କିଛି ମାସ ତଳେ ବାପା ଚାଲିଗଲେ, କାଲି ମାଆକୁ ବି ଛଡ଼ାଇ ନେଲା ହଇଜା... ତିନି ଭଉଣୀଙ୍କ ମୁଣ୍ଡ ଉପରୁ ଛପର ଉଡ଼ିଯାଇଥିଲା, ଆଉ କାଲି ଭୁଶୁଡ଼ି ପଡ଼ିଲା ସୁରକ୍ଷାର ଚାରିକାନ୍ଥ... । ମଧୁସୂଦନପାଲିର ସାବିତ୍ରୀ ଗିରି ହଇଜାରେ ପ୍ରାଣ ହରାଇବା ପରେ, ଦୁନିଆ ଦୁଆରେ ବେସାହାରା ହୋଇଗଲେ ତାଙ୍କର ୩ ବଢ଼ିଲା ଝିଅ। ବଡ଼ ଓ ମଝିଆଁ ମୂଲ ମଜୁରୀ ଲାଗୁଥିବା ବେଳେ, ଦଶମରେ ପଢ଼ୁଥିବା ସାନ ଝିଅକୁ ଲାଗିଛି ସବୁଠୁ ବଡ଼ ଧକ୍କା ।
ଆବର୍ଜନାରେ ଭର୍ତ୍ତି ଜଳାଶୟ । ପୋଖରୀରେ କେଉଁଠି ଦଳ ଭର୍ତ୍ତି ତ କେଉଁଠି ଗଛଲତା । ଅପରିଷ୍କାର ପାଣି, ପୁତ୍ତି ଗନ୍ଧମୟ ପରିବେଶ । ସବୁଠି ଅଧପନ୍ତରିଆ କାମ, ଦରଖଣ୍ଡିଆ ସୌନ୍ଦର୍ଯ୍ୟକରଣ ।
ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କୁ ମାଡ ! କଟନୀ ଛଟନୀରେ ତ୍ରାହି ତ୍ରାହି ଚାଷୀ । କିନ୍ତୁ ଏତିକିରେ ବି ମଣ୍ଡି ଅଧିକାରୀଙ୍କ ମନମାନୁନି । ମିଲର୍ସଙ୍କ ସହିତ ମଧୁଚନ୍ଦ୍ରିକାର ପ୍ରମାଣ ମିଳିଛି ମଣ୍ଡି ଭିତରୁ ।
ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ ।
ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନିମନ୍ତ୍ରଣ ଦିଆଯିବା ପରେ ଆଜି ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କୁ ନିମନ୍ତ୍ରଣ କରାଯିବ । ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ମାନେ ମଧ୍ୟପ୍ରଦେଶର ଉଜ୍ଜୟନୀ ଯାତ୍ରା କରିବେ ।
ରାଜଧାନୀରେ ଏବେ ରାଜ କରୁଛି ଶୀତ । ପ୍ରବଳ ଶୀତରେ କେମିତି ଶୋଇଛି ରାଜଧାନୀ । କେମିତି ଶୋଇଛି ରାଜଧାନୀର ରାସ୍ତାଘାଟ, ଆଉ କେମିତି ଶୀତ ସହ ସଂଘର୍ଷ କରୁଛନ୍ତି ବାସହରା । ଦିନ ସାରାର ଖଟଣି ପରେ ରାତିରେ ମୁଣ୍ଡ ଗୁଞ୍ଜିବା ବହୁ କଷ୍ଟକର ହେଉଛି ବାସହରାଙ୍କ ପାଇଁ ।
ରାଉରକେଲା ସୀମାନ୍ତ ଝାଡ଼ଖଣ୍ଡରେ ନକ୍ସଲଙ୍କ ହିଂସାକାଣ୍ଡ । ଝାଡ଼ଖଣ୍ଡ ମନୋହରପୁର ଷ୍ଟେସନ ନିକଟ ବିରୁୱାରେ ରେଳ ଧାରଣା ଉଡାଇଛନ୍ତି ମାଓବାଦୀ । ବିଳମ୍ବିତ ରାତିରେ ଏଭଳି କାଣ୍ଡ ଭିଆଇଥିବା ଜଣାପଡ଼ିଛି । ଫଳରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକଘର ସହ ଜିଲ୍ଲାର କୌଣସି ପୋଷ୍ଟ ଅଫିସର ୧୦ ଟଙ୍କିଆ ଆାଇ.ପି.ଓ. ମିଳୁନି। ମୟୁରଭଞ୍ଜ ଓ ଭଦ୍ରକ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା।
ପୂର୍ବରୁ ଦୁଇ ଓଲିଉଡ୍ ଷ୍ଟାରଙ୍କ ଘରକଳି ବାରମ୍ବାର ପଦାରେ ପଡ଼ିଛି । ଅନେକ ଥର ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।
