• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବାଲେଶ୍ବର ସହରର ଟ୍ରାଫିକ ସମସ୍ୟା ବଢାଇଛି ବେଆଇନ ପାର୍କିଂ । ସହରର ପ୍ରବେଶ ପଥ ଓ-ଟି ରୋଡରେ ବସ ଗୁଡିକ ରାସ୍ତା ଉପରେ ଛିଡ଼ା ହେଉଥିବାରୁ ଟ୍ରାଫିକ ସମସ୍ୟା ଲାଗିରହିଛି । କୋଟି କୋଟି ଟଙ୍କା ବ୍ୟୟରେ ସହଦେବ ଖୁଣ୍ଟାରେ ନିର୍ମାଣ ହୋଇଥିବା ନୂତନ ବସଷ୍ଟାଣ୍ଡକୁ ଗାଡି ଗୁଡିକ ନଯାଇ ରାସ୍ତା ଉପରେ ଆସର ଜମାଉଥିବା ଅଭିଯୋଗ ହୋଇଛି ।

ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବଢୁଥିବା ବେଳେ, ପ୍ରଶାସନ ଓ ବସ ମାଲିକ ସଂଘ ଭିତରେ ଚାଲିଛି ଦୋଷ ଲଦାଲଦି । ବାଲେଶ୍ଵର ଜିଲ୍ଲାର ପ୍ରବେଶ ପଥ ଓଟି ରୋଡ । ତାମୁଳିଆ ଓଭର ବ୍ରିଜଠାରୁ ଫାଣ୍ଡିଛକ ଓଭର ବ୍ରିଜ ପର୍ଯ୍ୟନ୍ତ ଲାଗିଥିବା ଏହି ରାସ୍ତା ବାଲେଶ୍ବରର ପ୍ରବେଶ ପଥ ସହ ଏକ ବ୍ୟସ୍ତବହୁଳ ରାସ୍ତା । ପୂର୍ବରୁ ଏହି ରାସ୍ତାରେ ବସ ଓ ଅନ୍ୟାନ ଚାରିଚକିଆ ଗାଡି ପାର୍କିଂ କରୁଥିଲେ ।

ଯାହାର ସମାଧାନ ପାଇଁ ସହଦେବ ଖୁଣ୍ଟା ଠାରେ ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ସହ ଓଟି ରୋଡର ପ୍ରଶସ୍ତିକରଣ କରାଯାଇଥିଲା । ମାତ୍ର ଏବେ ବସ୍ ଷ୍ଟାଣ୍ଡ ନିର୍ମାଣ ସରିଛି, ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଇଛି । ହେଲେ ସ୍ଥିତି ଯଥା ପୂର୍ବଂ, ତଥା ପରଂ । ଏବେବି ରାସ୍ତା କଡ଼ରେ ଚାଲିଛି ବେଆଇନ୍ ପାର୍କିଂ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରବାସୀ ।

ରାସ୍ତାକଡ଼ରେ ବସ୍ ପାର୍କିଂକୁ ନେଇ ପ୍ରଶାସନ ଓ ବାଲେଶ୍ବର ମଟର ଆସୋସିଏସନ୍ ମଧ୍ୟରେ ଚାଲିଛି ବିବାଦ । ଜିଲ୍ଲାପାଳ କହିଛନ୍ତି, ବସଷ୍ଟାଣ୍ଡ ପୁନଃନିର୍ମାଣ ପରେ ବସ ପାର୍କିଂ ପାଇଁ ଜାଗା ଦିଆଯାଇଛି । ଏପରକି ରେମୁଣା-ଗଣେଶ୍ବରପୁରରେ ସ୍ବତନ୍ତ୍ର ପାର୍କିଂ ପାଇଁ ଜାଗା ଦିଆଯାଇଛି । ସେପଟେ ବାଲେଶ୍ବର ମଟର ଆସୋସିଏସନ୍ ସଂଘର ସଭାପତି କହିଛନ୍ତି, ବସଷ୍ଟାଣ୍ଡ ଏବଂ ପାର୍କିଂ ସ୍ଥାନ ଏବେବି ନିର୍ମାଣଧୀନ । ଏଣୁ ବାଧ୍ୟ ହୋଇ ରାସ୍ତା ଉପରେ ବସ ପାର୍କିଂ କରାଯାଉଛି ।