Advertisment

କିଏ ଯୋଗାଇବ ଶିମିଳିପାଳକୁ ସୁରକ୍ଷା ?

ଶିମିଳିପାଳର ସୁରକ୍ଷା ଲାଗି ନିକଟରେ ୧୪ଟି କଷ୍ଟମାଇଜଡ୍ ଭେଇକିଲ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର। ହେଲେ ଶିମିଳିପାଳ ଅଭୟାରଣ୍ୟରେ ଅଧା କର୍ମଚାରୀ ପଦବୀ ଫାଙ୍କା ଥିବା ଏସବୁ ଗାଡ଼ିରେ କିଏ ଓ କେମିତି ସୁରକ୍ଷା ଯୋଗାଇବ ତା’କୁ ନେଇ ଉଠିଛି ପ୍ରଶ୍ନ।

author-image
Santosh Kumar Sahoo

ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ସୁରକ୍ଷା ପାଇଁ ନାହାନ୍ତି ଆବଶ୍ୟକ କର୍ମଚାରୀ। ଫାଙ୍କା ପଡ଼ିଛି ୧୮୧ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦବୀ । ଉତ୍ତର ଶିମିଳିପାଳ ଡିଭିଜନରେ ୪୦ ଫରେଷ୍ଟର ପଦବୀ ଥିବା ବେଳେ ଅଛନ୍ତି ମାତ୍ର ୧୬ ଜଣ । ସେହିପରି ୮୧ ଫରେଷ୍ଟ ଗାର୍ଡ ପଦବୀରୁ ମାତ୍ର ୩୦ଟି ପୂରଣ ହୋଇ ୫୧ଟି ଫାଙ୍କା ପଡ଼ିଛି। ସମାନ ଅବସ୍ଥା ଦକ୍ଷିଣ ଶିମିଳିପାଳ ଡିଭିଜନର । ଏଠାରେ ୧୨ ଫରେଷ୍ଟର ପଦବୀ ଓ ୪୩ ଫରେଷ୍ଟ ଗାର୍ଡ ପଦବୀ ଫାଙ୍କା। ଏମିତି ସ୍ଥିତିରେ କେବଳ ଗାଡ଼ି ଯୋଗାଇଦେଲେ, କେମିତି ହେବ ଶିମିଳିପାଳର ସୁରକ୍ଷା ? ଗତ ୨୯ ତାରିଖରେ ଶିମିଳିପାଳ ସୁରକ୍ଷାରେ ରାଜ୍ୟ ସରକାର ୧୪ଟି କଷ୍ଟମାଇଜଡ୍ ଭେଇକିଲ୍ ନିୟୋଜିତ କରିବା ପରେ ଏମିତି ପ୍ରଶ୍ନ କରିଛି ରାଜ୍ୟ ଫରେଷ୍ଟ ଗାର୍ଡ ସଂଘ। ଅଭିଯୋଗ କରିଛି, ସରକାରଙ୍କ ପ୍ରତିଶ୍ରୁତି ମୁତାବକ ଅସ୍ତ୍ରଶସ୍ତ୍ର ବି ଯୋଗାଇ ଦିଆଯାଇନି। ତେଣୁ ଏସବୁ ନୂଆ ଗାଡ଼ିରେ କିଏ ବସିବେ ଓ କେମିତି ଶିମିଳିପାଳକୁ ସୁରକ୍ଷା ଯୋଗାଯିବ ବୋଲି ପ୍ରଶ୍ନ କରିଛି ସଂଘ।  

Advertisment
Odisha Similipal Similipal National Park
Advertisment
Advertisment