ରଥଯାତ୍ରାରେ ରଥ ଉପରକୁ ଯିବା ଛଡ଼ା ମୋର ଆଉ କୌଣସି ସଂପର୍କ ନାହିଁ ବୋଲି କହିଛନ୍ତି ଜଗତଗୁରୁ। ଶ୍ରୀମନ୍ଦିର ୪ ଦ୍ୱାର ପ୍ରସଙ୍ଗରେ ମତ ରଖି କହିଛନ୍ତି, ଦକ୍ଷିଣ ଦ୍ୱାର କେବଳ ମୋ ପାଇଁ ଖୋଲିପାରେ।
ପୁରୀରେ ବରିଷ୍ଠ ବିଜେପି ନେତା ସୁବ୍ରମଣିଅନ୍ ସ୍ୱାମୀ । ସୁବ୍ରମଣିଅନ୍ ପୁରୀ ଗୋବର୍ଦ୍ଧନ ମଠକୁ ଯାଇ ଜଗଦଗୁରୁ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଦେଖନ୍ତୁ ଏହାର କିଛି ଝଲକ...
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା।
ପୁରୀ: ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଶାସ୍ତ୍ର ସଂପର୍କିତ ଚିଠି ଓ ଶଙ୍କରାଚାର୍ଯ୍ୟଙ୍କ କ୍ଷୋଭ ସତ୍ତ୍ୱେ କାହିଁକି ମୁହଁ ଖୋଲୁନାହାନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ? ତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ପୁରୀ ରଥଯାତ୍ରା ନେଇ ଗତକାଲି ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ସେ ଚିଠିରେ ଲେଖିଥିଲେ, ଶାସ୍ତ୍ର, ତତ୍ୱ, ଇତିହାସ, ଧାର୍ମିକ ଭାବନା ଓ ଆଇନଗତ ଆଦି ବିଭିନ୍ନ ଦୃଷ୍ଟିକୋଣରୁ ପୁରୀ ରଥଯାତ୍ରାର ସ୍ୱତନ୍ତ୍ର ମହତ୍ୱ ଓ ଗୁରୁତ୍ୱ ରହିଛି। […]