• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

International Updates

Attack
Drone Attack on Russia: ରୁଷର କାଜାନ୍ ଉପରେ ପ୍ରଚଣ୍ଡ ଆକ୍ରମଣ; ୩ଟି ବିଲ୍ଡିଂକୁ ଟାର୍ଗେଟ୍‌ କରି UAV ଡ୍ରୋନ୍ ଆଟାକ୍

କାଜାନର ଏକ ଉଚ୍ଚ ବିଲ୍ଡିଂ ଉପରେ UAV ଆକ୍ରମଣର ଚିତ୍ର ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ନିଆଁ ପରି ବ୍ୟାପିବାରେ ଲାଗିଛି। ଭିଡିଓରେ ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ବିଭିନ୍ନ ଦିଗରୁ ଆସୁଥିବା ଘାତକ ଡ୍ରୋନ୍ (UAV) ଅଟ୍ଟାଳିକା ସହ ଧକ୍କା ହେଉଛି।

ରହସ୍ୟମୟ ଡିଙ୍ଗା ଡିଙ୍ଗା ଭାଇରସ୍
Mysterious Dinga Dinga Virus: ଡରାଉଛି ରହସ୍ୟମୟ ଭାଇରସ ଡିଙ୍ଗା ଡିଙ୍ଗା, ଅଥୟ ହୋଇ ନାଚୁଛନ୍ତି ରୋଗୀ

ଡିଙ୍ଗା ଡିଙ୍ଗା ସଂକ୍ରମିତଙ୍କ ଠାରେ ଅନେକ ପ୍ରକାର ଲକ୍ଷଣ ଦେଖାଦେଉଛି । ଏହି ରୋଗରେ ପୀଡିତଙ୍କୁ ପ୍ରବଳ ଜ୍ୱର ହେଉଛି । ଏହା ବ୍ୟତୀତ ଅତ୍ୟଧିକ ଦୁର୍ବଳ ଅନୁଭବ କରିବା ସହ ପକ୍ଷାଘାତର ଶିକାର ମଧ୍ୟ ହେଉଛନ୍ତି ରୋଗୀ । ଡିଙ୍ଗା ଡିଙ୍ଗାର ଅନ୍ୟତମ ସାଧାରଣ ଲକ୍ଷଣ ହେଉଛି ଅଦ୍ଭୁତ ଭାବରେ ନାଚିବା । ଏହି ସଂକ୍ରମଣ ହେତୁ ଲୋକମାନେ ନିଜ ଶରୀରରେ କମ୍ପନ ଅନୁଭବ କରନ୍ତି ଏବଂ ରୋଗୀଙ୍କ ପାଇଁ ଚାଲିବା କଷ୍ଟକର ହୋଇପଡ଼େ ।

ବିବାହ ନୁହେଁ ତ ବ୍ୟବସାୟ
12 Times Marriage and Divorce: ବିବାହ ନୁହେଁ ତ ବ୍ୟବସାୟ...ଟଙ୍କା ପାଇଁ ୪୦ ବର୍ଷରେ ୧୨ ଥର ବିବାହ ଓ ଛାଡ଼ପତ୍ର

୧୯୮୧ ମସିହାରେ ମହିଳାଙ୍କ ପ୍ରଥମ ସ୍ୱାମୀଙ୍କର ମୃତ୍ୟୁ ହୋଇଯାଇଥିଲା। ଅଷ୍ଟ୍ରିଆ କଲ୍ୟାଣ ଯୋଜନା ଅଧୀନରେ ବିଧବା ମହିଳାମାନେ ପେନସନ୍ ପାଆନ୍ତି । ସ୍ୱାମୀଙ୍କ ମୃତ୍ୟୁର ଗୋଟିଏ ବର୍ଷ ପରେ ମହିଳା ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ତା’ପୂର୍ବରୁ ତାଙ୍କୁ ସରକାରଙ୍କ ପକ୍ଷରୁ ୨୮,୪୦୫ ଡଲାର ବିଧବା ଭତ୍ତା ପ୍ରଦାନ କରାଯାଇଥିଲା । ହେଲେ ବିବାହ ପରେ ମହିଳାଙ୍କ ବିଧବା ଭତ୍ତା ବନ୍ଦ ହୋଇଯାଇଥିଲା ।

