ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି ।
ମନରେଗାରେ କାମ କରିଛନ୍ତି ମଲାଲୋକ । ଆଉ ଟଙ୍କା ବି ପାଇଛନ୍ତି । ମନରେଗା କାମରେ ମହାଘୋଟାଲା ।
ମାମୁଁ ଘର ଗାଁକୁ ଯାଇଥିଲେ । ହିଡ଼ରେ ଚାଲୁଚାଲୁ କଷ୍ଟ ହେଲା । ତାପରେ ଲାଗିପଡ଼ିଲେ ସ୍ମାର୍ଟ ସଲ୍ୟୁସନ ପାଇଁ । ଏହି ସ୍ମାର୍ଟ ସଲ୍ୟୁସନ ପାଇଁ ସେ ପାଇଲେ ସମ୍ମାନ ଓ ପୁରସ୍କାର ।
ମାଆ ଲୋ....ଏ ମାଆ....ତୁ କୁଆଡେ ପଳେଇଲୁ । ମୁଁ କୁନିଟେ କଣ କରିବି ଜାଣିପାରୁନି । ଏମିତି ଜଙ୍ଗଲ ଭିତରେ ହଜି ଯାଇଥିଲା କୁନି ହାତୀ । ମାଆ ଯଦି ପାଖରେ ଥାନ୍ତା ସେ କଣ ଡରିଥାନ୍ତା ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ସୁଲେଇପାଟ ଡ୍ୟାମ । ରାସ୍ତାର ଉଭୟ ପଟରେ ସବୁଜ ବନାନୀ । ଡ୍ୟାମର ନୀଳ ଜଳ ରାଶି ସହ ପାହାଡ଼ର ଶୋଭା ସମସ୍ତଙ୍କୁ ଆକର୍ଷିତ କରେ । ଆଉ ଏହି ଶୋଭାରାଜିକୁ ଉପଭୋଗ କରିବାକୁ ଏବେ ଲାଗିଛି ଭିଡ଼ ।
ନୂଆ ବର୍ଷରୁ ଜଗା ଦର୍ଶନରେ ଲାଗିବ ଅନେକ କଟକଣା । ଅଶାଳୀନ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା। ଶ୍ରୀମନ୍ଦିର ଭିତରେ ଖାଇପାରିବେନି ପାନ ଗୁଟଖା, ଭିତରକୁ ପଲିଥିନ ବି ବାରଣ।
ନୂଆ ବର୍ଷରୁ ଜଗା ଦର୍ଶନରେ ଲାଗିବ ଅନେକ କଟକଣା । ଅଶାଳୀନ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା। ଶ୍ରୀମନ୍ଦିର ଭିତରେ ଖାଇପାରିବେନି ପାନ ଗୁଟଖା, ଭିତରକୁ ପଲିଥିନ ବି ବାରଣ।
ଭୁବନେଶ୍ୱର ୧ନଂ ହାଟ ଭିତରେ ତାଙ୍କର ଦୋକାନ । ତେଲ ଲୁଣର ସଂସାର ଚଳେଇବାକୁ ସିଏ ପରିବା ବିକନ୍ତି । ତଟକା ପରିବାର ରଙ୍ଗକୁ ଦେଖି, ଆମେ ସିନା ପରିବା କିଣୁ; ହେଲେ ସିଏ କିନ୍ତୁ ଏ ରଙ୍ଗର ଅର୍ଥ ବୁଝନ୍ତିନି । ତାଙ୍କ ଚାରି ପାଖରେ ଖାଲି ଅନ୍ଧାର ଆଉ ଅନ୍ଧାର । ନିଆରା ଢଙ୍ଗର ଡାକ ସକାଶେ ୧ନଂ ପରିବା ହାଟ ଭିତରେ ସେ ବେଶ୍ ଚର୍ଚ୍ଚିତ ।
ଦିନ କେଇଟା ପରେ ସରିଯିବ 2023 । ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ ପାଇଁ ଛୁଟିବ ଶୁଭେଚ୍ଛାର ସୁଅ । ହେଲେ ପୂର୍ବରୁ ଏହି ଶୁଭେଚ୍ଛାର ବାର୍ତ୍ତାବହ ସାଜିଥିବା ଗ୍ରିଟିଙ୍ଗସ୍ ଏବେ ଅଲୋଡ଼ା ପ୍ରାୟ । ଡିଜିଟାଲ୍ ଯୁଗର ଆରମ୍ଭ ପରେ ଧୀରେ ଧୀରେ ବନ୍ଦ ହୋଇଗଲାଣି ଗ୍ରିଟିଙ୍ଗସ୍ କାର୍ଡର ପ୍ରଚଳନ । ଆଗରୁ ବଜାରରେ ଭଳିକି ଭଳି ଗ୍ରିଟିଙ୍ଗସ୍ କାର୍ଡର ପସରା ମେଲେ । ହେଲେ ଏବେ ଶୁଭେଚ୍ଛା ପତ୍ରର ଦୋକାନ ଫାଙ୍କା ଫାଙ୍କା ଲାଗୁଛି ।
