• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ନୂଆ ଜିଲ୍ଲା ଘୋଷଣାରେ ଅଙ୍କୁଶ । ହାଇକୋର୍ଟଙ୍କ ବିନା ଅନୁମତିରେ ରାଜ୍ୟ ସରକାର ନୂଆ ଜିଲ୍ଲା ଗଠନ ପାଇଁ ନିର୍ଦ୍ଦେଶନାମା ଜାରି କରିପାରିବେ ନାହିଁ । ଅର୍ଥନୈତିକ ସ୍ଥିତି, ଜନସଂଖ୍ୟା, ଅଞ୍ଚଳର ପରିସୀମା, ପଛୁଆ ପ୍ରସଙ୍ଗକୁ ବିଚାରକୁ ନ ନେଇ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଭାବେ ଜିଲ୍ଲା ଗଠନ ନିଷ୍ପତ୍ତି ହେଉଥିବା ଅଭିଯୋଗ କରି ଦାୟର ମାମଲାକୁ ହାଇକୋର୍ଟ ଗ୍ରହଣ କରି ଏଭଳି ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି ।

ଏଥିସହ ଏହି ମାମଲାରେ ବିଭିନ୍ନ ପକ୍ଷଙ୍କୁ ଜବାବ ତଲବ କରିଛନ୍ତି । ଜିଲ୍ଲା ପୁନର୍ଗଠନ ପ୍ରକ୍ରିୟା ପ୍ରସଙ୍ଗରେ ସରକାର ପଦକ୍ଷେପ ନେଇପାରିବେ, କିନ୍ତୁ ଅଦାଲତଙ୍କ ବିନା ଅନୁମତିରେ ଏହି ପ୍ରସଙ୍ଗରେ କୌଣସି ଚୂଡାନ୍ତ ଆଦେଶ ପ୍ରଦାନ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ହାଇକୋର୍ଟଙ୍କ ଏହି ଅନ୍ତରୀଣ ନିର୍ଦ୍ଦେଶ ପରେ ପଦ୍ମପୁର ଜିଲ୍ଲା ଗଠନକୁ ଝଟକା ଲାଗିଛି ।

ଶୀତ ଅବକାଶର ଦୁଇ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ସରକାରଙ୍କର ନୂଆ ଜିଲ୍ଲା ଗଠନ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ନଥିବା ସ୍ପଷ୍ଟ ହୋଇଥିଲା । ନିକଟରେ କେଉଁ ଜିଲ୍ଲାକୁ ସ୍ୱୀକୃତି ଦିଆଯିବ, ସେନେଇ ରେକର୍ଡ ନଥିବାରୁ ଏ ସମ୍ପର୍କରେ ନିଜର ପକ୍ଷ ରଖିବାକୁ ନେଇ ସରକାର ଅଧିକ ସମୟ ମାଗିଥିଲେ । ଏଣୁ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ହାଇକୋର୍ଟରେ ଦାୟର ହୋଇଥିବା ଆବେଦନରେ ଦର୍ଶାଯାଇଥିଲା ଯେ, ରାଇରଙ୍ଗପୁରକୁ ଦିଲ୍ଲା ମାନ୍ୟତା ଦାବି ବହୁ ପୁରୁଣା ହୋଇଥିବା ବେଳେ, ସରକାର ଏହା ଉପରେ କିଛି ମଧ୍ୟ ପଦକ୍ଷେପ ଗ୍ରହଣ କରି ନାହାନ୍ତି । ଅନ୍ୟପଟେ ବର୍ତ୍ତମାନ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବିରେ ଲାଗିଛନ୍ତି । ଏପରି ପାତର ଅନ୍ତରକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି ।

ସେହିପରି ନୂଆ ଜିଲ୍ଲା ଗଠନ ପାଇଁ କେତେକ ଗାଇଡଲାଇନର ମଧ୍ୟ ଆବଶ୍ୟକତା ରହିଛି । ଯେପରି ଜନସଂଖ୍ୟା ୧୫ ରୁ ୨୦ ଲକ୍ଷ ହୋଇଥିବା ଆବଶ୍ୟକ । ସର୍ବନିମ୍ନ ୧୫ ହଜାର ବର୍ଗ କିମି ରହିବା ଆବଶ୍ୟକ । ସ୍ୱାଧିନତା ପରଠାରୁ ରାଇରଙ୍ଗପୁରକୁ ଜିଲ୍ଲା ମାନ୍ୟତା ଦାବି ରହିଥିବା ବେଳେ, ସରକାର ଏହାକୁ ଅଣଦେଖା କରି ଆସୁଛନ୍ତି । ଏଣୁ ସରକାର ନିୟମାବଳୀ ନିର୍ଦ୍ଧାରଣ କରି ଜିଲ୍ଲା ଗଠନ ଉପରେ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି ହାଇକୋର୍ଟ ।