ଅଭିଭାଷଣ ଦେବେ ରବି ଶଙ୍କର
Sri Sri Ravi Shankar On World Meditation Day: ଧ୍ୟାନ କରିବ ବିଶ୍ୱ, ରବି ଶଙ୍କରଙ୍କ ସହ ଯୋଗ ଦେବେ ଲକ୍ଷାଧିକ ଲୋକ

ମିଳିତ ଜାତିସଂଘର ମୁଖ୍ୟାଳୟରେ ଡିସେମ୍ବର ୨୦ ତାରିଖରେ ଶ୍ରୀ ଶ୍ରୀ ରବି ଶଙ୍କର ଧ୍ୟାନ ସଂପର୍କରେ ଏକ ସାରଗର୍ଭକ ଅଭିଭାଷଣ ପ୍ରଦାନ କରିବେ । ଏହି ସ୍ମାରକୀ କାର୍ଯ୍ୟକ୍ରମରେ ବିଷୟବସ୍ତୁ ରହିଛି "ବିଶ୍ୱ ଶାନ୍ତି ଏବଂ ସମନ୍ୱୟ ପାଇଁ ଧ୍ୟାନ" ।

Sunita Williams Return Delayed
Sunita Williams Return Delayed: ବଢୁଛି ସଂକଟ, ଫେବୃଆରୀରେ ଫେରିବେନି ସୁନୀତା ଓ୍ୱିଲିୟମ୍ସ-ବୁଚ୍

ବଢୁଛି ସୁନୀତା ଓ୍ୱିଲିୟମ୍ସ ଓ ବୁଚ୍ ଓ୍ୱିଲମୋରଙ୍କ ସଂକଟ । ଉଭୟ ଆସନ୍ତା ଫେବୃଆରୀରେ ପୃଥିବୀକୁ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି ।

UK murder convict transferred to Surat
UK murder convict transferred to Surat: ବ୍ରିଟେନରେ ପ୍ରେମିକାକୁ ମାରିଲା, ଭାରତରେ ଭୋଗିବ ସଜା

ବ୍ରିଟେନରେ ପ୍ରେମିକାକୁ ହତ୍ୟା କଲା, ଏବେ ଭାରତରେ ଭୋଗିବ ସଜା ।

India-China Border Talks
India-China Border Talks: ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା, ଶାନ୍ତି ଓ ସ୍ଥିରତା ବଜାୟ ଲକ୍ଷ୍ୟ

ସୀମା ପ୍ରସଙ୍ଗରେ ଭାରତ-ଚୀନ୍ ଆଲୋଚନା । ବେଜିଂରେ ଦୁଇ ଦେଶର ୨୩ତମ ସ୍ୱତନ୍ତ୍ର ପ୍ରତିନିଧିଙ୍କ ବୈଠକ ଅନୁଷ୍ଠିତ ହୋଇଛି ।

Cancer Vaccine
Cancer Vaccine: ରୁଷ ଆଣିଲା କ୍ୟାନସର୍‌ ଭ୍ୟାକ୍ସିନ; ଆସନ୍ତା ବର୍ଷରୁ ମାଗଣାରେ ମିଳିବ ଟିକା

୨୦୨୩ ମସିହାରେ ବ୍ରିଟେନ କର୍କଟ ଚିକିତ୍ସାର ବିକାଶ ପାଇଁ ଜର୍ମାନ ବାୟୋଟେକ୍ନୋଲୋଜି କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲା। ଏହା ବ୍ୟତୀତ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ମୋଡର୍ନା ଏବଂ ମର୍କ ଆଣ୍ଡ କମ୍ପାନୀ ବର୍ତ୍ତମାନ ମେଲାନୋମା (ମାରାତ୍ମକ ଚର୍ମ କର୍କଟ) ଚର୍ମ କର୍କଟ ବା ସ୍କିନ କ୍ୟାନସର ଟିକା ଉପରେ କାମ କରୁଛନ୍ତି।

Ready to work with India
India China Relation: ଭାରତ ସହ କାମ କରିବାକୁ ପ୍ରସ୍ତୁତ ଚୀନ; ସୀମା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ !

