• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

NMMS ସ୍କଲାରସିପ୍ ପରୀକ୍ଷା ପରିଚାଳନାରେ ତୃଟି ଅଭିଯୋଗ । ପରୀକ୍ଷାରୁ ବଞ୍ଚିତ ହେଲେ ତିନି ଶହ ଛାତ୍ରଛାତ୍ରୀ । ଏଭଳି ଅଭିଯୋଗ ଆସିଛି ଯାଜପୁର ପାଣିକୋଇଲି ଅଞ୍ଚଳରୁ । ପାଣିକୋଇଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଚାଲିଥିବାବେଳେ ପରିଚାଳନାଗତ ତ୍ରୁଟି ପାଇଁ ପିଲାମାନେ ପରୀକ୍ଷାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି ।

ଏସଏଟି ପ୍ରଶ୍ନପତ୍ର ସ୍ଥାନରେ ଏମଏଟି ପ୍ରଶ୍ନପତ୍ର ଭୁଲରେ ପହଁଞ୍ଚିବା ଯୋଗୁ ପରୀକ୍ଷା ହୋଇନପାରି ବିଳମ୍ବ ହୋଇଥିଲା । ଏ ନେଇ ଅଭିଭାବକ ମାନେ ସ୍କୁଲ ପରିସରରେ ଧାରଣା ଦେବା ସହ ପରୀକ୍ଷା ବାତିଲ କରିବାକୁ ଦାବି କରିଥିଲେ । ପରେ କୋରେଇ ବିଡିଓ ଓ ପାଣିକୋଇଲି ପୋଲିସ ପହଂଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିବା ସହ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା ବାତିଲ ହେବା ଘୋଷଣା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

  • Reported by:
  • JANMEJAY DASH