• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Sial

ଅଜବ ଏ ଦୁନିଆ। କେବେ ଦେଖିନଥିବେ କି ଶୁଣିନଥିବେ। ନିଜ ମୁଣ୍ଡକୁ ପିଞ୍ଜରା ପରି ଦେଖାଯାଉଥିବା ହେଲ୍‌ମେଟ୍‌ରେ ଭର୍ତ୍ତି କରି ରଖିଛନ୍ତି। ଆଉ ପିଞ୍ଜରାର ଚାବି ପତ୍ନୀଙ୍କୁ ଧରାଇ ଦେଇଛନ୍ତି। ଦିନେ କି ଦୁଇ ଦିନ ନୁହେଁ, ଏମିତି ୧୧ ବର୍ଷ ଧରି ରହୁଛନ୍ତି ଇବ୍ରାହିମ୍‌ ୟୁସେଲ୍‌। ସିଏ କ’ଣ ପାଇଁ ଏମିତି ରହୁଛନ୍ତି, ସେ କଥା ଶୁଣିଲେ ଆପଣଙ୍କ ଅକଲ ଗୁଡୁମ୍‌ ହୋଇଯିବ। ପୂରା କାହାଣୀ ଜାଣିବା ପାଇଁ ପଢ଼ନ୍ତୁ ପୂରା ଷ୍ଟୋରୀ।

ତୁର୍କୀର ଇବ୍ରାହିମ୍‌ ୟୁସେଲ୍‌। ଦୀର୍ଘ ୨୬ ବର୍ଷ ଧରି ସିଗାରେଟ୍‌ ଟାଣୁଥିଲେ। ଧୂମ୍ରପାନ ଅଭ୍ୟାସରେ ପଡ଼ି ଯାଇଥିଲେ। ଦିନକୁ ଦୁଇ ପ୍ୟାକେଟ୍‌ରୁ ଅଧିକ ସିଗାରେଟ୍‌ ଟାଣୁଥିଲେ। ସିଗାରେଟ୍‌ ଛାଡ଼ିବାକୁ ଉଦ୍ୟମ କରୁଥିଲେ। ହେଲେ ସଫଳ ହେଉନଥିଲେ। ପ୍ରତିବର୍ଷ ତିନି ପିଲାଙ୍କ ଜନ୍ମଦିନ ଓ ନିଜ ବିବାହ ବାର୍ଷିକୀରେ ସିଗାରେଟ୍‌ ଛାଡ଼ିବା ପାଇଁ ଶପଥ ନେଉଥିଲେ। ତଥାପି ସେ ଧୂମ୍ରପାନ ଛାଡ଼ି ପାରୁନଥିଲେ। ଯେତେ ଚେଷ୍ଟା କରିଥିଲେ ସୁଦ୍ଧା ସେହି କୁଅଭ୍ୟାରୁ ବାହାରି ପାରୁନଥିଲେ। ଯାହାକୁ ନେଇ ସେ ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ ଏହି ନିଶାରୁ ମୁକ୍ତି ପାଇବା ପାଇଁ ତାଙ୍କୁ ରାସ୍ତା ମିଳିଥିଲା। ଯେଉଁ ମୁହଁରେ ସିଗାରେଟ୍‌ ଟାଣୁଥିଲେ, ତାକୁ ତାଲା ପକାଇବା ପାଇଁ ନିଷ୍ପତ୍ତି ନେଇଥିଲେ ଇବ୍ରାହିମ୍‌।

ଅଧିକ ପଢ଼ନ୍ତୁ : ଅରବିନ୍ଦ କେଜ୍ରିୱାଲଙ୍କୁ କାହିଁକି ମିଛୁଆ କହିଲେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

ଇବ୍ରାହିମ୍‌ ନିଜ ମୁଣ୍ଡକୁ ହେଲ୍‌ମେଟ୍‌ ପରି ପିଞ୍ଜରାରେ ଭର୍ତ୍ତି କରିଥିଲେ। ଆଉ ସେଥିରେ ତାଲା ପକାଇ ଦେଲେ। ତାଲା ପକାଇବା ପରେ ଚାବି ପତ୍ନୀଙ୍କ ହାତକୁ ଦେଇଥିଲେ ଇବ୍ରାହିମ୍‌। ପିଞ୍ଜରାରେ ଥିଲା ବେଳେ ଷ୍ଟ୍ର ଲଗାଇ ପାଣି ପିଉଥିଲେ। କେବଳ ଖାଦ୍ୟ ଖାଇବେ ବେଳେ ମୁହଁରୁ ପିଞ୍ଜରା ଖୋଲୁଥିଲେ। ୨୦୧୩ ମସିହାରୁ ଆଜି ପର୍ଯ୍ୟନ୍ତ ଦୀର୍ଘ ୧୧ ବର୍ଷ ଧରି ସେ ଏମିତି ରହୁଛନ୍ତି। ଯାହାର ଫଟୋ ଓ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଇବ୍ରାହିମ୍‌ଙ୍କ ମୁଣ୍ଡ ଏକ ପିଞ୍ଜରା ଭିତରେ ଥିବା ଦେଖିବାକୁ ମିଳିଛି। ୧୧ ବର୍ଷ ଧରି ନିଜର ମୁଣ୍ଡକୁ ପିଞ୍ଜରାରେ କଏଦ କରିବା ପରେ ମଧ୍ୟ ଇବ୍ରାହିମ୍‌ ଧୂମ୍ରପାନ ଛାଡ଼ିଛନ୍ତି କି ନାହିଁ, ତାହା ଜଣାପଡ଼ି ନାହିଁ।

ଅଧିକ ପଢ଼ନ୍ତୁ :ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି କି ଭିକେ ପାଣ୍ଡିଆନ ?

ଧୂମ୍ରପାନ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟକୁ ଜଣାପଡ଼ିଛି, ପ୍ରତିବର୍ଷ ବିଶ୍ୱରେ ୮୦ ଲକ୍ଷରୁ ଅଧିକ ଲୋକ ତମ୍ୱାଖୁ ଖାଇ ପ୍ରାଣ ହରାଉଛନ୍ତି। ଏଥିରୁ ଅଧିକାଂଶ ମୃତ୍ୟୁ ନିମ୍ନ ଓ ମଧ୍ୟବିତ୍ତ ଆୟ ଥିବା ଦେଶର ଲୋକ ରହିଛନ୍ତି। ତଥ୍ୟ କହୁଛି, ଯେଉଁମାନେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସୁଛନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ବିପଦରେ ରହିଛି। ଧୂମ୍ର ସେବନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆଛି ପ୍ରତି ବର୍ଷ ୧.୨ ମିଲିୟନ୍‌ ଲୋକଙ୍କ ମୃତ୍ୟୁ ଘଟୁଛି। କହିବାକୁ ଗଲେ ଅଧା ବିଶ୍ୱ ତମ୍ୱାଖୁ ଧୂଆଁରେ ନିଶ୍ୱାସ ପ୍ରଶ୍ୱାସ ନେଉଛି। ପ୍ରାୟ ୬୫ ହଜାର ଛୋଟ ଛୁଆ ତମ୍ୱାଖୁ ଧୂଆଁ ସଂସ୍ପର୍ଶରେ ଆସି ଅସୁସ୍ଥ ହେଉଛନ୍ତି।

OTV is now on Whatsapp

Join and get latest news update delivered to you via whatsapp

Join Now