ଭାରତ-ଚୀନ୍ ସୀମାର ଜଟିଳ ବିବାଦର ସମାଧାନ ପାଇଁ ୨୦୦୩ ମସିହାରେ ଗଠିତ ସ୍ୱତନ୍ତ୍ର ପ୍ରତିନିଧୀ କମିଟି ଗତ କିଛି ବର୍ଷ ମଧ୍ୟରେ ୨୨ ଥର ବୈଠକ କରିଛି। ଯଦିଓ ଏହା ସୀମା ବିବାଦର ସମାଧାନ କରିବାରେ ସଫଳ ହୋଇନଥିଲା, ତଥାପି ଉଭୟ ଦେଶର ଅଧିକାରୀମାନେ ଏହାକୁ ଏକ ପ୍ରତିଜ୍ଞାକାରୀ, ଉପଯୋଗୀ ତଥା ସୁବିଧାଜନକ କମିଟି ବୋଲି ବିବେଚନା କରୁଛନ୍ତି।

Congo Boat Capsizes
Congo Boat Capsizes: ମଝି ନଈରେ ବୁଡ଼ିଗଲା ଡଙ୍ଗା; ୨୫ ମୃତ, ଏକାଧିକ ନିଖୋଜ

ଦୁର୍ଗମ ଅଞ୍ଚଳରେ ଡଙ୍ଗାରେ ଅତ୍ୟଧିକ ଭିଡ଼ ଜମିଥାଏ। ଭଲ ରାସ୍ତା ଅଭାବରୁ ଅନେକ ଲୋକଙ୍କର ବିକଳ୍ପ ରାସ୍ତା ହେଉଛି ନଦୀ ଓ ବୋଟ୍ । ଏହାପୂର୍ବରୁ ଅକ୍ଟୋବର ମାସରେ ପୂର୍ବ କଙ୍ଗୋରେ ଏକ ଓଭରଲୋଡ୍ ଡଙ୍ଗା ବୁଡ଼ିଯିବା ପରେ ପ୍ରାୟ ୭୮ ଜଣଙ୍କର ମୃତ୍ୟୁ ହୋଇଥିଲା।

ଚିନ୍ତାରେ ଜିନ୍‌ପିଙ୍ଗ୍
Corruption in China Military: ବିଶ୍ୱାସଘାତକ ବିଶ୍ୱସ୍ତ, ଦୁର୍ନୀତି ଓ ଭ୍ରଷ୍ଟାଚାରର ଚକ୍ରବ୍ୟୁହରେ ଅଣନିଶ୍ୱାସୀ ଜିନପିଙ୍ଗ

କଳ, ବଳ, ଛଳ ପ୍ରୟୋଗ କରୁଥିବା ତଥା ନିଜ ପଦମର୍ଯ୍ୟାଦାର ଦୁରୁପଯୋଗ କରି ଯେଉଁମାନେ ଦୁର୍ନୀତିରେ ରତ ଅଛନ୍ତି ସେମାନଙ୍କୁ ଗୋଟି ଗୋଟି ବାହାର କରାଯାଉଛି । ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ପୂର୍ବରୁ ସି ଜିନପିଙ୍ଗ ଖେଳିଛନ୍ତି ବହିସ୍କାର ଗେମ । ଜିନପିଙ୍ଗଙ୍କ ବହିସ୍କାର ଖଣ୍ଡା କେତେବେଳେ ଯେ କାହା ଉପରେ ପଡ଼ିବ, ସେଥିପାଇଁ ଥରହର ଦୁନୀତିଗ୍ରସ୍ତ ।

୨୦୨୫ ପାଇଁ ଭବିଷ୍ୟବାଣୀ
Baba Vanga's Predictions: ଭବିଷ୍ୟବାଣୀ କଲେ ବାବା ଭେଙ୍ଗା, ୨୦୨୫ରେ ଘଟିବ ଏହିସବୁ ଘଟଣା

