/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704016936.jpg)
Lingaraj Temple
ନୂଆବର୍ଷରେ ଲିଙ୍ଗରାଜ ମନ୍ଦିରରେ ନୂଆ କଟକଣା । ସେବାୟତ ହୁଅନ୍ତୁ କି ଭକ୍ତ, ମନ୍ଦିର ପରିସରରେ କେହି ପାନ ଓ ଗୁଟଖା ଖାଇପାରିବେନି। ମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ୍ ନେବା ବି ନିଷେଧ କରଯାଇଛି। ଏସବୁ ନିୟମକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦେଇଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ। ସେହିଭଳି ଲିଙ୍ଗରାଜଙ୍କ କୋଠ ଭୋଗ କେବଳ ଓମଫେଡ୍ରେ ପ୍ରସ୍ତୁତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ବ୍ରାହ୍ମଣ ନିଯୋଗ ସମିତି ସମ୍ପାଦକ ବିରଞ୍ଚି ନାରାୟଣ ପତି।
Advertisment
ତେବେ ନୂଆବର୍ଷରେ ମନ୍ଦିର ସବୁଦିନ ଭଳି ସକାଳ ୫ଟାରେ ଖୋଲିବା ସହ ନିୟମିତ ନୀତିକାନ୍ତି ଚାଲିବ। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର
ସେବାୟତଙ୍କ ପାଇଁ ପ୍ରସ୍ତୁତ ହେବ ପରିଚୟ ପତ୍ର। ଆଗମୀ ୧୫ ଦିନରେ ସବୁ ସେବାୟତଙ୍କ ତାଲିକା ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)