Advertisment

ନୂଆବର୍ଷରେ ରାତି ଗୋଟାଏରୁ ଜଗା ଦର୍ଶନ

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି ।

author-image
Santosh Kumar Sahoo
Srimandira

Srimandira

ନୂଆବର୍ଷରେ ରାତି ୧ଟାରୁ ଖୋଲିବ ସିଂହଦ୍ୱାର । ମଙ୍ଗଳଆଳତୀ ପରେ ରାତି ୧ଟା ୩୦ରୁ ଆରମ୍ଭ ହେବ ଦର୍ଶନ ଓ ଅନ୍ୟାନ୍ୟ ନୀତି । କେବଳ ବାହାର କାଠରେ ଦର୍ଶନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ଭିଡକୁ ନଜରରେ ରଖି ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି ପୋଲିସ। ମାର୍କେଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ଦିଗ ବାରେଣୀରୁ ବତୀଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେହିକଲ୍ ଜୋନ ଭାବେ ଘୋଷଣା କରାଯାଇଛି।

Advertisment

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି । ଏହି ବ୍ୟାରିକେଡର ମଝିରେ ମଝିରେ ବସିବା ପାଇଁ ବ୍ୟବସ୍ଥା ରହିଛି, ପାଣି ବ୍ୟବସ୍ଥା ରହିଛି ତା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସର ଦେଇ ଏହି ବ୍ୟାରିକେଡ୍ ଯିବ । ସେଠି ଶୌଚାଳୟର ବି ବ୍ୟବସ୍ଥା ରହିଛି । ମରିଚିକୋଟ୍ ଛକରୁ ଆରମ୍ଭ କରି ବ୍ୟାରିକେଡ୍ ଶ୍ରୀମନ୍ଦିର କାର୍ଯ୍ୟାଳୟ-ଦୋଳ ବେଦୀ ହେଇ ସିଧା ସିଂହଦ୍ୱାର ବାଟରେ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ ।

ସେପଟେ ଆଜି ବର୍ଷର ଶେଷ ଦିନ, ୨୦୨୩ ସରି ସରି ଯାଉଛି। ତେଣୁ ମହାପ୍ରଭୁଙ୍କ ଦର୍ଶନ କରି ଆଶିଷ ନେବାକୁ ପୁରୀରେ ଜମିଛି ପ୍ରବଳ ଭିଡ଼। ହଜାର ହଜାର ଶ୍ରଦ୍ଧାଳୁ ଆଜି ବଢ଼ି ଭୋରରୁ ଧାଡିରେ ଠିଆ ହୋଇ ଦର୍ଶନ କରୁଛନ୍ତି। ସମୟ ଯେତେ ଗଡ଼ୁଛି ଭିଡ଼ ସେତେ ବଢ଼ୁଛି। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Advertisment
Jagannath Temple New Year Srimandir Puri Odisha
Advertisment
Advertisment