କେବଳ ଚା’ ନୁହେଁ ବରଂ ନିଦ ଛଡାଇବା ଏବଂ ବିଶ୍ରାମ ପାଇଁ ସେହି ହୋଟେଲ ଓ ଢାବାରେ ଆଶ୍ରୟ ନେଇପାରିବେ ଡ୍ରାଇଭର । କାରଣ ରାତି ଅନିଦ୍ରା ହେଉଥିବାରୁ ଟ୍ରକ୍ ଚାଳକଙ୍କର ଭୋର୍ ସମୟରେ ଆଖି ଲାଗି ଯାଇଥାଏ ।
ଶ୍ରଦ୍ଧାଳୁଙ୍କ ପାଇଁ କେତେ ସହାୟକ ହେବ ଏସି ଟନେଲ ? ଏସି ଟନେଲରେ ବରିଷ୍ଠ ନାଗରିକଙ୍କ ପାଇଁ କଣ ରହିବ ସୁବିଧା ? ନୂଆ ବର୍ଷ ପୂର୍ବରୁ ଏବେ ଏସି ଟନେଲ କାମ ଜୋରସୋରରେ ଚାଲିଥିବା ବେଳେ କେତେଦୂର ଫଳପ୍ରଦ ହେବ ଉଠିଛି ପ୍ରଶ୍ନ ।
ଚାଷ ଆରମ୍ଭରୁ ବର୍ଷା ବିଳମ୍ବ କଲା, ଅମଳ ସମୟରେ ବର୍ଷା କାଳ ସାଜିଲା । ଆଉ ଏବେ ଅମଳ ଧାନ ବିକିବା ବେଳେ ବି ସମସ୍ୟା ପିଛା ଛାଡୁନି । ଭୁଲ ସାଟେଲାଇଟ୍ ସର୍ଭେ ଯୋଗୁ କୋରାପୁଟ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଚାଷୀ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସିଛି ।
ଆଜି ମାଣବସା ଶେଷ ଗୁରୁବାର । ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି ।
ଖୋର୍ଦ୍ଧା ଜଟଣୀ ପୌରପରିଷଦରେ ଉଚ୍ଛେଦ କରାଯାଇଥିବା ଦୋକାନୀମାନଙ୍କୁ କେବେ କରାଯିବ ଥଇଥାନ ? ଦୋକାନୀଙ୍କୁ କେବେ ମିଳିବ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଭେଣ୍ଡିଂଜୋନ ?
ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଥିବା ବେଳେ, ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ସରକାରୀ ଭାବେ ମୃତ୍ୟୁସଂଖ୍ୟା ୬ କୁହା ଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ରହିଛି ।
ସରକାର କହୁଛନ୍ତି, ରାଉରକେଲା ଝାଡ଼ାବାନ୍ତିରେ କେବଳ ୬ ଜଣଙ୍କ ମୃତ୍ୟୁ ହୋଇଛି । କିନ୍ତୁ ରାଉରକେଲାରେ ଝାଡ଼ାବାନ୍ତି ଓ ହଇଜାରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଲାଣି । ଆଉ ଏ ସଂଖ୍ୟା ବଢ଼ି ଚାଲିଛି ।
ଇସ୍ପାତ ନଗରୀ ରାଉରକେଲାରେ ବୋଲ ମାନୁନି ହଇଜା । ମୃତ୍ୟୁସଂଖ୍ୟା ଛୁଇଁଲାଣି ୧୩ । ଆକ୍ରାନ୍ତ ହେଲେଣି ୧୪ ଶହରୁ ଅଧିକ । ଗୁରୁତର କଥା ହେଉଛି, ଝାଡ଼ାବାନ୍ତି ଏବେ ସ୍ମାର୍ଟସିଟିର ସବୁ ୱାର୍ଡକୁ ବ୍ୟାପିଗଲାଣି ।
ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି ।
ଆଃ କି ସୁନ୍ଦର ଏଇ ପ୍ରକୃତି.. ଆଉ ଜଙ୍ଗଲିଆ ଚଢେଇଙ୍କ କିଚିରି ମିଚିରି ଶବ୍ଦ ମନକୁ ଯେମିତି ବାନ୍ଧି ନେଉଛି..ଆମମାନଙ୍କର ବ୍ୟସ୍ତବହୁଳ ଜୀବନରୁ ଦୂରେଇ, ସ୍ମାର୍ଟଫୋନ୍ ଆଉ ସୋସିଆଲ ମିଡିଆକୁ ବାଏ କହିଦେଇ, ବିଲକୁଲ ନେଟୱର୍କ ନଥିବା ଏଇ ଜାଗାରେ କେଇ କ୍ଷଣ ପାଇଁ ହେଉ ପଛେ ଜୀବନ ଜୀଇଁଯିବା..ଆସ ବୁଲିଯିବା ଲୁଲୁଙ୍ଗ..
