-ଓମ୍ପ୍ରକାଶ ସାହୁ ପିତା ଧର୍ମ ପିତା ସ୍ୱର୍ଗ ପିତା ହି ପରମଂ ତପ ପିତରି ପ୍ରିତିମା ପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ସଂସ୍କୃତରେ କୁହାଯାଏ ପିତା ହେଉଛନ୍ତି ସ୍ୱର୍ଗ, ସେ ହେଉଛନ୍ତି ଧର୍ମ। ସେ ସବୁ ଦେବଦେବୀଙ୍କ ଠାରୁ ଊର୍ଦ୍ଧ୍ୱରେ। ବାପା ହେଉଛନ୍ତି ଦୟାସାଗର। ଉପରେ ଉପରେ ଯେତେ ଗାଳିଗୁଲଜ କରୁଥିଲେ ମଧ୍ୟ ବାପାଙ୍କ ହୃଦୟର ସ୍ନେହ ଓ ଭଲ ପାଇବାକୁ ମାପିବାକୁ କିଛି ମାପକାଠି ନାହିଁ। ତାଙ୍କର ବିକଳ୍ପ କେହି ବି ହୋଇପାରିବେ ନାହିଁ। ପିଲାମାନେ ବଡ଼ […]
-ଓମ୍ପ୍ରକାଶ ସାହୁ ମଣିଷ ଜୀବନ ସାରା ବହୁତ ଭୁଲ୍ କରିଥାଏ। ହେଲେ ଗୋଟିଏ ଗୋଟିଏ ଭୁଲ୍ ପାଇଁ ସାରା ଜୀବନ ପସ୍ତାଇବାକୁ ପଡ଼ିଥାଏ। ଭୁଲ୍ ଠିକ୍ ବିଚାର କରିବାର ଶକ୍ତି ମଣିଷର ଥିବାରୁ ତାକୁ ସବୁଠୁ ଶ୍ରେଷ୍ଠ ପ୍ରାଣୀ ବୋଲି କୁହାଯାଏ। ତଥାପି ମଣିଷ ଏମିତି ଭୁଲ୍ ପରେ ଭୁଲ୍ କରି ଚାଲିଛି। ମଣିଷ ଜନ୍ମ ଦୁର୍ଲଭ। ଅନ୍ତତଃ କାହାର କିଛି କ୍ଷତି କରିବା, କାହାକୁ ଠକିବା ପୂର୍ବରୁ, କିଛି ଅନ୍ୟାୟ ଅନୀତି କରିବା ପୂର୍ବରୁ ଦୁଇ […]
– ଓମ୍ପ୍ରକାଶ ସାହୁ ଈଶ୍ୱର ସବୁଠି ବିଦ୍ୟମାନ। ତାଙ୍କୁ ଦେଖିହୁଏ ନାହିଁ । କିନ୍ତୁ ଅନୁଭବ କରିହୁଏ। ତେଣୁ ବିଶ୍ୱାସେ ମିଳନ୍ତି ହରି ବୋଲି କୁହାଯାଏ। ଅର୍ଥାତ୍ ମଣିଷ ଯେ ପର୍ଯ୍ୟନ୍ତ ଈଶ୍ୱରଙ୍କ ନିକଟରେ ସମର୍ପିତ ନ ହୋଇଛି ସେ ପର୍ଯ୍ୟନ୍ତ ସେ ଈଶ୍ୱରଙ୍କ ସତ୍ତା ଅନୁଭବ କରିପାରିବ ନାହିଁ । ଈଶ୍ୱରୀୟ ସତ୍ତା ଅନୁଭବ କରିବାର ତୃଷ୍ଣା ଯେ ପର୍ଯ୍ୟନ୍ତ ନ ଆସିଛି ସେ ପର୍ଯ୍ୟନ୍ତ କିଛି ବି ସମ୍ଭବ ନୁହେଁ। ବିନା ବିଶ୍ୱାସରେ ମନ୍ତ୍ର […]
– ଓମ୍ପ୍ରକାଶ ସାହୁ ଆମେ ଈଶ୍ୱରଙ୍କୁ କେବେ ଦେଖିନୁ। କିନ୍ତୁ ‘ସାକ୍ଷାତ ଈଶ୍ୱର’ ଙ୍କ ସେବା ଯତ୍ନରେ ବଡ଼ ହୋଇଛୁ। ଆପଣ ଯେତେବେଳେ ଦୁଃଖରେ ପଡ଼ନ୍ତି ସେତେବେଳେ କେବଳ ବାପା ମା’ ହିଁ ଭାଙ୍ଗି ପଡ଼ନ୍ତି ଆଉ ଆପଣଙ୍କ ପାଇଁ ପ୍ରାର୍ଥନା କରନ୍ତି। ଆପଣକୁ ଯେଉଁମାନେ ଜନ୍ମ ଦେଇଛନ୍ତି ତାଙ୍କୁ ଅଣଦେଖା କରିବାର ଫଳ ନିଶ୍ଚୟ ଭୋଗିବାକୁ ପଡ଼ିବ। ଏପରି ନ ହେଲେ ,ଏ ଦୁନିଆରୁ ନ୍ୟାୟ କୁଆଡ଼େ ହଜିଯିବ। ବାପା ମା’ଙ୍କ ମନରେ କଷ୍ଟ ଦେଲେ […]
