• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Literature & Culture Updates

Odia Book Fair in Amerika
ଆମେରିକାରେ ଉନ୍ମୋଚିତ ହେଲା ପ୍ରତିଭା ରାୟଙ୍କ ଉପନ୍ୟାସ

ବ୍ଲାକ୍‌ ଇଗଲ୍‌ ବୁକ୍ସ ପ୍ରକାସନ ପକ୍ଷରୁ ଦିନିକିଆ ଓଡିଆ ପୁସ୍ତକ ମେଳା ଆୟୋଜିତ ହୋଇଯାଇଛି। ଆମେରିକାର ଓହିଓ ରାଷ୍ଟ୍ରସ୍ଥିତ କଲମ୍ବସ ମେଟ୍ରୋପଲିଟାନ୍ ଲାଇବ୍ରେରୀରେ ଏହା ଅନୁଷ୍ଠିତ ହୋଇଥିଲା। ଏଥିରେ ୨ଶହରୁ ଅଧିକ ଓଡିଆ ପୁସ୍ତକ ପ୍ରଦର୍ଶିତ ହୋଇଥିଲା ଏବଂ ବିଶିଷ୍ଟ କଥାଶିଳ୍ପୀ ଡ. ପ୍ରତିଭା ରାୟଙ୍କ ଉପନ୍ୟାସର ଇଂରାଜୀ ଅନୁବାଦ ଉନ୍ମୋଚିତ ହୋଇଥିଲା। ଆରମ୍ଭରେ ଅନୁଷ୍ଠାନ ନିର୍ଦ୍ଦେଶକ ସତ୍ୟ ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇ ପୁସ୍ତକ ମେଳା ସାହିତ୍ୟର ପର୍ବ ଓ ଜ୍ଞାନ-ସୂଚନାର ଉତ୍ସବ ବୋଲି ମତ ଦେଇଥିଲେ।

Sarat Pujari
ଅମଳିନ ଶରତ ପୂଜାରୀ

ଓଡ଼ିଆ ସିନେମା ଜଗତରେ ଶରତ ଯେବେ ଆବିର୍ଭାବ ହେଲେ, ରୂପେଲି ପରଦା ଇନ୍ଦ୍ରଧନୁର ସାତ ରଙ୍ଗରେ ରଙ୍ଗୀନ ହୋଇଗଲା। ତାଙ୍କ ଆଗମନ ପରେ ଲାଇଟ୍ କ୍ୟାମେରା ଆକ୍ସନ ଦୁନିଆ ଚମକି ଉଠିଲା। ଚିକିମିକି ସିତାରା ହୋଇ ସିନେମାରେ ସେ ନିଜେ ଚମକିଲେ, ଆଉ ତାଙ୍କ ଚମକ ଦେଖି ବିମୁଗ୍ଧ ହୋଇଗଲେ ଅଗଣିତ ସିନେପ୍ରେମୀ । ଟିକେଟ୍‌ କାଉଣ୍ଟରରେ ଜମିଗଲା ଭିଡ଼। ରୂପେଲି ପରଦାରେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ କାହିଁ କେତେ ଦୂରରୁ ଦଉଡିଆସି ସିନେମା ହଲ୍ ଆଗରେ ଧାଡି ଲଗାଇଲେ ସିନେମାପ୍ରେମୀ। ଯାହାଙ୍କ ପାଇଁ ଏତେ ଉପମା ଆଉ ଏତେ ଅଳଙ୍କାର ସିଏ ହେଉଛନ୍ତି ଓଡିଆ ସିନେମାର ସର୍ବକାଳୀନ ରୋମାଣ୍ଟିକ ହିରୋ ଶରତ ପୂଜାରୀ।

ପାରମିତା ଶତପଥୀ
ପାରମିତା ଶତପଥୀଙ୍କୁ ମିଳିବ ଶାରଳା ପୁରସ୍କାର

କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କୌଣସି ସମାରୋହ ଆୟୋଜନ କରାନଯାଇ ବ୍ୟକ୍ତିଗତ ଭାବେ ପୁରସ୍କାର ପ୍ରଦାନ କରାଯିବ। ଇମ୍ଫା ଦ୍ୱାରା ପରିଚାଳିତ ଇମ୍ପା ପକ୍ଷରୁ ଶାରଳା ପୁରସ୍କାର ପ୍ରଦାନ କରାଯାଉଛି। 

