/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701884127.jpg)
ESMA on Health Staff
ସ୍ୱାସ୍ଥ୍ୟ କ୍ଷେତ୍ରରେ ନିୟୋଜିତ କୌଣସି କର୍ମଚାରୀ ଧର୍ମଘଟ କିମ୍ବା ଆନ୍ଦୋଳନ କରିପାରିବେ ନାହିଁ। ଆସନ୍ତା ୬ ମାସ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସମା ଲାଗୁ କରାଯାଇଛି। ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ରର କର୍ମଚାରୀମାନଙ୍କ ଲମ୍ବା ଛୁଟି କିମ୍ବା ଧର୍ମଘଟ ଆନ୍ଦୋଳନ ନିଷିଦ୍ଧ କରିବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାରେ ଅତ୍ୟାବଶ୍ୟକ ସେବା ଅଧିନିୟମ- ଏସମା-୧୯୮୮ ଲାଗୁ କରିଛନ୍ତି । ବିଧିବଦ୍ଧ ଭାବେ ଏନେଇ ଗୃହ ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବିଶେଷ କରି ନର୍ସ, ପାରାମେଡିକ୍ସ, ଟେକ୍ନସିଆନଙ୍କ ସମେତ ତୃତୀୟ ଏବଂ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏହି ନୋଟିସ୍ ଜାରି ହୋଇଛି।
Advertisment
ଆଜିଠୁ ଏହି ନିର୍ଦ୍ଦେଶନାମା ଆସନ୍ତା ୬ ମାସ ଯାଏଁ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି ନୋଟିସରେ। ଏହି ସମୟରେ ଡାକ୍ତରଖାନାର କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେ ନାହିଁ ବୋଲି ଗୃହବିଭାଗ ପକ୍ଷରୁ ଏସମା ଲାଗୁ କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)