• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବଦଳିଯିବ ବ୍ୟବସ୍ଥା, ବଦଳିଯିବ ନିୟମ । ଶ୍ରୀମନ୍ଦିରରୁ ଲିଙ୍ଗରାଜ ମନ୍ଦିର ସବୁଠି ନୂଆବର୍ଷରୁ ଲାଗୁ ହେଉଛି ନୂଆ କଟକଣା । ଶ୍ରୀମନ୍ଦିରରେ ଶାଳୀନତାପୂର୍ଣ୍ଣ ପୋଷାକ ପରିଧାନ ସାଙ୍ଗକୁ କାଲିଠୁ ବ୍ୟାନ ହେବ ପାନଗୁଟଖା । ତେଣେ ବଡ଼ଦାଣ୍ଡରେ ପ୍ରସ୍ତୁତ ହୋଇ ରହିଛି ଏସି ଟନେଲ୍ ବ୍ୟାରିକେଡ୍ । ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଲକ୍ଷ୍ୟ ରଖି ରାତି ଗୋଟାଏରେ ଖୋଲିବ ସିଂହଦାର ।

ନୂଆବର୍ଷ, ନୂଆ ନିୟମ । ପୋଷାକ ପିନ୍ଧିବାକୁ ହେବ ଶାଳୀନତାପୂର୍ଣ୍ଣ । ନିଷେଧ ହୋଇଯିବ ଗୁଟ୍‌ଖାପାନ । ନୂଆ ବ୍ୟବସ୍ଥାରେ ଚାଲିବ ବ୍ୟାରିକେଡ୍ ଦର୍ଶନ । ଏସି ଟନେଲରେ ହେଲା ଟ୍ରାଏଲ୍ ରନ୍ । ଶ୍ରୀମନ୍ଦିରରେ ଆସନ୍ତାକାଲିଠୁ ଲାଗୁ ହୋଇଯିବ ନୂଆ ଢାଞ୍ଚାରେ ଦର୍ଶନ ବ୍ୟବସ୍ଥା । ବଡ଼ଦାଣ୍ଡରେ ଭକ୍ତଙ୍କୁ ଅକଥନୀୟ ବ୍ୟାରିକେଡ୍ ଯନ୍ତ୍ରଣାରୁ ମୁକ୍ତି ଦେବାକୁ ଶୀତତାପ । ନିୟନ୍ତ୍ରିତ ଟନେଲ୍ ସେଡ୍ ପ୍ରସ୍ତୁତ । କେଉଁବାଟେ ପଶିବେ ? ଭିଡ଼ ଥିଲେ ଟନେଲ ଭିତରେ କେମିତି ସିଟିଂ ସେଡ୍ ରେ ଥକ୍କା ମାରିବେ ? କେଉଁ ରାସ୍ତାରେ ସିଂହଦ୍ୱାର ଛୁଇଁବେ । ପୋଲିସ କର୍ମଚାରୀଙ୍କୁ ଡମି ଭକ୍ତ ଭାବେ ନେଇ ଏସବୁର ଗୋଟି ଗୋଟି କରି ଟ୍ରାଏଲ୍ ରନ୍ ସାରିଛି ପୁରୀ ପୋଲିସ୍ ।

ତା’ସହ ମନ୍ଦିର ପ୍ରବେଶ ବେଳେ ଶାଳୀନତାପୂର୍ଣ୍ଣ ପୋଷାକ ପିନ୍ଧିବାକୁ ବି ସଚେତନ କରିଛି ଶ୍ରୀମନ୍ଦିର ପ୍ରଶାସନ । ଯେହେତୁ ନୂଆବର୍ଷରେ ଜଗା ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଲୋକଙ୍କ ଭିଡ଼ ହୋଇଛି । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ବି ତତ୍ପର ହୋଇଛି । ଆଜି ରାତି ୧୦ଟାରୁ ୧୧ଟା ଭିତରେ ଠାକୁରଙ୍କ ରାତ୍ରୀ ପହୁଡ ନୀତି ହେବ । ରାତି ଗୋଟାଏରେ ସିଂହଦ୍ୱାର ଖୋଲିବ ଏବଂ ଅଧଘଣ୍ଟା ଭିତରେ ମଙ୍ଗଳ ଆଳତୀ ସରି ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ଭକ୍ତମାନେ କେବଳ ବାହାର କାଠ ନିକଟରୁ ମହାପ୍ରଭୁଙ୍କ ସାନିଧ୍ୟ ନେବେ । ନୂଆ ବ୍ୟବସ୍ଥାକୁ ଭକ୍ତ ସ୍ୱାଗତ କରିଥିବାବେଳେ ଶ୍ରୀମନ୍ଦିର ଭିତରେ କିନ୍ତୁ ଛୋଟ ପିଲା, ମହିଳା ଓ ବୃଦ୍ଧ ଯେଉଁଭଳି କଷ୍ଟ ଭୋଗୁଛନ୍ତି ସେଥିରେ ସୁଧାର ଆଣିବାକୁ ଦାବି କରିଛନ୍ତି ।

ଜିରୋ ନାଇଟ୍ ସାଙ୍ଗକୁ ନୂଆବର୍ଷ । ପୁରୀରେ ଅସମ୍ଭବ ଭିଡ଼କୁ ଦେଖି ଯାନବାହନ କଟକଣା ଲାଗିଛି । ବଡ଼ଦାଣ୍ଡରେ ମାର୍କେଟ ଛକଠୁ ସିଂହଦ୍ୱାର ଓ ସମୁଦ୍ରକୂଳରେ ଦିଗବାରେଣୀରୁ ଲାଇଟ ହାଉସ୍ ଯାଏଁ ନୋ- ଭେହିକିଲ୍ ଜୋନ୍ କରାଯାଇଛି । ସବୁ ଟୁରିଷ୍ଟ ବସ୍ ମାଳତୀପାଟପୁରରେ ରହିବ । ହାଲୁକା ଯାନ ପାଇଁ ଜଗନ୍ନାଥବଲ୍ଲଭ ଓ ଜେଲ୍ ରୋଡ୍ , ଶରଧାବାଲି ଓ ଯାତ୍ରୀକାରେ ପାର୍କିଂ ବ୍ୟବସ୍ଥା ହୋଇଛି । ଜିରୋ ନାଇଟରେ ମଦ୍ୟପାନ କରି ବୁଲିଲେ କଡା ଆକ୍ସନ ନେବ ପୁରୀ ପୋଲିସ୍ ।

ଶ୍ରୀମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରରେ ବି ନୂଆବର୍ଷରୁ ଲାଗୁ ହେବ ନୂଆ ନିୟମ । ସେବାୟତ ହୁଅନ୍ତୁ କି ଭକ୍ତ, ମନ୍ଦିର ପରିସରରେ କେହି ପାନ କି ଗୁଟଖା ଖାଇପାରିବେନି । ମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ ଗ୍ଲାସ ନେବା ବି ନିଷେଧ । ଠାକୁରଙ୍କ କୋଠ ଭୋଗ କେବଳ ଓମଫେଡ୍ ଘିଅରେ ପ୍ରସ୍ତୁତ ପାଇଁ ହୋଇଛି ନିଷ୍ପତ୍ତି । କାଲି ଭୋର୍ ୫ଟାରେ ମନ୍ଦିର ଖୋଲିବା ସହ ନୀତିକାନ୍ତି ଆରମ୍ଭ ହୋଇ ଦର୍ଶନ ଚାଲିବ ।

  • Reported by:
  • PRADEEP MAHANTY , MADHUSUDAN MISHRA , KAPILENDRA PRADHAN