Paik Rebellion
ପାଇକ ବିଦ୍ରୋହ- ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ

ଶେଷରେ ବିଶାଳ ବ୍ରିଟିଶ ବାହିନୀ ବିଦ୍ରୋହ ଦମନ କରିବାରେ ସଫଳ ହୋଇଥିଲେ ବି ବିଦ୍ରୋହୀ ନେତାମାନଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ। ତାହା ଥିଲା ଭାରତୀୟ ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ଫୁଲିଙ୍ଗ, ଯାହା ଭାରତର ବିଭିନ୍ନ ପ୍ରାନ୍ତରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମ ଚଳାଇବାକୁ ବିଦ୍ରୋହୀମାନଙ୍କୁ ଦେଇଥିଲା ଅଗ୍ନିବର୍ଷୀ ପ୍ରେରଣା।

  • Wednesday, 04 August 2021
  • Odisha
NOBEL
ଯେତେ ଜୀବନ, ସେତେ ଉପନ୍ୟାସ

ଯେଉଁମାନେ ଲେଖକ, ସେମାନେ ଉପନ୍ୟାସ ଲେଖିବା ପୂର୍ବରୁ ଓ ପରେ ଏଇ ଜୀବନ ନିକଟରେ ହିଁ ଋଣ ସ୍ୱୀକାର କରିବାକୁ ବାଧ୍ୟ। କିଏ କିପରି ଭାବରେ ଜୀବନକୁ ଅନୁଭବ କରିଛନ୍ତି, ସେ ଅନୁଭବକୁ ଉପନ୍ୟାସ ରୂପେ ଫୁଟାଇବାକୁ ଯାଇ କାହାଣୀର କାୟାରେ ଛନ୍ଦି ହୋଇଛନ୍ତି କି ଚରିତ୍ରମାନଙ୍କ ମାୟାରେ ବାନ୍ଧି ହୋଇଛନ୍ତି - ବିଭିନ୍ନ ସାକ୍ଷାତକାରରେ ଏ ବାବଦରେ ଭିନ୍ନ ଭିନ୍ନ ଲେଖକୀୟ ବୟାନ ଆମକୁ ବେଳେବେଳେ ଶୁଣିବାକୁ ମିଳିଥାଏ। ଏବେ ପୁଣି ଆହୁରି ଗୋଟିଏ ନୂଆ କଥାର ଚଳଣି ଆରମ୍ଭ ହୋଇସାରିଲାଣି - ଗୋଟିଏ ଗୋଟିଏ ଉପନ୍ୟାସର ସୁବର୍ଣ୍ଣ ଜୟନ୍ତୀ ପାଳନ।

Frindship day
ଆଜି ହେଉଛି ବନ୍ଧୁତ୍ୱ ଦିବସ; ଜାଣନ୍ତୁ କାହିଁକି ପାଳନ କରାଯାଏ...

ବନ୍ଧୁତ୍ୱର ସଂପର୍କ ବହୁତ ସୁନ୍ଦର ଓ ଖାସ୍ ହୋଇଥାଏ । ଜାତି,ଧର୍ମ, ବର୍ଣ୍ଣ ସର୍ବପରେ ଅଟେ ବନ୍ଧୁତ୍ୱର ସଂପର୍କ। ବନ୍ଧୁତ୍ୱ ଏପରି ଏକ ସଂପର୍କ ଯାହା କୈଣସି ସର୍ତ୍ତରେ ହୋଇ ନ ଥାଏ ଆଉ ହୃଦୟର ସହିତ ଏହି ସଂପର୍କ ଗଢି ଉଠିଥାଏ । ବନ୍ଧୁତା ହେଉଛି ସେହି ସୁନ୍ଦର ଅନୁଭବ ଯାହା ସମୟର ଗତି ସହିତ ଆହୁରି ନୀବିଡ ହୋଇଯାଏ । ଜଣେ ଭଲ ଏବଂ ପ୍ରକୃତ ସାଙ୍ଗ ସହିତ ଆମେ ଆମ ହୃଦୟରେ ସବୁକିଛି ବାଣ୍ଟିପାରିବା,ତାଙ୍କ ସହିତ ସମୟ ବିତାଇବା, ତାଙ୍କ ଭଲ ଏବଂ ଖରାପ ସମୟରେ ଏକାଠି ଠିଆ ହେବା ହିଁ ପ୍ରକୃତ ବନ୍ଧୁ କୁହାଯାଇଥାଏ ।