ଗୋଟିଏ ପଖାଳ କଂସାକୁ ଦୁଇ ଭଉଣୀଙ୍କ ଆଖି । କିନ୍ତୁ ବଡ଼ ଭଉଣୀ ପେଟ ପାଟିକୁ ଜାକି ସାନକୁ ଗୁଣ୍ଡା ଗୁଣ୍ଡା କରି ଖୁଆଇ ଦେଉଛି । ଲୁଣ ଲଙ୍କାକୁ ଦଳି ମଝିରେ ମଝିରେ ଚଟେଇ ଦେଉଛି । ବେଳେ ବେଳେ ଏତକ ମଧ୍ୟ ଏମାନଙ୍କୁ ସାତ ସପନ ।..
ଇସ୍ପାତ ନଗରୀ ରାଉରକେଲାରେ ହଇଜା ଆତଙ୍କ। ଘୁ ଘୁ ହୋଇ ମାଡ଼ିଚାଲିଛି, ଘାତକ ହେଉଛି । ଭୁବନେଶ୍ବରରୁ ଫୁଡ୍ ସେଫ୍ଟି ଟିମ୍ ପହଞ୍ଚି ରାଉରକେଲା ସହରର ବିଭିନ୍ନ ସ୍ଥାନରୁ ଖାଦ୍ୟ ଓ ପାଣି ନମୁନା ସଂଗ୍ରହ କରୁଛି। ଏପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ହଇଜା ସ୍ଥିତିର ସମୀକ୍ଷା କରି ଏହାକୁ ରୋକିବା ଲାଗି ତୁରନ୍ତ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି..
ଝାଡ଼ାବାନ୍ତି ନୁହେଁ, ଷ୍ଟିଲ ସିଟିରେ ମାଡ଼ିଚାଲିଛି ହଇଜା । ବୋଲ ମାନୁନି । ଅଣାୟତ୍ତ ହେଲାଣି ସ୍ଥିତି । ଗତକାଲି ସୁଦ୍ଧା ଏ ସ୍ମାର୍ଟସିଟିରେ ୧ ହଜାର ୨୫ ଜଣ ରୋଗୀ ଚିହ୍ନଟ ହେଲେଣି ।
ଆମକୁ ଠକିଦେଲେ ସରକାର...ସ୍କୁଲରେ ପାଠ ପଢ଼ାଇବାକୁ ସାର୍ ନାହାନ୍ତି । ସ୍କୁଲ ସ୍ମାର୍ଟ ହେଲା ହେଲେ ପାଠ ପଢ଼ିପାରୁନୁ । ତୁମ ଚେୟାର ଟେବୁଲ ନେଇଯାଅ, ଆମକୁ ଶିକ୍ଷକ ଦିଅ । ଏମିତି କହି ରାଜ୍ୟରେ ଚାଲିଥିବା ନିଅଣ୍ଟିଆ ଶିକ୍ଷା ବ୍ୟବସ୍ଥାର ଗୁମର ଖୋଲିଦେଲେ ଦଶମ ଶ୍ରେଣୀର ଛାତ୍ରୀ । ମୁଣ୍ଡ ଉପରେ ଦଶମ ବୋର୍ଡ ପରୀକ୍ଷା ହେଲେ 5T ସ୍କୁଲ୍ ରେ ସାର୍ ନାହାନ୍ତି କି ପାଠ ପଢାହେଉନି ।
ଜରିପାଲ ଭିତରେ ବିତୁଛି ଜୀବନ । ଚାଲିବାକୁ ପାଦରେ ବଳ ନାହିଁ... ଅଣ୍ଟା ଭାଙ୍ଗି ପଡ଼ିଲାଣି । ସରକାରଙ୍କ ମାଳମାଳ ଯୋଜନା ହେଲେ, ଯେମିତି ଏହି ବୁଢ଼ୀ ମା’ଟି ପାଇଁ କିଛି ନାହିଁ ।
ବିପଦପୂର୍ଣ୍ଣ ପାଲଟିଛି ପୋଲ । ମୃତ୍ୟୁକୁ କରିଛି ଅପେକ୍ଷା । ପୋଲରେ ଯାତାୟାତ ନକରିବାକୁ ବାରଣ କରିଛି ପୂର୍ତ୍ତ ବିଭାଗ । ହେଲେ ହେଉନି ନୂଆ ପୋଲ। ହନ୍ତସନ୍ତ ହେଉଛନ୍ତି ବାସିନ୍ଦା । ସୋମବାର ଯଇଦା ଗାଁର ଜଣେ ମହିଳା ଅସୁସ୍ଥ ହେବାପରେ ଚେତା ବୁଡ଼ିଯାଇଥିଲା ।