• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ଶୀତ ଆରମ୍ଭ ସହ ଆରମ୍ଭ ହେଲାଣି ପର୍ଯ୍ୟଟନ ଋତୁ । ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଲାଗିଲାଣି ପର୍ଯ୍ୟଟକଙ୍କ ଗହଳି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ତଳମିଟିଂ ଜଳପ୍ରପାତ ଏଥିରୁ ବାଦ ପଡନ୍ତା କେମିତି । ଜଳପ୍ରପାତକୁ ଯଦିଓ ରାସ୍ତା ନାହିଁ, ତଥାପି ପଦାଚଲା ରାସ୍ତାରେ ପ୍ରକୃତିର ମନୋରମ ପରିବେଶ ଉପଭୋଗ କରିବାକୁ ପ୍ରତିଦିନ ପହଞ୍ଚି ଯାଉଛନ୍ତି ପର୍ଯ୍ୟଟକ ।

ପ୍ରକୃତିର କୋଳରେ ଝରଣାର କୁଳୁକୁଳୁ ନାଦ । ସବୁଜିମାର ଭରା ତାର ସୌନ୍ଦର୍ଯ୍ୟ । ଖାସ ସେଇଥି ପାଇଁ ତ ପରିବେଶ ପ୍ରେମୀଙ୍କୁ ଟାଣିଥାଏ ଏହି ମନୋରମ ସ୍ଥାନ। ଖରା ହେଉ ଅବା ବର୍ଷା କିମ୍ବା ଶୀତ ବର୍ଷ ସାରା ଏଠାରେ ଲାଗିଥାଏ ପର୍ଯ୍ୟଟକଙ୍କ ଭିଡ଼ । ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ ଭୋଜିଭାତ କରି ମଜା ନେବାକୁ ଛୁଟି ଆସିଥାନ୍ତି ଲୋକେ ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ କାକିରିଗୁମ୍ମାରୁ ମାତ୍ର ୧୪ କିମି ଦୂରରେ ରହିଛି ଏହି ଜଳପ୍ରପାତ । କାକିରିଗୁମ୍ମାରୁ ତଳମିଟିଂ ଗାଁ ପହଞ୍ଚିବା ପରେ ସେଠାରୁ ପାଦଚଲା ରାସ୍ତାରେ ଯିବାକୁ ପଡେ ଏହି ଜଳପ୍ରପାତକୁ । ଗାଁର ନାଁ ଅନୁସାରେ ଜଳପ୍ରପାତର ନାମକରଣ ହୋଇଛି । ପ୍ରଶାସନ ପକ୍ଷରୁ ଜଳପ୍ରପାତ ସାଇନବୋର୍ଡ ଲଗାଯାଇଛି । ହେଲେ ଆନୁସଙ୍ଗିକ ବ୍ୟବସ୍ଥା ଏଯାଏଁ ହୋଇ ପାରିନଥିବା ଅଭିଯୋଗ ହୋଇଛି ।

ସେପଟେ ଏନେଇ ପର୍ଯ୍ୟଟନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ । ରାସ୍ତା ସହ ଆନୁସଙ୍ଗିକ ବ୍ୟବସ୍ଥା କରା ଯାଇପାରିଲେ, ଆଗାମୀ ଦିନରେ ତଳମିଟିଂ ଜଳପ୍ରପାତକୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆସିପାରନ୍ତେ ।