-ଓମ୍ପ୍ରକାଶ ସାହୁ ଓଡ଼ିଆରେ କୁହାଯାଏ କର୍ମ ଘେନି ଫଳ। ଏଥିରେ ଦ୍ୱିମତ ହେବାର ନାହିଁ । ଏହା ସବୁ ଧର୍ମର ସାର କଥା। ଆପଣ ଜୀବନରେ ଯଦି ଗୋଟିଏ ବି ଭଲ କାମ କରିଥିବେ ତାହାର ପ୍ରତିଦାନରେ ଆପଣଙ୍କୁ ସୁଫଳ ମିଳିବ। ଏଠାରେ ଜାପାନର ଜଣେ ବୌଦ୍ଧ ସଂସ୍କାରକଙ୍କ କଥା ଉଲ୍ଲେଖ କରାଯାଇପାରେ। ତାଙ୍କ କହିବାନୁଯାୟୀ ଜନ୍ମଠୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ଯାହା କିଛି କରେ ତାହା ସୁକର୍ମ ଓ କୁକର୍ମ ଦୁଇ ଭାଗରେ ବିଭକ୍ତ ହୁଏ। […]
-ଓମ୍ପ୍ରକାଶ ସାହୁ ଆପଣ ଅଫିସର ହୋଇଥା’ନ୍ତୁ କି ଜମିଦାର । ଈଶ୍ୱରଙ୍କ ଦରବାରରେ ସମସ୍ତେ ସମାନ। ଆପଣ ଯେମିତି କର୍ମ କରିବେ ସେମିତି ଫଳ ପାଇବେ। ଆପଣଙ୍କ କର୍ମଫଳ ଆଉ କେହି ଭୋଗ କରିବେ ନାହିଁ । ଈଶ୍ୱର ଲାଞ୍ଚ ନିଅନ୍ତି ନାହିଁ କି ପାତର ଅନ୍ତର କରନ୍ତି ନାହିଁ। ଆପଣ ତାଙ୍କୁ ଲାଞ୍ଚ ଦେଲେ ବି ସେ ନେବେ ନାହିଁ। କାରଣ ସେ ବ୍ୟବସ୍ଥା ବି ସେ କରି ନାହାନ୍ତି । ଆପଣ ଯଦି ଅନ୍ୟକୁ […]
(ଓମ୍ପ୍ରକାଶ ସାହୁ) ଆପଣ ଜୀବନରେ କେବେ ଧୋକା ଖାଇଛନ୍ତି ? ଆଉ ସେଥି ପାଇଁ ସେମାନଙ୍କୁ ଆପଣ ନିଜର ଶତ୍ରୁ ଭାବେ ବିବେଚନା କରୁଛନ୍ତି? ମନେ ରଖନ୍ତୁ, ସେଇ ଧୋକାବାଜ୍ ବନ୍ଧୁମାନେ ଆପଣ ଉନ୍ନତିର ମୂଳ ଭିତ୍ତି ବି ହୋଇପାରନ୍ତି? ସେଇମାନେ ଆପଣଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ସୃଷ୍ଟି କରନ୍ତି। ଅନ୍ୟର ଧୋକାବାଜି ପାଇଁ ଆପଣ କେବେ ନିଜ ଜୀବନକୁ ତୁଚ୍ଛ ମନେ କରିଛନ୍ତି କି? ଆପଣଙ୍କ ଅନେକ ସମସ୍ୟାର ସମାଧାନ କରିଦେଇପାରେ ଏହି ସୁନ୍ଦର […]