Human Nature
କ୍ଷୁଦ୍ର ମାନବର କ୍ଷୁଧା

ମାନବ କିନ୍ତୁ ଦେବତା ପକ୍ଷରେ ରହି ଦାନବର ପ୍ରତିପକ୍ଷ ପାଲଟିଲା - ଯେତେବେଳେ ଜନ୍ମ ହୋଇନଥିଲା ଇତିହାସ। ପୁରାଣ ସୂଚନା ଦେଇଛି ଯେ, ଶେଷଯୁଦ୍ଧରେ ଦେବ-ମାନବ ମିଳିତ ପକ୍ଷ ନିକଟରେ ପରାଜୟପ୍ରାପ୍ତ ଦାନବ ଯାଇ ଆଶ୍ରୟ ନେଇଛି ଅତଳ ପାତାଳରେ!

Atibadi Jagannath Das Award
ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୦ ମସିହା ନିମନ୍ତେ ଏକାଡେମୀର ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ଓ ସାରସ୍ୱତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଓଡ଼ିଆ ସାହିତ୍ୟର ପ୍ରଖ୍ୟାତ ଔପନ୍ୟାସିକ ଶ୍ରୀଯୁକ୍ତ ରାମଚନ୍ଦ୍ର ବେହେରାଙ୍କୁ ତାଙ୍କର ଜୀବନବ୍ୟାପୀ ସାରସ୍ୱତ ସାଧନା ନିମନ୍ତେ ସମ୍ମାନଜନକ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି।

Iconic Horse
ଘୋଡ଼ା ଯେଉଁଠି ଥିଲା, ସେଇଠି ରହିବ !

ଗତ ଜୁନ୍‌ରେ ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ମଲ୍ଟିମୋଡାଲ ହବ୍ ନିର୍ମାଣ ଲାଗି ଯୋଜନା କରାଯାଇଥିଲା। ତେବେ ସ୍ମାର୍ଟ ଜନପଥର ବିକାଶ ପାଇଁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଥିବା ଘୋଡା ଏବଂ ଯୋଦ୍ଧା ମୂର୍ତ୍ତି ରାଜଭବନ ସାମନାକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।

1
ଅମୃତଭଣ୍ଡା ଓ ସଜନାଗଛ ଅର୍ଥନୀତି

କରୋନା ପରେ ସମଗ୍ର ବିଶ୍ୱର ଅର୍ଥନୀତି ଭାଙ୍ଗିପଡ଼ିବ। ଆମକୁ ଏବେ କିଛି ଜଣାପଡୁନି। କିଛିଦିନ ପରେ ଏହାର ଅନୁଭବ ଆପଣ କରିପାରିବେ। କିନ୍ତୁ ଦିନ ଥିଲା ଓଡ଼ିଶାର ଅର୍ଥନୀତି ବିଶ୍ୱ ଦ୍ୱାରା ଆଦୌ ପ୍ରଭାବିତ ହେଉନଥିଲା। କେମିତି ଆମ ଅର୍ଥନୀତିର ଦିଗ ବଦଳେଇ ଆମକୁ ଏକ ଭୟଙ୍କର ଛକରେ ଠିଆ କରାଯାଇଛି, ସେ ସଂପର୍କରେ ଅମରେଶ ବିଶ୍ୱାଳଙ୍କ ବିଶ୍ଳେଷଣ ପଢନ୍ତୁ ବିଗତ ଦିନରେ ଯେତେ ବିପତ୍ତି ଆସିଥିଲେ ମଧ୍ୟ, ଓଡ଼ିଶା ଓ ଆନ୍ଧ୍ର ପରି କୃଷିପ୍ରଧାନ ରାଜ୍ୟ […]

  • Monday, 26 July 2021
ratnakara-chjaini
ବିଶିଷ୍ଟ ସାହିତ୍ୟିକ ଓ ନାଟ୍ୟକାର ରତ୍ନାକର ଚଇନିଙ୍କ ପରଲୋକ