ବାବା ଭେଙ୍ଗା ହେଉଛନ୍ତି ସେଇ ମହିଳା ଯିଏ ୯/୧୧ ଆତଙ୍କବାଦୀ ଆକ୍ରମଣ ଓ ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ସଂପର୍କରେ ଭବିଷ୍ୟବାଣୀ କରିଥିଲେ । ସେ ଭବିଷ୍ୟବାଣୀ କରିବା ସମୟରେ ସେତେବେଳେ ଅଧିକାଂଶ ଲୋକ ବିଶ୍ୱାସ କରିନଥିଲେ । କିନ୍ତୁ ଯେତେବେଳେ ତାଙ୍କ କଥା ସତ୍ୟ ପ୍ରମାଣିତ ହେଲା, ତାଙ୍କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ହେଲା । ଏଇ ଚର୍ଚ୍ଚିତ ମହିଳା ଏବେ ପୁଣି କରିଛନ୍ତି ଭବିଷ୍ୟବାଣୀ ।

ଜେଲ୍ ଭିତରର ଛାତିଥରା କାହାଣୀ
Brutal Torture in Jail: ଧିରେ ଧିରେ ସାମ୍‌ନାକୁ ଆସୁଛି ଜେଲ୍ ଭିତରର ଛାତିଥରା କାହାଣୀ

ଅସଦ ଶାସନରୁ ସିରିଆ ବର୍ତ୍ତମାନ ମୁକ୍ତ ହୋଇଛି। ସେନା ବିଦ୍ରୋହୀଙ୍କ ନିକଟରେ ଆତ୍ମସମର୍ପଣ କରିଛି। ସିରିଆ ରାଷ୍ଟ୍ରପତି ଦେଶ ଛାଡି ପଳାୟନ କରିଛନ୍ତି। ବିଦ୍ରୋହୀମାନେ ଦମସ୍କକୁ ମୁକ୍ତ କରିଛନ୍ତି। ସିରିଆ ପ୍ରଧାନମନ୍ତ୍ରୀ ମହମ୍ମଦ ଗାଜୀ ଅଲ- ଜାଲଲି କହିଛନ୍ତି ଯେ ସରକାର ଲୋକଙ୍କ ଦ୍ୱାରା ନିର୍ବାଚିତ ଯେକୌଣସି ନେତୃତ୍ବ ସହ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।

ବଢ଼ୁଛି ବରଫ ବନ୍ୟାର ଭୟ
Melting Glaciers: ବଦଳୁଛି ଜଳବାୟୁ; ପୃଥିବୀ ପ୍ରତି ବଢୁଛି ବରଫବନ୍ୟାର ବିପଦ

ଏବେ ପୃଥିବୀ ପାଇଁ ଏକ ବଡ ବିପଦ ସାଜିଛି  ଗ୍ଲାସିକାଲ ଲେକ ଆଉଟବର୍ଷ୍ଟ ଫ୍ଲଡ ବା GLOF  । ଯେତେବେଳେ ଗ୍ଲାସିୟର ହ୍ରଦ ହଠାତ ଏହାର ପାଣି ବନ୍ୟାଜଳ ପରି ଛାଡେ ସେତେବେଳେ ଏହାକୁ ଗ୍ଲଫ କୁହାଯାଇଥାଏ ।  ପୂର୍ବ ଗ୍ରୀନଲାଣ୍ଡରେ ଏପରି ଏକ ହିମହ୍ରଦ ବା ଗ୍ଲାସିୟର ତରଳି ଭୟଙ୍କର ବନ୍ୟା ପରିସ୍ଥିତି ସଷ୍ଟି କରିଛି । ଯାହା ବିଶ୍ୱର ଭୟଙ୍କର ବନ୍ୟା ମଧ୍ୟରୁ ଗୋଟିଏ ବୋଲି କୁହାଯାଇ ପାରିବ ।

ନିମନ୍ତ୍ରଣ ପଛର ଖେଳ ?
Mind Game Between USA And China: ନିମନ୍ତ୍ରଣକୁ ନେଇ ଦୋଛକିରେ ଦୁଇ ବିଶ୍ୱ ନେତା ଟ୍ରମ୍ପ-ଜିନପିଙ୍ଗ: କ‘ଣ ରହିଛି ଭିତିରି ଖେଳ ?