(ଓମ୍ ପ୍ରକାଶ ସାହୁ) ଆପଣ ଭଗବାନଙ୍କୁ ଭୁଲ୍ ବୁଝୁଛନ୍ତି କି ? କାହିଁକି ? ସେ ଅନ୍ୟମାନଙ୍କୁ ଭଲରେ ରଖି ଆପଣଙ୍କୁ ଦୁଃଖରେ ରଖିଛନ୍ତି ବୋଲି? ଯଦି ଏମିତି ଭାବୁଛନ୍ତି ତା ହେଲେ ଆପଣ ଭୁଲ କରୁଛନ୍ତି। କାରଣ ଏହା ସତ୍ୟ ଯେ ଭଗବାନ ଆପଣଙ୍କୁ ଭଲ ପା’ନ୍ତି। ନ ହେଲେ ସେ ଆପଣଙ୍କୁ ଜୀବନରୂପୀ ଏକ ଅଦେଖା ରତ୍ନ ଦେଇଛନ୍ତି କାହିଁକି? ଭଗବାନଙ୍କ ବ୍ୟତୀତ ଆପଣଙ୍କୁ ଏହି ଅମୂଲ୍ୟ ରତ୍ନ ଆଉ କେହି ଦେଇପାରିବେ ନାହିଁ। […]
ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା I ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଅାରେ ସହଜେ ମିଳେ ନାହିଁ I ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗଵତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି […]
ଜୀବଜନ୍ତୁଙ୍କ ଆଖିରେ ବି ଲୁହ ଅଛି। ସେମାନଙ୍କର ବି ରକ୍ତମାଂସର ଶରୀର। ସେମାନଙ୍କର ବି ବଞ୍ଚିବାର ଅଧିକାର ଅଛି। ତାଙ୍କୁ ଭଲ ପାଇଲେ ସେମାନେ ନିଜର ପାଲଟିଯା’ନ୍ତି। ଆଉ ହତାଦର କଲେ ସେମାନେ ବି ଅଭିଶାପ ଦିଅନ୍ତି। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ, ଯାହା ଆପଣଙ୍କ ହୃଦୟକୁ ନିଶ୍ଚୟ ଛୁଇଁବ। ‘ମିଠି’କୁ ଭାରି ଭଲ ପାଉଥିଲା ଡମ୍ବରୁଧରଙ୍କ ପୁଅ ପ୍ରଶାନ୍ତ। ପ୍ରଶାନ୍ତ ଯାହା ଖାଏ ‘ମିଠି’ ପାଇଁ କିଛି ରଖିଥାଏ। ୪ଟା ବାଜିଲେ ‘ମିଠି’ କୋଉଠି ଥିବା […]
ସମସ୍ତେ ଚାହାଁନ୍ତି ଯେ ତାଙ୍କ ପାଖରେ କେବେବି ଟଙ୍କା ଅଭାବ ନ ରହୁ ଏବଂ ମା ଲକ୍ଷ୍ମୀ ତାଙ୍କ ପ୍ରତି ସର୍ବଦା ଦୟାଳୁ ରୁହନ୍ତୁ। | ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଉତ୍ତରକୁ ପ୍ରଭୁ ଧନ କୁବେରଙ୍କ ଦିଗ ବୋଲି ବିବେଚନା କରାଯାଏ। ଏନେଇ ଏହି ଦିଗକୁ ସ୍ଵଚ୍ଛ ରଖିବା ଉଚିତ। ଏହାସହିତ ଆଉ କିଛି ବାସ୍ତୁ ଉପାୟ ଅବଲମ୍ବନ କରିଲେ ଧନ ପ୍ରାପ୍ତ ହୋଇଥାଏ। ଆପଣଙ୍କ ଘରେ ମଧ୍ୟ ସୁଖ, ଶାନ୍ତି, ସମୃଦ୍ଧତା, ଧନ ଏବଂ ସମୃଦ୍ଧତା ବୃଦ୍ଧି […]
