• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଲାଗି ଶୀତତାପ ନିୟନ୍ତ୍ରିତ ବ୍ୟାରିକେଡ କାର୍ଯ୍ୟ ପାଇଁ ମାପଚୁପ ଆରମ୍ଭ । ସ୍ୱତନ୍ତ୍ର ବ୍ୟାରିକେଡ ପାଇଁ ମାପଚୁପ ଓବିସିସି ପକ୍ଷରୁ କରାଯାଇଛି । ଏଥିପାଇଁ ମରଚିକୋଟ ଛକ ନିକଟ ଧର୍ମଜୌତି ଲଜିଂଠାରୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପର୍ଯ୍ୟନ୍ତ ୮୪ ମିଟର ଲମ୍ବ ଓ ୧୨ ମିଟର ଚଉଡାରେ ଶୀତତାପ ନିୟନ୍ତ୍ରିତ ଟେନସାଲ ଫାବ୍ରିକ କାର୍ଯ୍ୟ ଆରମ୍ଭ ହେବ । ତା ଭିତରେ ସବୁ ପ୍ରକାର ସୁବିଧା ରହିବ । ବ୍ୟାରିକେଡର ଉପରେ ଟେନସାଲ ଫାବ୍ରିକ କଭର ଦିଆଯିବ। ଚତୁପାର୍ଶ୍ୱରେ ମଧ୍ୟ କଭର ରହିବ । ଏଥିରେ ଏୟାର କଣ୍ଡିସନ ଲଗାଯିବ। ବର୍ଷ ସାରା ବ୍ୟାରିକେଡ ରହିବ। ସେଥିପାଇଁ ଶ୍ରୀମନ୍ଦିରଠାରୁ ମରଚିକୋଟ ପର୍ଯ୍ୟନ୍ତ ସମସ୍ତ ଦୋକାନ ଉଠାଯାଇଛି।

କେବଳ ରଥଯାତ୍ରା ସମୟରେ ଏହି ଡେଡିକେଟଡ ବ୍ୟାରିକେଡ ହଟାଯିବ । ଭକ୍ତମାନେ ଏହି ବ୍ୟାରିକେଡ ଦେଇ ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟ ଭିତର ଦେଇ ଦୋଳବେଦୀ କୋଣ ହେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବେ । ଏହାରି ଭିତରେ ଏଠି ପ୍ରଶ୍ନ ଉଠିଛି, ହରଚଣ୍ଡୀ ସାହି, ବାସେଳି ସାହି, ମାର୍କେଣ୍ଡେଶ୍ୱର ସାହି, ଦୋଳମଣ୍ଡପ ସାହି, ମାଟିମଣ୍ଡପ ସାହି କାଳିକାଦେବୀ ସାହି ଲୋକମାନେ ଯାତାୟାତ କିଭଳି ଭାବେ କରିବେ।