ଶପଥ ଗ୍ରହଣ ସମାରୋହକୁ ନିମନ୍ତ୍ରଣ ନାଁରେ ଦୁଇ ଦେଶ ଏକପ୍ରକାର ମାଇଣ୍ଡ ଗେମ ଖେଳୁଛନ୍ତି । ଚୀନ ଭଲ ଭାବେ ଜାଣିଛି, ଆମେରିକା ପକ୍ଷରୁ ଯଦି କିଛି ନୂଆ ତାରିଫ ଲଗାଯାଏ ତେବେ ତାର ଆର୍ଥିକ ବ୍ୟବସ୍ଥା ବିପୁଳ କ୍ଷତିର ସାମ୍ନା କରିବ ।

Istanbul Airport
Airport: ଦୁଇ ଦିନ ହେଲା ଏୟାରପୋର୍ଟରେ ବସିଛନ୍ତି ୪୦୦ ଯାତ୍ରୀ, ଆସୁନି ବିମାନ !

ଇସ୍ତାନବୁଲରେ ଫସି ରହିଥିବା ଏହି ଯାତ୍ରୀମାନେ ଦାବି କରିଛନ୍ତି, ଇଣ୍ଡିଗୋ ବିମାନ କର୍ତ୍ତୃପକ୍ଷ ଏଥିପାଇଁ କ୍ଷମା ପ୍ରାର୍ଥନା କରିବା ସହ କ୍ଷତିପୂରଣ ଦେବା ଉଚିତ୍ ।

ଯୁଦ୍ଧର ନିଆଁରେ ସାରା ବିଶ୍ୱ
Possibilities of Third World War: ମଧ୍ୟପ୍ରାଚ୍ୟର ଯୁଦ୍ଧ ନିଆଁରେ ସାରା ବିଶ୍ୱ, ଦୁନିଆ ଦେଖିବ ତୃତୀୟ ବିଶ୍ୱଯୁଦ୍ଧ ?

ମଧ୍ୟପ୍ରାଚ୍ୟ ଦେଶଗୁଡିକର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଛି । ଇସ୍ରାଏଲ-ହମାସ ମଧ୍ୟରେ ବର୍ଷକରୁ ଅଧିକ ସମୟ ହେବ ଘମାଘୋଟ ଲଢ଼େଇ ଚାଲିଛି । ଏହି ଲଢ଼େଇ ଭିତରକୁ ଡେଇଁଛନ୍ତି ଲେବାନନ ଓ ଇରାନ । ଏଠାରେ ଅନେକ ଆତଙ୍କୀ ଗୋଷ୍ଠୀ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୃହଯୁଦ୍ଧରେ ସଂଘର୍ଷ କରୁଥିବା ସିରିଆରେ ବଶର ଅଲ-ଅସଦ ସରକାରଙ୍କ ପତନ ପରେ ଏବେ ଦେଶ ବିଦ୍ରୋହୀ ଗୋଷ୍ଠୀଙ୍କ ହାତରେ ।

ବିଶ୍ୱର ସବୁଠୁ ବଡ଼ ଜମିଦାର
Royal Family: ସମୁଦ୍ର ତଟରୁ ଘଞ୍ଚ ଜଙ୍ଗଲ ସବୁ ତାଙ୍କର ସମ୍ପତ୍ତି: ତାଙ୍କ ସାମ୍ନାରେ ନଇଁଯାଏ ଅଧା ଦୁନିଆ

କିଙ୍ଗ ଚାର୍ଲସ ମା’ କୁଇନ ଏଲିଜାବେଥ ତୃତୀୟଙ୍କ ମୃତ୍ୟୁ ପରେ ବିଶ୍ୱର ସବୁଠାରୁ ବିଶାଳ ସମ୍ପତ୍ତିର ମାଲିକ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ସମ୍ପତ୍ତି ଥାଇ ବି ବି ସେ ଏହାର ବ୍ୟକ୍ତିଗତ ମାଲିକ ନୁହଁନ୍ତି । ଯେତେଦିନ ଯାଏ ସେ ରାଜା ରହିବେ ସେତେଦିନ ଯାଏ ଏହି ସମ୍ପତ୍ତର ମାଲିକାନା ତାଙ୍କ ହାତରେ ରହିବ । ଇନସାଇଡର ଏବଂ କେତେକ ୱେବସାଇଟ ତଥ୍ୟରୁ ଜଣାଯାଏ, ପ୍ରିନ୍ସ ଚାର୍ଲସ ସାରା ବିଶ୍ୱର ୬.୬ ଅରବ ଏକର ଜମି ଓ ସମ୍ପତ୍ତିର ମାଲିକ ।