ମହାବୀର ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିଦ୍ୟମାନ ଅଛନ୍ତି। ଭଗବାନ ହନୁମାନଙ୍କୁ ପୂଜାକରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ହନୁମାନଙ୍କୁ ପୂଜା କରିବା ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମହାବୀର ହନୁମାନଙ୍କର ଜନ୍ମ ବାର୍ଷିକୀ ୨୭ ଏପ୍ରିଲ (ମଙ୍ଗଳବାର)ରେ ପାଳନ କରାଯିବ। ଭକ୍ତମାନେ ପୂର୍ଣ୍ଣ ଭକ୍ତି ସହିତ ଏହି ଦିନକୁ ଅପେକ୍ଷା କରିଥାନ୍ତି। ଏହିଦିନ, ହନୁମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଭକ୍ତମାନେ […]
ଚାଣକ୍ୟ ନୀତି କେବଳ ଭାରତ ନୁହେଁ ସାରା ଦୁନିଆଁରେ ମଧ୍ୟ ଲୋକପ୍ରିୟ। ଚାଣକ୍ୟଙ୍କ ଅନେକ ନୀତି ରହିଛି ଯାହା ଜଣେ ବ୍ୟକ୍ତିକୁ ଏକ କଠିନ ସମୟରେ ମଧ୍ୟ ସହଯୋଗ କରିପାରିବ। ଏହିସବୁ ନୀତି ବ୍ୟକ୍ତିକୁ ଧୈର୍ଯ୍ୟ ଦେବା ସହ ଆଗକୁ ବଢିବାରେ ପ୍ରେରଣା ଦେଇଥାଏ। ବ୍ୟକ୍ତି ଭଲ ଓ ମନ୍ଦ ମଧ୍ୟରେ ଫରକ ଜାଣିବାରେ ସକ୍ଷମ ହୋଇଥାଏ। ସୁଖ ଓ ଶାନ୍ତିପୂର୍ଣ୍ଣ ଜୀବନ ପାଇଁ ଆଚାର୍ଯ୍ୟ ଚାଣକ୍ୟ ଅନେକ ନୀତି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ନୀତି […]
ବାସ୍ତୁ ଭାରତୀୟ ପରମ୍ପରାର ଏକ ପ୍ରାଚୀନ ଶାସ୍ତ୍ର। ଆଜିକାଲି ଏହା ଅଧିକରୁ ଅଧିକ ଲୋକପ୍ରିୟ ହେବାରେ ଲାଗିଛି। ଲୋକେ ବାସଗୃହ ହେଉ କି ବ୍ୟବସାୟ ପ୍ରତିଷ୍ଠାନ ସବୁଥିରେ ଏହାର ଉପଯୋଗ କରିବା ଦେଖାଯାଉଛି। ବ୍ୟବସାୟିକ ପ୍ରତିଷ୍ଠାନ କହିଲେ ଦୋକାନ, ଶିଳ୍ପାୟନ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ୍, ଡାକ୍ତରଖାନା ବା ନର୍ସିଂହୋମ ଆଦିକୁ ବୁଝାଏ। ତେବେ ଏ ସବୁ ନିର୍ମାଣରେ ଯଦି ବାସ୍ତୁଦୋଷ ରହିଯାଏ ତେବେ ଉକ୍ତ ଅନୁଷ୍ଠାନ ଚାଲିବା କଷ୍ଟକର ହୋଇଯାଏ। ଏପରିକି କି ବ୍ୟବସାୟ ବନ୍ଦ ମଧ୍ୟ ହୋଇଯାଏ। […]