କଟକ: ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର, ଗାଳ୍ପିକ ଓ ଔପନ୍ୟାସିକ, ଅଧ୍ୟାପକ ତଥା ସମାଲୋଚକ ଓ ଉତ୍କଳ ସାହିତ୍ୟର ସମାଜର ପୂର୍ବତନ ସଭାପତି ଡ. ରତ୍ନାକର ଚଇନିଙ୍କ ପରଲୋକ ହୋଇଛି। କଟକ ସ୍ଥିତ ତାଙ୍କ ବାସ ଭବନ ଶ୍ରୀ ନିକେତନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଓଡ଼ିଆ ସାହିତ୍ୟର ଏହି ଉଜ୍ଜ୍ୱଳ ଜ୍ୟୋତିଷ୍କ। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଓଡ଼ିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତିଘଟିଛି। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତାଙ୍କର […]

  • Monday, 26 July 2021
1
ଦେଶ ଗଢ଼ା

କରୋନାଜନିତ ଲକଡାଉନ୍ ସାରା ଦେଶରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଶ୍ରମିକମାନେ। ସେମାନଙ୍କ ଦୁର୍ଦ୍ଦଶାକୁ ନେଇ ପଢ଼ନ୍ତୁ ଗାଳ୍ପିକ ପ୍ରଦୀପ ନାୟକଙ୍କର ଏହି ଗପ ବସରୁ ଓହ୍ଲେଇଲା ପରେ ପୋଲିସ ବୈରାଗୀ ସମେତ ଅନ୍ୟମାନଙ୍କୁ କ୍ବାରେଣ୍ଟାଇନ୍ ସେଣ୍ଟରରେ ଛାଡ଼ିଦେଲା। ସେଠି ପହଂଚିବା ପରେ ସିଏ ଚକିତ ହୋଇଗଲା। ସାରା ପରିବେଶ ପରିଷ୍କାର ପରିଛନ୍ନ। ଘର କାନ୍ଥ ମଧ୍ୟ ଧଳାରଂଗରେ ଉଜ୍ବଳ। ଚଟାଣ ବି ସଫା। ଭାତ କୁଢ଼େଇ ଖାଇ ହବ। […]

  • Thursday, 22 July 2021
Article
'ଘରେ ନାହିଁ ଦାନାକନା, ପୁଅ କହୁଛି ମୁଁ ରାଜେଶ୍ ଖାନ୍ନା'

ଆଗାମୀ ଓଡ଼ିଶାର ସ୍ଥିତି ବିଷୟରେ ଭାବିଲେ, ଚଉଦିଗ ଅନ୍ଧାର ଦିଶୁଛି। ପୋଷ୍ଟ-କରୋନା ଅର୍ଥନୈତିକ ସ୍ଥିତି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ହାସ୍ୟାସ୍ପଦ ନୁହେଁ କି? ପୂରା ସ୍ଥିତିକୁ ନେଇ ଅମରେଶ ବିଶ୍ୱାଳଙ୍କ ଆଲେଖ୍ୟ। ଏଇ ଯେଉଁ ଓଡ଼ିଆ ଭାଇମାନେ ଓଡ଼ିଶା ଫେରିଆସିଲେ, ବା ଆସିବାକୁ ଅପେକ୍ଷା କରିଛନ୍ତି, ସେମାନେ ଏବେ ଓଡ଼ିଶାରେ ଆସି କରିବେ କ’ଣ? ଏହା ହିଁ ରାଜ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ସୃଷ୍ଟି କରିବାକୁ […]

  • Thursday, 22 July 2021
5
'ଦେବଦାସଙ୍କ ସିନେମା ଗୀତ'... ପଢ଼ି ପଢ଼ି ଗୀତ ଶୁଣନ୍ତୁ...

ପ୍ରସିଦ୍ଧ ଗାୟକ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ଆପଣ ଶୁଣିଥିବା ଅନେକ ଓଡ଼ିଆ ସିନେମାର ଲୋକପ୍ରିୟ ଗୀତ ଲେଖିଥିଲେ ଏଇ ଗୀତିକାର। ସେ ହେଲେ ପ୍ରସିଦ୍ଧ ଲେଖକ, ଅବସରପ୍ରାପ୍ତ ଆଇଏଏସ୍ ଅଫିସର ତଥା ପ୍ରସିଦ୍ଧ ନାଟ୍ୟକାର ଗୋପାଳ ଛୋଟ୍ଟରାୟଙ୍କ ପୁଅ ଦେବଦାସ ଛୋଟରାୟ। ଏବେ ତାଙ୍କର ପ୍ରସିଦ୍ଧ ଗୀତ ସବୁ ପୁସ୍ତକ ଆକାରରେ ପ୍ରକାଶ ପାଇଛି, ଯାହାର ନାଁ ହେଲା ‘ଦେବଦାସଙ୍କ ସିନେମା ଗୀତ’। ଏହି ବହିଟିର ସମୀକ୍ଷା କରିଛନ୍ତି ଯୁବ ଗାଳ୍ପିକ ସୁମନ ଦାଶ। ଜୀବନରେ ଯେଉଁ […]