Bashar al-Assad's infamous prisons.
Syrian Prison: ସିରିଆର କୁଖ୍ୟାତ ଜେଲ୍‌ରୁ ବାହାରୁଛି ଗଦାଗଦା ଶବ; ଚିହ୍ନିବା ବି ହୋଇପଡ଼ିଛି ମୁସ୍କିଲ୍

ବଶର ଅଲ-ଅସଦ ଦେଶ ଛାଡ଼ି ପଳାୟନ କରିବା ଖବର ମିଳିବା ପରେ ଲୋକମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। ତାଙ୍କ ଜୁଲୁମ ସହୁଥିବା ଲୋକଙ୍କୁ ମିଳିଛି ଆଶ୍ୱସ୍ତି।

  • Thursday, 12 December 2024
  • Syria
ଟ୍ରମ୍ପଙ୍କ ଘୋଷଣା ପରେ ଚିନ୍ତାରେ ଭାରତୀୟ
Birthright Citizenship in America: ଲକ୍ଷ ଲକ୍ଷ ଭାରତୀୟଙ୍କୁ ଶକ୍ତ ଝଟକା, ୧୫୦ ବର୍ଷ ପୁରୁଣା ନିୟମର ପରିବର୍ତ୍ତନ କରିବେ ଟ୍ରମ୍ପ

ବିଶ୍ୱର ବିଭିନ୍ନ ଦେଶରେ ନାଗରିକତା ପାଇଁ ଭିନ୍ନ ଭିନ୍ନ ନିୟମ ରହିଛି । ଉଦାହରଣ ସ୍ୱରୂପ, ଭାରତୀୟ ନାଗରିକଙ୍କ ପିଲାମାନଙ୍କୁ ଭାରତୀୟ ନାଗରିକ ବିବେଚନା କରାଯାଏ । ସେହିଭଳି ଆମେରିକୀୟ ନିୟମ ଅନୁସାରେ ଆମେରିକୀୟ ମାଟିରେ ଜନ୍ମ ହୋଇଥିବା ଯେକୌଣସି ବ୍ୟକ୍ତି ଆମେରିକାର ନାଗରିକ ଭାବରେ ବିବେଚିତ ହେବେ ।

ମୁହଁ ଫୁଟାଣି ମାରୁଛି ବାଂଲାଦେଶ
Absurd Claim of Bangladesh: ସାମରିକ ଶକ୍ତି ନାହିଁ: ଓଡ଼ିଶା, ବଙ୍ଗ, ବିହାର ନେବା ପାଇଁ ଆଖି ଦେଖାଉଛି ବଂଲାଦେଶ

ଦିନେ ପାକିସ୍ତାନ ଅତ୍ୟାଚାରରୁ ବାଂଲାଦେଶକୁ ସ୍ୱାଧୀନ କରାଇଥିଲା ଭାରତ । ହେଲେ ସେଇ ବାଂଲାଦେଶ ମୁହଁରେ ଆଜି ଭାରତ ବିରୋଧୀ ସ୍ୱର ! ତେବେ ବିଏନପି ନେତା ଏମିତି କହିବା ପୂର୍ବରୁ ନିଜ ସ୍ଥିତିକୁ ବି ଥରେ ଦେଖି ନେବା କଥା । ଭାରତର ଶକ୍ତି ପାଖରେ ବାଂଲାଦେଶର ସାମରିକ ସ୍ଥିତି କ’ଣ ଆସନ୍ତୁ ଦେଖିବା ।

ଅନିଶ୍ଚିତତା ଭିତରେ ସିରିଆର ଭାଗ୍ୟ
Future of Syria: ଅନିଶ୍ଚିତତା ଭିତରେ ସିରିଆର ଭାଗ୍ୟ: ଅନ୍ତ ହେଲା ୧୩ ବର୍ଷର ଗୃହଯୁଦ୍ଧ, ତଥାପି ଭବିଷ୍ୟତ ଅନ୍ଧାରରେ