ରାମ ଭକ୍ତ ହନୁମାନ ନିଜ ଭକ୍ତମାନଙ୍କ ସବୁ କଷ୍ଟ ଓ ସମସ୍ୟାକୁ ସହଜରେ ଦୂର କରିଥାନ୍ତି। ଏହା ବିଶ୍ଵାସ ରହିଛି ଯେ ଭଗବାନ ହନୁମାନ ଖୁବ୍ ଶୀଘ୍ର ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି। ତାଙ୍କ ପୂଜାପାଠରେ ସେପରି କିଛି ଆଡମ୍ବର କରିବାକୁ ପଡେନି। କେବଳ ମଙ୍ଗଳବାର ହନୁମାନଙ୍କ ପୂଜା ପରେ ଅମୃତବାଣୀ ବା ଶ୍ରୀ ହନୁମାନ ଚାଳିଶା ପଢିଦେଲେ ହିଁ ବଜରଙ୍ଗବାଲି ପ୍ରିତ ହୋଇଯାଆନ୍ତି ଓ ଭକ୍ତମାନଙ୍କ ମନସ୍କାମନା ପୂରଣ କରନ୍ତି। ଏମିତି ତ ହିନ୍ଦୁ ଧର୍ମରେ […]
ରାମ କେବଳ ଏକ ଶବ୍ଦ ନୁହେଁ, ଏହା ହେଉଛି ଏକ ତତ୍ତ୍ୱ। ପ୍ରାଣ ସହିତ ଜଡିତ ଶବ୍ଦର ଅନ୍ୟନାମ ହେଉଛି ରାମ। ଯେଉଁଠି ରାମ ଅଛି ସେଠି ଜୀବନ ଅଛି। ରାମ ବିନା ଜୀବନ ଶୂନ୍ୟ। ଯଦି ‘ରାମ’ ଶବ୍ଦକୁ ନେଇ ଯୋଗ ଶାସ୍ତ୍ର ଅନୁସାରେ ବିଚାର କରାଯାଏ ତେବେ ଏହା ଇଡା ଓ ପିଙ୍ଗଳା ନାଡି ସହିତ ସଂଯୁକ୍ତ। ‘ରା’ର ଉଚ୍ଚାରଣରେ ଉଷ୍ମ ବାୟୁ ନିଷ୍କାସନ ହୋଇଥାଏ। ପିଙ୍ଗଳା ନାଡିକୁ ସୂର୍ଯ୍ୟ ନାଡି କୁହାଯାଉଥିବାରୁ ଏହି […]
ହସ୍ତରେଖା କେବଳ ଯେ ଭାରତ ନୁହେଁ ବରଂ ସାରା ଦୁନିଆରେ ବହୁତ ଲୋକପ୍ରିୟ। ଲୋକ ବିଶ୍ୱାସ ରହିଛି ଯେ ମଣିଷର ହାତରେ ହିଁ ବହୁତ ରହସ୍ୟ ଲୁଚି ରହିଛି। ଯଦି ଆପଣଙ୍କ ପାଖରେ ହସ୍ତରେଖା ପଢିବାର ଦକ୍ଷତା ରହିଛି ତେବେ ଆପଣ ନିଜ ଜୀବନ ସହିତ ଜଡ଼ିତ ଅନେକ ମହତ୍ୱପୂର୍ଣ୍ଣ ବ୍ୟକ୍ତିଗତ ଲକ୍ଷଣ ବିଷୟରେ ଜାଣି ପାରିବେ। ହସ୍ତରେଖା ଦ୍ୱାରା ନା ଯେ କେବଳ ମଣିଷର ଚରିତ୍ର ବା ସ୍ୱଭାବ ଜଣାଯାଏ ବରଂ ଭବିଷ୍ୟତକୁ ନେଇ ମଧ୍ୟ […]
ଚୈତ୍ର ନବରାତ୍ର ୧୧ ତାରିଖରୁ ଆରମ୍ଭ ହୋଇଯାଇଛି। ନବରାତ୍ରରେ ମା ଦୁର୍ଗାଙ୍କ ୯ଟି ସ୍ୱରୂପଙ୍କୁ ପୂଜା କରାଯାଏ। ନବରାତ୍ରରେ ମା ଦୁର୍ଗାଙ୍କୁ ସନ୍ତୋଷ କରିବା ନେଇ ଭକ୍ତମାନେ ୯ ଦିନ ପାଇଁ ବ୍ରତ ମଧ୍ୟ ରଖିଥାଆନ୍ତି। ଏହି ସମଯରେ ଏହା ମଧ୍ୟ ଜରୁରୀ ଯେ ବ୍ରତଧାରୀମାନେ ଏଭଳି କିଛି ଫଳ ବା ପନିପରିବା ଖାଇବା ଦରକାର ଯାହା ଦ୍ୱାରା ଶରୀରରେ ଜଳିୟ ଅଂଶର ଅଭାବ ହେବନି। ବର୍ତ୍ତମାନ ଗରମର ପ୍ରଭାବ ମଧ୍ୟ ଆରମ୍ଭ ହୋଇଯାଇଛି। ତେଣୁ ଶରୀରକୁ […]
