍ୟ ଓ ଇତିହାସର ବ୍ୟାପକ ପ୍ରଚାର ପ୍ରସାର ହୋଇ ପାରନ୍ତା ।