  • Thursday, 22 July 2021
Srutakirti-1
ଚକୋଲେଟ ଡେ'

ଜୋରଜୋରରେ ପାଦ ପକେଇ ଝଡ଼ ବେଗରେ ଆସି ଚେୟାର ଉପରେ ବସି ପଡିଲେ ସ୍ନିଗ୍ଧା l ସବୁଦିନ ଭଳି ଅଭିନନ୍ଦନ ବାର୍ତ୍ତା ତ ଦୂରେ ଥାଉ ଅର୍ଣ୍ଣବଙ୍କ ମୁହଁକୁ ସୁଦ୍ଧା ଅନେଇଲେ ନାହିଁ ସେ ସେଦିନ l ଏପର୍ଯ୍ୟନ୍ତ ଅର୍ଣ୍ଣବ କିଛି ହେଲେ ଠଉରେଇ ପାରୁ ନ ଥାନ୍ତି ଏଇ ଆକସ୍ମିକ ପରିବର୍ତ୍ତନ ପଛର ରହସ୍ୟ l (ପଢ଼ନ୍ତୁ ଶ୍ରୁତକୀର୍ତ୍ତି ତ୍ରିପାଠୀ ତ୍ରିପାଠୀଙ୍କର ଏହି ଗପ) ଅର୍ଣ୍ଣବ ବାବୁ ଓ ସ୍ନିଗ୍ଧା ମ୍ୟାମ୍‌ ଗୋଟିଏ ଅଫିସରେ କାମ […]

  • Thursday, 22 July 2021
kathare-kathare-mahata-katha-omm
ଏ ହେଉଛି ପ୍ରକୃତ ସଫଳତାର ସୂତ୍ର

ଆପଣ କ’ଣ ଜୀବନରେ ହାରିଯାଇଛନ୍ତି କି ? ଆପଣ ନିଜକୁ ହତଭାଗ୍ୟ ଭାବୁଛନ୍ତି କି? ଆପଣ ଭାବୁଛନ୍ତି କି ସଫଳତା ଆପଣଙ୍କ ଭାଗ୍ୟରେ ନାହିଁ ବୋଲି। ଆପଣ ଯଦି ଜୀବନରେ ସଂଘର୍ଷ କରି ଶିଖିଛନ୍ତି ତେବେ ଏମିତି ଭାବିବା ହିଁ ଭୁଲ୍‌। କାରଣ ଆପଣଙ୍କ ପାଇଁ ଭଲ ଦିନ ଆସିବାକୁ ଆଉ ବେଶୀ ବିଳମ୍ବ ନାହିଁ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ ଆଉ ଜୀବନରେ ବିଫଳତା କ’ଣ ଭୁଲି ଯାଆନ୍ତୁ। ଥରେ ଜଣେ ବୌଦ୍ଧ ଭିକ୍ଷୁ ଜଙ୍ଗଲରେ […]

  • Tuesday, 20 July 2021
Karna
କର୍ଣ୍ଣ ଏତେ ମହାନ୍‌ ଧନୁର୍ଦ୍ଧର ହୋଇ ବି ଅର୍ଜୁନଙ୍କ ହାତରେ ବଧ ହେଲେ କାହିଁକି?

