ଭୁବନେଶ୍ୱର ୧ନଂ ହାଟ ଭିତରେ ତାଙ୍କର ଦୋକାନ । ତେଲ ଲୁଣର ସଂସାର ଚଳେଇବାକୁ ସିଏ ପରିବା ବିକନ୍ତି । ତଟକା ପରିବାର ରଙ୍ଗକୁ ଦେଖି, ଆମେ ସିନା ପରିବା କିଣୁ; ହେଲେ ସିଏ କିନ୍ତୁ ଏ ରଙ୍ଗର ଅର୍ଥ ବୁଝନ୍ତିନି । ତାଙ୍କ ଚାରି ପାଖରେ ଖାଲି ଅନ୍ଧାର ଆଉ ଅନ୍ଧାର । ନିଆରା ଢଙ୍ଗର ଡାକ ସକାଶେ ୧ନଂ ପରିବା ହାଟ ଭିତରେ ସେ ବେଶ୍ ଚର୍ଚ୍ଚିତ ।
Published By: Tanmay Kumar Mahalik
Last updated: 30 December 2023, 09:51 AM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।