ଅସଦ ଶାସନର ପତନ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି, ଅସଦଙ୍କ ଶାସନ କାଳରେ ଦୀର୍ଘ ଦିନଧରି ଦୁର୍ଦ୍ଦଶା ଭୋଗୁଥିବା ସିରିଆବାସୀଙ୍କ ପାଇଁ ଏବେ ଏକ ଉନ୍ନତ ଭବିଷ୍ୟତ ଗଠନର ଐତିହାସିକ ସୁଯୋଗ ଆସିଛି । କିନ୍ତୁ ଏହା ବିପଦପୂର୍ଣ୍ଣ ଏବଂ ଅନିଶ୍ଚିତତାର ମୁହୂର୍ତ୍ତ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି । କ୍ଷମତା ଦଖଲ କରିଥିବା ସଂଗଠନର ଅତୀତକୁ ଦେଖି ସେ ଏପରି ମନ୍ତବ୍ୟ ଦେଇଛନ୍ତି ।

ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ
Nostradamus Predictions: ୨୦୨୫ ପାଇଁ ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ...ପୃଥିବୀ ସହ ମାଡ଼ ହେବ ବିରାଟକାୟ ଆଷ୍ଟ୍ରଏଡ୍

ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଅନେକ ଆଶା ଓ ଉନ୍ମାଦନା ଭିତରେ ୨୦୨୫କୁ ନେଇ ଭୟଙ୍କର ଭବିଷ୍ୟତବାଣୀ କରିଛନ୍ତି ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍‌ । ଜ୍ୟୋତିଷ ତଥା ଚିକିତ୍ସକ ମିସେଲ ଡି ନୋଷ୍ଟ୍ରାଦମସ୍‌ ଆଡଲଫ୍ ହିଟଲରର ଉଦୟ, ଜଳବାୟୁ ପରିବର୍ତ୍ତନ, କ୍ରାନ୍ତି, ଯୁଦ୍ଧ, ଆମେରିକାର ୯/୧୧ ଆକ୍ରମଣ ଏବଂ କରୋନା ମହାମାରୀ ପରି ଅନେକ ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଭବିଷ୍ୟବାଣୀ କରିଥିଲେ, ଯାହା ସତ୍ୟ ପ୍ରମାଣିତ ହୋଇଛି ।

ସଂକଟରେ ଭାରତ-ସିରିଆ ସଂପର୍କ ?
India-Syria Relation: କ୍ଷମତା ପରିବର୍ତ୍ତନ ସହ ଅସଦ ଶାସନର ଅନ୍ତ...ଏବେ ଭାରତ-ସିରିଆ ସମ୍ପର୍କର ଭବିଷ୍ୟତ କ’ଣ ?

ଭାରତ-ସିରିଆ ମଧ୍ୟରେ ରାଜନୈତିକ, ସାଂସ୍କୃତିକ, ଅର୍ଥନୈତିକ ଓ ଐତିହାସିକ ସମ୍ପର୍କ ସାତ ଦଶକ ପୁରୁଣା । ୧୯୫୭ରେ ଭାରତର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ସିରିଆ ଗସ୍ତରେ ଯାଇଥିଲେ । ଆଉ ତାଙ୍କ ଗସ୍ତ ପରେ ସିରିଆର ରାଜଧାନୀ ଦମାସକସର ପ୍ରସିଦ୍ଧ ଉମେଦ ସ୍କୋୟାରକୁ ଜବାହାରଲାଲ ନେହରୁ ଷ୍ଟ୍ରିଟ ଭାବରେ ନାମିତ କରାଯାଇଥିଲା ।

ପ୍ରକୃତ ଅପରାଧ ଜାଣିବାକୁ...
Criminology Student Kills woman: ଜଣକୁ ହତ୍ୟା କଲେ କେମିତି ଲାଗେ… ଜାଣିବାକୁ କ୍ରିମିନୋଲୋଜି ଛାତ୍ରଙ୍କ ଭୟଙ୍କର କାଣ୍ଡ

‘କେମିତି ଅନୁଭବ ହେଉଛି’ ଜାଣିବା ପାଇଁ କ୍ରିମିନୋଲୋଜି ଛାତ୍ର ମାରିଦେଲା ମହିଳାଙ୍କୁ । ଜହ୍ନରାତିରେ ସମୁଦ୍ର କୂଳରେ ଅଚାନକ ଛୁରୀ ଭୁସି ଚାଲିଲା ଦୁଇ ମହିଳାଙ୍କୁ ।