-ତାପସ ରଂଜନ ବେହେରା ମହାଭାରତ ଯୁଦ୍ଧର ଦୁଇ ମହାନ୍‌ ଯୋଦ୍ଧା ହେଉଛନ୍ତି କର୍ଣ୍ଣ ଏବଂ ଅର୍ଜୁନ। ଉଭୟ ଥିଲେ କୌନ୍ତେୟ, ଉଭୟ ବେଶ୍‌ ପରାକ୍ରମୀ ଥିଲେ। କର୍ଣ୍ଣ କୌରବଙ୍କ ପକ୍ଷରେ ଥିଲା ବେଳେ ଅର୍ଜୁନ ପାଣ୍ଡବଙ୍କ ପକ୍ଷରେ ଥିଲେ। ତେବେ ଏମାନଙ୍କ ମଧ୍ୟରୁ କିଏ ସବୁଠୁ ଅଧିକ ପାରଙ୍ଗମ ଥିଲେ, ଆସନ୍ତୁ ଜାଣିବା। ଅର୍ଜୁନଙ୍କ ପାଖରେ ‘ଗାଣ୍ଡିବ’ ଧନୁ ଥିବା ଯୋଗୁ ତାଙ୍କୁ ‘ଗାଣ୍ଡିବଧାରୀ’ କୁହାଯାଏ । ଠିକ୍‌ ସେହିପରି  କର୍ଣ୍ଣଙ୍କ ପାଖରେ ମଧ୍ୟ ଏକ ଅଦ୍ଭୁତ ଧନୁ […]

  • Tuesday, 20 July 2021
kathare-kathare-mahata-katha-omm
ଈଶ୍ୱର ଯାହା ପାଖରେ ହାରି ଯାଇଥିଲେ

ସୁଦାମା ଓ କୃଷ୍ଣ ବାଲ୍ୟବନ୍ଧୁ ଥିଲେ। ହେଲେ ସୁଦାମା କୃଷ୍ଣଙ୍କୁ କେବେ ବି କିଛି ମାଗି ନ ଥିଲେ। ସୁଦାମାଙ୍କ ପାଇଁ କୃଷ୍ଣ ଥିଲେ ଭଗବାନ ବି ଆଉ ବନ୍ଧୁ ବି। ଯେତେବେଳେ ସୁଦାମା କୃଷ୍ଣଙ୍କୁ ଦେଖା କରିବାକୁ ଦ୍ୱାରକା ଯାଉଥିଲେ ସେତେବେଳେ ତାଙ୍କୁ ବହୁ ପଥକଷ୍ଟ ହେଉଥିଲା। ସୁଦାମାଙ୍କ ଗୋଡ଼ରେ କଣ୍ଟାରେ ଫୁଟି ରକ୍ତସ୍ରାବ ହେଉଥିଲା। ତଥାପି ବି ସେ କହୁଥିଲେ ‘ଜୟ ଶ୍ରୀକୃଷ୍ଣ’। ଜୟ ଶ୍ରୀକୃଷ୍ଣ, ଜୟ ଶ୍ରୀକୃଷ୍ଣ ନାମ ଜପି ଜପି ସେ […]

  • Tuesday, 20 July 2021
ravana
ଲଙ୍କାପତି ରାବଣ ବି ପ୍ରଜାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନ ଥିଲା

– ଓମ୍‌ପ୍ରକାଶ ସାହୁ ଲଙ୍କାପତି ରାବଣ ପ୍ରଭୁ ରାମଚନ୍ଦ୍ରଙ୍କ ଶରାଘାତରେ ଭୂମିରେ ପଡ଼ି ଛଟପଟ ହେଉଥିଲା। ସେତିକିବେଳେ ପ୍ରଭୁ ରାମଚନ୍ଦ୍ର ଭ୍ରାତା ଲକ୍ଷ୍ମଣଙ୍କୁ ତାଙ୍କ ନିକଟକୁ ପଠାଇଥିଲେ। କହିଲେ, ‘ଜଣେ ମହାଜ୍ଞାନୀଙ୍କର ମହାପ୍ରୟାଣ ହେବାକୁ ଯାଉଛି। ଯଦି କିଛି ରାଜଧର୍ମ ଶିଖିବାର ଅଛି ତେବେ ତାଙ୍କ ପାଖକୁ ଯାଅ ଓ ସେ କ’ଣ କହୁଛନ୍ତି ଶୁଣ।’ ଲକ୍ଷ୍ମଣ ବଡ଼ଭାଇଙ୍କ ଆଦେଶ ପାଳନ କରି ରାବଣ ପାଖକୁ ଗଲେ। ଜୀବନର ଶେଷ ସମୟରେ ରାବଣ ମନେ ମନେ ଲକ୍ଷ୍ମଣଙ୍କ […]

  • Tuesday, 20 July 2021
Ajira-Anuchinta-1
ଦୁଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ

