/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703221066.jpg)
Mandi Problem
ମଣ୍ଡି ଖୋଲୁ ଖୋଲୁ ଚାଷୀଙ୍କୁ ମାଡ ! କଟନୀ ଛଟନୀରେ ତ୍ରାହି ତ୍ରାହି ଚାଷୀ । କିନ୍ତୁ ଏତିକିରେ ବି ମଣ୍ଡି ଅଧିକାରୀଙ୍କ ମନମାନୁନି । ମିଲର୍ସଙ୍କ ସହିତ ମଧୁଚନ୍ଦ୍ରିକାର ପ୍ରମାଣ ମିଳିଛି ମଣ୍ଡି ଭିତରୁ । ପେକ୍ସ କାର୍ଯ୍ୟାଳୟ ଭିତରୁ ମିଳିଛି ଚାଷୀଙ୍କ ପାସବୁକ ଓ ଦସ୍ତଖତ ଥିବା ଚେକ । ଖାଲି ସେତିକି ନୁହେଁ, ରେଜିଷ୍ଟ୍ରେସନ ସମୟରେ ଦିଆଯାଇଥିବା ଚାଷୀଙ୍କ ଜମି ଅନୁଯାୟୀ ଟୋକନ ମଧ୍ୟ ଆସିନି ।
ହାତରେ ପ୍ରମାଣ ଧରି ଚାଷୀ ଅଭିଯୋଗ କରୁଛନ୍ତି । ପେକ୍ସ ଭିତରେ ଚାଷୀଙ୍କ ବ୍ଲାକଂ ଚେକ, ଏଥିରେ ରହିଛି ସେମାନଙ୍କ ଦସ୍ତଖତ । ଚାଷୀଙ୍କ ବ୍ୟାଙ୍କ ପାସବୁକ ମଧ୍ୟ ପେକ୍ସ ଭିତରେ ରହିଛି । ପାଟଣାଗଡ ବନେଇମୁଣ୍ଡା ପେକ୍ସରୁ ଏଭଳି ଅଭିଯୋଗ ଆସିଛି । ମଣ୍ଡି ଖୋଲିବା ଆଗରୁ ଅଭାବୀ ବିକ୍ରିର ଫାଇଦା ନେଇ ମିଲର୍ସ କିଣି ଥିବା ଧାନକୁ ନିୟମିତ କରିବା ପାଇଁ ପେକ୍ସ ସମ୍ପାଦକ ଏଭଳି ମାଇଣ୍ଡଗେମ୍ ଖେଳିଥିବା ପ୍ରମାଣ ମିଳିଛି ।
ଗଦା ଗଦା ପାସବୁକ ଓ ବ୍ଲାଂକ ଚେକ୍ ମିଳିବା ପରେ ପୁରା ଘଟଣାର ପର୍ଦ୍ଦାଫାଶ ହୋଇଛି । ଏସବୁ ଦେଖି ଚାଷୀ ଗର୍ଜିଛନ୍ତି ଓ ସମ୍ପାଦକ ଜ୍ଞାନଦତ୍ତ ସାଏଙ୍କ ବିରୋଧରେ ଡିଆରସିଏସଙ୍କୁ ଅଭିଯୋଗ କରିଛନ୍ତି । କେବଳ ସେତିକି ନୁହେଁ, ବନେଇମୁଣ୍ଡା ପେକ୍ସର ରେଜିଷ୍ଟ୍ରି ହୋଇଥିବା ଚାଷୀଙ୍କ ମହା ଅଭିଯୋଗ ।
ଯେତିକି ଚାଷୀ ଚାଷ କରିଛନ୍ତି ସେ ହିସାବରେ ତାଙ୍କୁ ଟୋକନ ମିଳି ନାହିଁ । ଚାଷୀ ଯେତିକି ଧାନ ଅମଳ କରିଛି ତାର ମାତ୍ର ୧୦ ପରସେଣ୍ଟ ଟୋକନ ଆସିଛି । ପେକ୍ସର ସମ୍ପାଦକ ଘୋଟାଲା କରିଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସେମାନେ କହିଛନ୍ତି ଚାଷୀଙ୍କ ପାଖରୁ କମ ଧାନ କିଣିଲେ ମିଲ ମାଲିକମାନେ ଯେଉଁ ଧାନ କିଣିଛନ୍ତି ତାକୁ ନିୟମିତ କରାଯାଇପାରିବ ।
ଦୁଇ ଦିନ ପେକ୍ସ ଆଗରେ ବିକ୍ଷୋଭ କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀମାନେ ପ୍ରତିବାଦ କରିଛନ୍ତି । ଡିଆରସିଏସ ମଧ୍ୟ ପେକ୍ସରେ ହୋଇଥିବା ଭୁଲକୁ ମାନିଛନ୍ତି । ପେକ୍କ ସମ୍ପାଦକଙ୍କ ବିରୋଧରେ ସବୁ ପ୍ରମାଣ ଥିବାବେଳେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)