ଘଣ୍ଟ ଘଣ୍ଟା ମୃଦଙ୍ଗ ଧ୍ୱନିରେ ଉଛୁଳି ପଡ଼ୁଛି ସାରା ପରିବେଶ । ଶହଶହ ସଂଖ୍ୟାରେ ଲୋକ ନାଚୁଛନ୍ତି ଗାଉଛନ୍ତି ଓ ଝୁମୁଛନ୍ତି । ପରମ୍ପରା ପାଳନ ପାଇଁ ସମସ୍ତେ ଏକାକାର । ମାର୍ଗଶିର ମାସର ପୂର୍ଣ୍ଣିମା ତିଥିରେ ଏହି ଯାତ୍ରା ପାଳନ କରାଯାଉଥିବା ବେଳେ ଢୋଲ ନିଶାନର ତାଳେ ତାଳେ ଅଶ୍ଳୀଳ ଭାଷାରେ ପ୍ରକମ୍ପିତ ହୁଏ ଗାଁ ।
ଚାଲିଛି ପର୍ଯ୍ୟଟନ ଋତୁ....ଅବକାଶ ଛୁଟି କାଟିବାକୁ ସମସ୍ତେ ବ୍ୟସ୍ତ । ମାଛକାନ୍ଦଣା ଜଳପ୍ରପାତରେ କିଏ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛି । କିଏ ସେଲ୍ଫି ନେଉଛି ତ...ଆଉ କିଏ ସୁଆଦିଆ ଖାଦ୍ୟ ତିଆରିରେ ବ୍ୟସ୍ତ । । ହେଲେ ଜଳପ୍ରପାତ ପାଖକୁ ଯିବା ରାସ୍ତା ଖରାପ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପର୍ଯ୍ୟଟକ ।
ନାଁକୁ ଷ୍ଟାଡ଼ିୟମ....ନା ଅଛି ଖେଳିବାକୁ ସୁବିଧା....ନା କ୍ରୀଡ଼ା ଉପକରଣ । ଚାରିଆଡ଼େ ଅନାବନା ଘାସ, କୋଉଠି ପାଚେରି ଫାଟି ଆଁ କଲାଣି ତ କୋଉଠି ପଡ଼ି ରହିଛି ମଦ ବୋତଲ । ମିନି ଷ୍ଟାଡିୟମ କହିଲେ କେବଳ ପାଚେରିରେ ହିଁ ରହିଛି ସୀମିତ ।
ଭୀମଭୋଇ ମେଡିକାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ସମୀର ବଡ଼ମାଳି ଓ ସହଯୋଗୀ ରାଜୁ ସାହୁଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ।
ବଲାଙ୍ଗିର ଭୀମଭୋଇ ମେଡ଼ିକାଲ୍ କଲେଜ ହସ୍ପିଟାଲରେ ଜାରି ରହିଛି ଉତ୍ତେଜନା । ଶହେରୁ ଅଧିକ ହାଉସ ସର୍ଜନ କାର୍ଯ୍ୟବନ୍ଦ କରିଛନ୍ତି । ଆଜି ହାଉସ ସର୍ଜନ ଏବଂ ଡାକ୍ତରୀ ଛାତ୍ରମାନେ ହସପିଟାଲ ପରିସରରେ ଧାରଣା ଦେଉଛନ୍ତି ।
ମକର ପୂର୍ବରୁ ରାସ୍ତାଘାଟରେ ଦେଖିବାକୁ ମିଳୁଛି ବେପରୁଆ ଗୁଡି ଉଡା । ଗୁଡ଼ିରେ ମାଞ୍ଜା ଓ ଚାଇନା ସୁତା ବ୍ୟବହାର ଯୋଗୁଁ ଅନେକ ରକ୍ତାତ ହେଉଛନ୍ତି ।
ଜାନୁଆରୀ ୧୭। ପାଖେଇ ଆସୁଛି ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ସମୟ। ଓବିସିସି କହୁଛି ଧାର୍ଯ୍ୟ ତାରିଖ ପୂର୍ବରୁ ପ୍ରକଳ୍ପ ରେଡ୍ଡି ହୋଇଯିବ।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଅଭିଯୋଗ- ଐତିହ୍ୟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ସରକାର ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ମଠ, ଘର ଓ ଲଜିଂ ଧ୍ୱଂସ କରି ପ୍ରଶସ୍ତ ଯାଗା ପାଇଥିଲେ। ହେଲେ ପ୍ରତିଶ୍ରୁତି ମୁତାବକ କୌଣସି କାମ ହୋଇନି।