ବୁଧବାର ପୂରା ବିଧି ଅନୁସାରେ ବିଘ୍ନବିନାଶୟ ଗଣେଶଙ୍କ ପୂଜା କରାଯାଏ। ଭଗବାନ ଗଣେଶ ଭକ୍ତଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଓ ସେମାନଙ୍କ ମନସ୍କାମନା ପୂରଣ କରନ୍ତି। ହିନ୍ଦୁମାନଙ୍କର ବିଶ୍ୱାସ ଯେ କୌଣସି ବି ଶୁଭ କାର୍ଯ୍ୟ କରିବା ପୂର୍ବରୁ ଭଗବାନ ଗଣେଶଙ୍କ ପୂଜା କରିବା ଜରୁରୀ। ଗଣେଶ ପ୍ରତ୍ୟେକଙ୍କର ଦୁଖ ହରଣ କରନ୍ତି। କୁହାଯାଏ ଯେ ପ୍ରଥମ ପୂଜନୀୟ ଗଣେଶଙ୍କୁ ଶ୍ରଦ୍ଧା ଭାବରେ ପୂଜାକଲେ ଘରେ ସୁଖ ସମୃଦ୍ଧି ତ ଆସେ ଏହା ସହିତ ଘର ଧନଧାନ୍ୟରେ […]
ଭାରତୀୟ ପରମ୍ପରା ହେଉଛି ଶାସ୍ତ୍ରୀୟ ପରମ୍ପରା। ଅନ୍ୟାନ୍ୟ ଶାସ୍ତ୍ର ମଧ୍ୟରେ ବାସ୍ତୁଶାସ୍ତ୍ର ମଧ୍ୟ ଗୋଟିଏ ପ୍ରମୁଖ ଅଂଶ। ଗୃହ ନିର୍ମାଣର ନୀତି ନିୟମ ଏହି ଶାସ୍ତ୍ରରୁ ଜଣାଯାଏ। ଏ ସବୁର ଉପଲବ୍ଧି ଅନେକ ବାସ୍ତୁଶାସ୍ତ୍ରରେ ରହିଛି। ଭବନ ଭାସ୍କର ଓ ବିଶ୍ୱକର୍ମା ପ୍ରକାଶ ସେଥି ମଧ୍ୟରୁ ଅନ୍ୟତମ। ବାସ୍ତୁ ଅନୁସାରେ ଗୋଟେ ଆଦର୍ଶ ଗୃହର ମୁଖ୍ୟ ଦ୍ୱାର କେବଳ ପୂର୍ବ ବା ଉତ୍ତର ଦିଗରେ ହେବା ଉଚିତ। ଘରର ନିମ୍ନଭାଗ ପୂର୍ବ, ଉତ୍ତର ବା ପୂର୍ବ-ଉତ୍ତର(ଐଶାନ କୋଣ)ରେ […]
ହିନ୍ଦୁ ଜ୍ୟୋତିଷ ବିଜ୍ଞାନ ଅନୁସାରେ ନବ ଗ୍ରହ କଥା ଆମେ ଜାଣିଛେ। ଗ୍ରହମାନଙ୍କର ଅନେକଗୁଡ଼ିଏ ସ୍ଥିତି ଥାଏ। ଏହା ମଧ୍ୟରୁ ଗତି ଅନୁସାରେ ମୁଖ୍ୟତଃ ତିନୋଟି ସ୍ଥିତି ମିଳେ। ତାହାହେଲା ମାର୍ଗି, ବକ୍ରୀ ଓ ଅତିଚାରୀ। ଗ୍ରହ ଯେତେବେଳେ ସାମନ୍ୟ ଗତିରେ ଭ୍ରମଣ କରେ ତେବେ ଆମେ ତାକୁ ମାର୍ଗି ବୋଲି କହିଥାଉ। ଯେତେବେଳେ ତୀବ୍ର ଗତିରେ ଚାଲେ ତାହାକୁ ଆମେ ଅତିଚାରୀ ବୋଲି କହିଥାଉ। ଆଉ ଯେତେବେଳେ ସେହି ତୀବ୍ରତାରେ ସେମାନେ ବିପରୀତ ଗତିରେ ଚଳନ […]