ଦୁଃଖ ଓ ବିପଦ ସମୟରେ ଆଦୌ ଭାଙ୍ଗି ପଡ଼ନ୍ତୁ ନାହିଁ। ଦୁଃଖକୁ ଧୈର୍ଯ୍ୟ ଓ ସାହସର ସହିତ ମୁକାବିଲା କରନ୍ତୁ। ଆକାଶରେ କଳାବାଦଲ ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ସୂର୍ଯ୍ୟଙ୍କୁ ଢାଙ୍କି ଦିଏ। କିନ୍ତୁ ସେ ପୁଣି ସାରା ଦୁନିଆକୁ କିରଣ ଦିଅନ୍ତି। ସେମିତି ଆମ ଜୀବନଚକ୍ରରେ କିଛି ବି ସ୍ଥାୟୀ ନୁହେଁ। ଦୁଃଖ ପରେ ସୁଖ ଆସିବା ନିଶ୍ଚିତ। ଦୁଃଖକୁ ଏକ କଳାବାଦଲ ବୋଲି ଭାବନ୍ତୁ। ସେ ହଟିବା ନିଶ୍ଚିତ। ଆଦୌ ଭୟ କରନ୍ତୁ ନାହିଁ। […]

  • Tuesday, 20 July 2021
folded hands
ପଛ ବେଞ୍ଚରେ ବସୁଥିଲା, ଏମତି ଏକ ଘଟଣା ସବୁ କିଛି ବଦଳାଇଦେଲା

– ଓମ୍‌ପ୍ରକାଶ ସାହୁ ଦୁଃଖ ଭିତରେ ହିଁ ସୁଖର ସତ୍ତା ରହିଛି। ଦୁଃଖକୁ ଭୋଗି ପାରିଲେ ହିଁ ସୁଖର ବାଟ ଖୋଲିଯାଏ। ସର୍ବଶକ୍ତିମାନଙ୍କ ଦ୍ୱାର ଦୂର ହୋଇପାରେ ମାତ୍ର ଦୁଷ୍ପ୍ରାପ୍ୟ ନୁହେଁ। ଆପଣ ଯଦି ସତ୍‌ପଥରେ ଥିବେ, ଆପଣଙ୍କର କର୍ମ ଯଦି ସତ୍‌ ଥିବ ତେବେ ସେ ଆପଣଙ୍କ ପାଇଁ ନିଶ୍ଚିତ ଏକ ସୁଯୋଗ ସୃଷ୍ଟି କରିବେ। କିନ୍ତୁ ସେଥିପାଇଁ ଆପଣଙ୍କର ଧୈର୍ଯ୍ୟ ଆଉ ବିଶ୍ୱାସ ଦରକାର । ଏଠାରେ ଏକ ସୁନ୍ଦର ଗଳ୍ପ ପଢ଼ନ୍ତୁ ..ଏହା […]

  • Tuesday, 20 July 2021
father
ଆଜିର ଅନୁଚିନ୍ତା: ଭୁଲ ବୁଝିଲା ବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଗଲାଣି, ଏ ପାପର ପ୍ରାୟଶ୍ଚିତ କାହିଁ ?

-ଓମ୍‌ପ୍ରକାଶ ସାହୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମଂ ତପ ପିତରି ପ୍ରିତିମା ପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ସଂସ୍କୃତରେ କୁହାଯାଏ ପିତା ହେଉଛନ୍ତି ସ୍ୱର୍ଗ, ସେ ହେଉଛନ୍ତି ଧର୍ମ। ସେ ସବୁ ଦେବଦେବୀଙ୍କ ଠାରୁ ଊର୍ଦ୍ଧ୍ୱରେ। ବାପା ହେଉଛନ୍ତି ଦୟାସାଗର। ଉପରେ ଉପରେ ଯେତେ ଗାଳିଗୁଲଜ କରୁଥିଲେ ମଧ୍ୟ ବାପାଙ୍କ ହୃଦୟର ସ୍ନେହ ଓ ଭଲ ପାଇବାକୁ ମାପିବାକୁ କିଛି ମାପକାଠି ନାହିଁ। ତାଙ୍କର ବିକଳ୍ପ କେହି ବି ହୋଇପାରିବେ ନାହିଁ। ପିଲାମାନେ ବଡ଼ […]

