ଦିନ କେଇଟା ପରେ ସରିଯିବ 2023 । ପୁରୁଣା ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ ପାଇଁ ଛୁଟିବ ଶୁଭେଚ୍ଛାର ସୁଅ । ହେଲେ ପୂର୍ବରୁ ଏହି ଶୁଭେଚ୍ଛାର ବାର୍ତ୍ତାବହ ସାଜିଥିବା ଗ୍ରିଟିଙ୍ଗସ୍ ଏବେ ଅଲୋଡ଼ା ପ୍ରାୟ । ଡିଜିଟାଲ୍ ଯୁଗର ଆରମ୍ଭ ପରେ ଧୀରେ ଧୀରେ ବନ୍ଦ ହୋଇଗଲାଣି ଗ୍ରିଟିଙ୍ଗସ୍ କାର୍ଡର ପ୍ରଚଳନ । ଆଗରୁ ବଜାରରେ ଭଳିକି ଭଳି ଗ୍ରିଟିଙ୍ଗସ୍ କାର୍ଡର ପସରା ମେଲେ । ହେଲେ ଏବେ ଶୁଭେଚ୍ଛା ପତ୍ରର ଦୋକାନ ଫାଙ୍କା ଫାଙ୍କା ଲାଗୁଛି ।
ଚିଠି ସିନା ବାଣ୍ଟୁଛନ୍ତି, ହେଲେ ମନରେ ସରାଗ ନାହିଁ । ନିଳଗିରି ପଦାଗାଁର ପୋଷ୍ଟ ପିଅନ ବାସୁଦେବଙ୍କ ମନରେ କହୁ କହୁ ସତ କଥାଟା କହିଦେଲେ । ତାସତ୍ତ୍ୱେ ବି ଡିଜିଟାଲ ଯୁଗରେ ଚମକ ହରାଇନି ଡାକସେବା । ଏସ୍ଏମ୍ଏସ୍, ହ୍ୱାଟ୍ସଆପ୍ ଓ ଇ-ମେଲର ବହୁଳ ବ୍ୟବହାର ସତ୍ତ୍ୱେ ଜାରି ରହିଛି ଚିଠି ବଣ୍ଟା । ଦିନକ ପାଇଁ ବି ଡାକ ପିଅନର ସାଇକେଲ ଘଣ୍ଟିକୁ ମିଳୁନି ବିଶ୍ରାମ ।
ଜଣେ ନାଗରିକ, ଦୁନିଆର କୌଣସି ବି କୋଣରୁ ତଥ୍ୟ ବା ଜ୍ଞାନ ଆହରଣ କରିପାରିବ ଓ ତାର ଫାଇଦା ଉଠାଇପାରିବ ।