ପ୍ରତ୍ୟେକ ହିନ୍ଦୁ ଘରେ କିଛି ଥାଉ କି ନ ଥାଉ ଛୋଟ ଠାକୁର ଘରଟେ ବା ମନ୍ଦିରଟିଏ ନିଶ୍ଚିତ ଥିବ। ଏହି ଯାଗାରେ ବସି ଆମର ସବୁ ଦୁଖ ଓ ଦୁର୍ଦ୍ଦଶାକୁ ଆମେ ଭୁଲିଯାଇଥାଉ। ଏହିଠାରୁ ହିଁ ପୂରା ଘରେ କୃପାର ବର୍ଷା ହୋଇଥାଏ। ପୂଜା ସ୍ଥଳରେ କିଛି ସ୍ୱତନ୍ତ୍ର ଜିନିଷ ରଖିଲେ ସର୍ବଦା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ମଧ୍ୟ ମିଳେ ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ସେଭଳି କିଛି ଜିନିଷ ବିଷୟରେ ଜାଣିନେବା। ମୟୂର […]
ହିନ୍ଦୁ ନୂଆବର୍ଷ ୧୩ ଏପ୍ରିଲ ୨୦୨୧ରେ ବିକ୍ରମ ସମ୍ବତ ୨୦୭୮ରେ ପାଳନ ହେବ। ନୂଆବର୍ଷର ପ୍ରବେଶରେ ନୂଆ ଉତ୍ସବ ବି ଆରମ୍ଭ ହେବ। ମୋଟ୍ ୬୦ଟି ସମ୍ବତ୍ସର ଥିବା ହିନ୍ଦୁ ଶାସ୍ତ୍ର କହିଛି। ହିନ୍ଦୁ ନବବର୍ଷ ୨୦୭୮ରେ ଏଥର ୯୦ ବର୍ଷ ପରେ ଏକ ଅଦ୍ଭୁତ ସଂଯୋଗ ସୃଷ୍ଟି ହେବାକୁଯାଉଛି। ତେବେ ଆସନ୍ତୁ ଜାଣିବା ଏହି ସଂଯୋଗ ଆମ ପାଇଁ ସୁଖକର ହେବ ନା ଦୁଖଦାୟକ ହେବ। ସମ୍ବତ୍ସର ଅର୍ଥ ୧୨ମାସର ଏକ ଅବଧି। ସୂର୍ଯ୍ୟ ସିଦ୍ଧାନ୍ତ […]
ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ଧରାବତରଣ କରିଥିଲେ ଯୁଗପୁରୁଷୋତ୍ତମ ପ୍ରଭୁ ଶ୍ରୀରାମ । ଏହି ଦିନକୁ ରାମନବମୀ କୁହଯାଉଥିବା ବେଳେ ଭଗବାନ ରାମଙ୍କ ଜନ୍ମଦିନ ରୂପରେ ପାଳନ କରାଯାଏ । ଚଳିତ ବର୍ଷ ଚୈତ୍ର ଶୁକ୍ଳ ପକ୍ଷ ନବମୀ ତିଥି ୨୧ ଏପ୍ରିଲରେ ପଡ଼ୁଛି । ଆଉ ଏହି ଦିନ ନଅ ବର୍ଷ ପରେ ପାଞ୍ଚ ଗ୍ରହଙ୍କର ଶୁଭ ସଂଯୋଗ ମଧ୍ୟ ରହିଛି । ପୌରାଣିକ କଥାନୁସାରେ ମଧ୍ୟାହ୍ନ ୧୨ଟାରେ କର୍କଟ ଲଗ୍ନରେ ଏବଂ […]
ଏ ସପ୍ତାହର କବିତା…. ଅଂଧ ରାଇଜେ ଗଲି ଦର୍ପଣ ବିକି ଅଭିଯୁକ୍ତ ଏଠି ବିଚାରପତି ଦାସ-ଭକ୍ତଙ୍କ ସମାଗମ ନିର୍ଲଜ୍ଜ ନିଷ୍ପତ୍ତିରେ ନାଚେ ଅଧମ ସତ୍ୟକୁ ଜାଳିପୋଡ଼ି ମିଛ ରାଜୁତି ଭକୁଆ ସମ ଜନ ରଡ଼ି ଛାଡ଼ୁଛି ମୃତ୍ୟୁର ହାହାକାର ଏଠି ପଡ଼ୁଛି ଫିକା ପଦ ପଦବୀ ଏଠି ଚାଲେ କିଣା ବିକା କ୍ଷମତା ଅଳିନ୍ଦରେ ଫସିଛି ଗରିବ ‘ଦୀନବନ୍ଧୁ’ ନିର୍ଯାତନା ଧକ୍କାରେ ତରିଲେ ଜୀବ ସିନ୍ଧୁ ବିବେକ ବିଚାରହୀନ ବ୍ୟବସ୍ଥା ବେଦୀରେ ନିଇତି ମରନ୍ତି ଏଠି ଗରିବ […]