  • Tuesday, 20 July 2021
abortion
ଆଜିର ଅନୁଚିନ୍ତା: ହରିବାବୁ କରିଥିଲେ ଏହି ଭୁଲ୍‌, ସାରା ଜୀବନ ପଶ୍ଚାତାପ କଲେ

-ଓମ୍‌ପ୍ରକାଶ ସାହୁ ମଣିଷ ଜୀବନ ସାରା ବହୁତ ଭୁଲ୍‌ କରିଥାଏ। ହେଲେ ଗୋଟିଏ ଗୋଟିଏ ଭୁଲ୍‌ ପାଇଁ ସାରା ଜୀବନ ପସ୍ତାଇବାକୁ ପଡ଼ିଥାଏ। ଭୁଲ୍‌ ଠିକ୍‌ ବିଚାର କରିବାର ଶକ୍ତି ମଣିଷର ଥିବାରୁ ତାକୁ ସବୁଠୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ। ତଥାପି ମଣିଷ ଏମିତି ଭୁଲ୍‌ ପରେ ଭୁଲ୍ କରି ଚାଲିଛି। ମଣିଷ ଜନ୍ମ ଦୁର୍ଲଭ। ଅନ୍ତତଃ କାହାର କିଛି କ୍ଷତି କରିବା, କାହାକୁ ଠକିବା ପୂର୍ବରୁ, କିଛି ଅନ୍ୟାୟ ଅନୀତି କରିବା ପୂର୍ବରୁ ଦୁଇ […]

  • Tuesday, 20 July 2021
God shows the way
ଆଜିର ଅନୁଚିନ୍ତା: ଈଶ୍ୱରଙ୍କୁ ଦେଖିହୁଏ ନାହିଁ, କିନ୍ତୁ ବିଶ୍ୱାସ କଲେ ସେ ରାସ୍ତା ଦେଖାନ୍ତି

– ଓମ୍‌ପ୍ରକାଶ ସାହୁ   ଈଶ୍ୱର ସବୁଠି ବିଦ୍ୟମାନ। ତାଙ୍କୁ ଦେଖିହୁଏ ନାହିଁ । କିନ୍ତୁ ଅନୁଭବ କରିହୁଏ। ତେଣୁ ବିଶ୍ୱାସେ ମିଳନ୍ତି ହରି ବୋଲି କୁହାଯାଏ। ଅର୍ଥାତ୍ ମଣିଷ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟରେ ସମର୍ପିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରିବ ନାହିଁ । ଈଶ୍ୱରୀୟ ସତ୍ତା ଅନୁଭବ କରିବାର ତୃଷ୍ଣା ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ କିଛି ବି ସମ୍ଭବ ନୁହେଁ। ବିନା ବିଶ୍ୱାସରେ ମନ୍ତ୍ର […]

  • Tuesday, 20 July 2021
father and mother
ଆଜିର ଅନୁଚିନ୍ତା: ବାପା ମା’ ସାକ୍ଷାତ ଈଶ୍ୱର, ତାଙ୍କୁ ଅବେହଳା କଲେ ମିଳିବ ଏମିତି ଦଣ୍ଡ

– ଓମ୍‌ପ୍ରକାଶ ସାହୁ ଆମେ ଈଶ୍ୱରଙ୍କୁ କେବେ ଦେଖିନୁ। କିନ୍ତୁ ‘ସାକ୍ଷାତ ଈଶ୍ୱର’ ଙ୍କ ସେବା ଯତ୍ନରେ ବଡ଼ ହୋଇଛୁ। ଆପଣ ଯେତେବେଳେ ଦୁଃଖରେ ପଡ଼ନ୍ତି ସେତେବେଳେ କେବଳ ବାପା ମା’ ହିଁ ଭାଙ୍ଗି ପଡ଼ନ୍ତି ଆଉ ଆପଣଙ୍କ ପାଇଁ ପ୍ରାର୍ଥନା କରନ୍ତି। ଆପଣକୁ ଯେଉଁମାନେ ଜନ୍ମ ଦେଇଛନ୍ତି ତାଙ୍କୁ ଅଣଦେଖା କରିବାର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ। ଏପରି ନ ହେଲେ ,ଏ ଦୁନିଆରୁ ନ୍ୟାୟ କୁଆଡ଼େ ହଜିଯିବ। ବାପା ମା’ଙ୍କ ମନରେ କଷ୍ଟ ଦେଲେ […]

  • Tuesday, 20 July 2021