Advertisment

ଅଶାଳୀନ ପୋଷାକ ପିନ୍ଧିଥିଲେ ମନ୍ଦିରକୁ ମିଳିବନି ଏଣ୍ଟ୍ରି

ନୂଆ ବର୍ଷରୁ ଜଗା ଦର୍ଶନରେ ଲାଗିବ ଅନେକ କଟକଣା । ଅଶାଳୀନ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା। ଶ୍ରୀମନ୍ଦିର ଭିତରେ ଖାଇପାରିବେନି ପାନ ଗୁଟଖା, ଭିତରକୁ ପଲିଥିନ ବି ବାରଣ।

author-image
Santosh Kumar Sahoo

ନୂଆବର୍ଷରେ କାଳିଆ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସୁଛନ୍ତି କି, ତେବେ ଶାଳୀନତା ପୂର୍ଣ୍ଣ ପୋଷାକ ପିନ୍ଧନ୍ତୁ । ଚିରା ଫଟା ଜିନ୍ସ, ହାଫ୍ ପ୍ୟାଣ୍ଟ ଏବଂ ଅଶାଳୀନ ପୋଷାକ ପିନ୍ଧିଥିଲେ ମିଳିବନି ଶ୍ରୀମନ୍ଦିର ପ୍ରବେଶ ଅନୁମତି। ମନ୍ଦିର ପରିସରରେ ନା ପାନ ଗୁଟଖା ଖାଇପାରିବେ ନା ଭିତରକୁ ପଲିଥିନରେ ଫୁଲ ଓ ଭୋଗ ନେଇପାରିବେ। ଜାନୁଆରୀ ୧ ତାରିଖରୁ ଶ୍ରୀମନ୍ଦିରରେ ଲାଗିବାକୁ ଯାଉଛି ଏସବୁ କଟକଣା। ଖାଲି ଘୋଷଣା ନୁହେଁ, କଡ଼ାକଡ଼ି ଯାଞ୍ଚ କରାଯିବ।

Advertisment

କେବଳ ନୂଆ କଟକଣା ଲାଗିବନି, ଜଗା ଦର୍ଶନ ପାଇଁ ନୂଆ ବ୍ୟବସ୍ଥା ବି ହୋଇଛି। ବଡ଼ଦାଣ୍ଡ ଦେଇ ଆସୁଥିବା ଭକ୍ତ ମରିଚିକୋଟ୍ ଛକରୁ ଏସି ସେଡ୍ ବ୍ୟାରିକେଡରେ ପ୍ରବେଶ କରିବେ। ସେଠୁ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଦେଇ ନବନିର୍ମିତ ସେଡ୍‌ରେ ସିଂହଦ୍ୱାର ଯାଏଁ ଆସିବେ। ଠାକୁରଙ୍କ ନୀତିକାନ୍ତି ଚାଲୁଥିଲେ ଭକ୍ତମାନେ ବ୍ୟାରିକେଡ୍ ଭିତରେ ହିଁ ରହିବେ। ସେଡ୍ ଭିତରେ ଏସି ଲାଗିଛି, ଅସ୍ଥାୟୀ ଟୟଲେଟ୍ ଓ ପିଇବା ପାଣିର ସୁବିଧା ବି କରାଯାଉଛି। ଘଣ୍ଟା ଘଣ୍ଟା ଧରି ଠିଆ ହେବା ଯନ୍ତ୍ରଣାରୁ ମୁକ୍ତି ଦେବାକୁ ସେଡ୍ ଭିତରେ ବସିବା ବ୍ୟବସ୍ଥା ମଧ୍ୟ ହୋଇଛି। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ପାଇଁ କରାଯାଉଛି ସ୍ୱତନ୍ତ୍ର ବ୍ୟବସ୍ଥା। ମୁତୟନ ହେବେ ସ୍ୱେଚ୍ଛାସେବୀ। ଶ୍ରୀମନ୍ଦିର ବାହାରେ ଏତେ ବ୍ୟବସ୍ଥା ହେଉଛି, ହେଲେ ଭିତରେ ଏବେ ବି ଦର୍ଶନ ପାଇଁ ଠେଲାପେଲା, ଟଣାଓଟରା ସ୍ଥିତି। ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି ବରିଷ୍ଠ ନାଗରିକ ଓ ଛୋଟ ପିଲା।  

Odisha News Puri Srimandir
Advertisment
Advertisment