ଶିଳାନ୍ୟାସ ଫଳକରେ ନାଁ ନଥିବାରୁ ପ୍ରତିବାଦରେ ଭାଙ୍ଗିଦେଲେ । ନୀଳଗିରି ଗରଡିହି ପଞ୍ଚାୟତ କଳାକାଦ ଗାଁରେ ପଲିଟିକାଲ ହାଇଡ୍ରାମା । କଳାକାଦରୁ ଆମ୍ବଝର ସଂଯୋଗ କରୁଥିବା ରାସ୍ତାର ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଛନ୍ତି ।
ତ୍ରିଶୂଳିଆ ନୁହେଁ, ଆଉ ଟିକେ ଆଗକୁ, ଅର୍ଥାତ୍ କଟକ ନେତାଜୀ ବସ୍ ଟର୍ମିନାଲ ଯାଏଁ ଗଡ଼ିବ ମେଟ୍ରୋ ଟ୍ରେନ । ଏଥିପାଇଁ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପରେ ସଂଶୋଧନ କରୁଛନ୍ତି ରାଜ୍ୟ ସରକାର ।
ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ଶ୍ରଦ୍ଧାଳୁମାନେ ନାନା ଯନ୍ତ୍ରଣା ଭୋଗୁଛନ୍ତି । ମନ୍ଦିର ଆଖପାଖରେ ଶୌଚାଳୟ ନ ଥିବାରୁ ମଧ୍ୟ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।
ସେପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ । ସେ କହିଛନ୍ତି, ଏହି ୪ ଅଧ୍ୟାପିକା କଲେଜର କୌଣସି କାର୍ଯ୍ୟ ଠିକରେ ତୁଲାଉ ନ ଥିଲେ ।
ଦାସିଆ ବାଉରି, ଭକ୍ତ ସାଲବେଗଙ୍କ ପରି ଯାଜପୁରର ବନ୍ଧୁ ମହାନ୍ତି ମଧ୍ୟ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ଥିଲେ.. ଭକ୍ତ ଓ ଭଗବାନଙ୍କ ଏ ସମ୍ପର୍କର କଥା ପ୍ରାୟ ୭୦୦ରୁ ଊର୍ଦ୍ଧ୍ୱ ବର୍ଷର..ବନ୍ଧୁ ମହାନ୍ତି ଥିଲେ ପ୍ରଭୁ ଜଗନ୍ନାଥଙ୍କ ପରମ ବନ୍ଧୁ.. ଭକ୍ତିରେ ବନ୍ଧା ଜଗତର ନାଥ ଜଗନ୍ନାଥ ଭୋକିଲା ଭକ୍ତ ବନ୍ଧୁ ମହାନ୍ତିଙ୍କୁ ସ୍ୱର୍ଣ୍ଣ ଥାଳିରେ ଦେଇଥିଲେ ଅନ୍ନ ଆହାର..
ଦୁଇ ଶହ ପାହାଚ ବିଶିଷ୍ଟ ପର୍ବତ ଉପରେ ରହିଛି ହନୁମାନ ବାଟିକା.. ପର୍ବତ ମଝିରେ ପୂଜା ପାଉଛନ୍ତି ମାଆ ଗଡ଼ଚଣ୍ଡୀ ଆଉ ପାର୍ଶ୍ୱରେ କାଠୁଆଳି ଦେବୀ.. ଝରଣା ପାଣି ସତେ ଯେମିତି ଦେବା ଓ ଦେବୀଙ୍କ ପଦଧୌତ କରି ପାହାଡ଼ର ପାଦ ଦେଶରେ ବହିଯାଉଛି..
ଏମାନେ ହେଉଛି ସଚେତନ ଭୋଟର.. କିନ୍ତୁ ଏମାନଙ୍କ ନେତା ହୁଏତ ସେତିକି ସଚେତନ ହୋଇପାରିନାହାନ୍ତି.. ଭୁଲିଯାଇଛନ୍ତି ନିର୍ବାଚନ ବେଳର ପ୍ରତିଶ୍ରୁତି.. ଭୁଲିଯାଇଛନ୍ତି ଏମାନେ ବି ମଣିଷ.. ଏସି ଅଫିସରେ ବସୁଥିବା ନେତା ହେଉ କି ପ୍ରଶାସନ ଏହି ଗାଁ ଲୋକଙ୍କ ଦୁଃଖକଷ୍ଟ ବୁଝିବାକୁ ବୋଧହୁଏ ଅଯୋଗ୍ୟ..
ଆଃ କେତେ ସୁନ୍ଦର.. ମନ କହୁଛି ଏଇଠି ଏଇ ପରିବେଶରେ ଜୀବନକୁ ମନଭରି ଜୀଇଁ ଯିବାକୁ.. ଡାଏରିରେ କବିତା କରି ବା କ୍ୟାମେରାର ଗ୍ୟାଲେରିରେ ଏଇ ସ୍ମୃତି ସବୁକୁ କ୍ୟାପଚର କରିଦେବାକୁ ଇଚ୍ଛା ହେଉଛି.. ଶୀତ ଆଉ ପ୍ରକୃତି, ଦୁହିଁଙ୍କ ମିଳନ ସତେ ଯେମିତି କ୍ଲାନ୍ତ ମନକୁ ଘଡ଼ିଏ ବିଶ୍ରାମ ନେବାକୁ କହୁଛି..