ଗତକାଲି ଭାରତ ପାଳିଛି ୭୬ ତମ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ଚାରିଆଡେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଏଥିପାଇଁ ଗାଁଠୁ ଆରମ୍ଭକରି ସହର ପର୍ଯ୍ୟନ୍ତ ସବୁଆଡ଼େ ଉତ୍ସାହର ମାହୋଲ ଦେଖିବାକୁ ମିଳିଥିଲା । ଦେଶର ରାଜଧାନୀ ନୂଆଦିଲ୍ଲୀ ଯବାନଙ୍କ ଚମତ୍କାର ପରେଡ୍ରେ କମ୍ପିଥିଲା । କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କାଟିଥିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଦିବସରେ ସମ୍ବିଧାନ ଗ୍ରହଣ କରିବାର ଯାତ୍ରା ଏବଂ ସଂଘର୍ଷକୁ ସ୍ମରଣ କରାଯାଇଥାଏ । ଆପଣ ଜାଣିଛନ୍ତି କି ଗଣତନ୍ତ୍ର ଦିବସ ଭାରତ ଭଳି ଅନ୍ୟ ଦେଶରେ ମଧ୍ୟ ଉତ୍ସବ ରୂପେ ପାଳନ କରାଯାଇଥାଏ । ଏହି ଦିନଟିକୁ ବିଭନ୍ନ ଦେଶରେ ସ୍ୱତନ୍ତ୍ର ପ୍ରଥା, ପ୍ରଦର୍ଶନୀ ମାଧ୍ୟମରେ ପାଳନ କରାଯାଇଥାଏ । ଯାହା ସେମାନଙ୍କ ସଂସ୍କୃତି ଏବଂ ଇତିହାସକୁ ପ୍ରତିଫଳିତ କରିଥାଏ ।
ଆସନ୍ତୁ ଭାରତ ଭଳି ଗଣତନ୍ତ୍ର ଦିବସ ପାଳନ କରୁଥିବା ସାତଟି ଦେଶ ବିଷୟରେ ଜାଣିବା...
Also Read
ପାକିସ୍ତାନ(Pakistan): ଭାରତ ଭଳି ପାକିସ୍ତାନ ପ୍ରତି ବର୍ଷ ମାର୍ଚ୍ଚ ୨୩ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରିଥାଏ । ଏହି ଦିନଟି ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୧୯୪୭ ମସିହାରେ ପାକିସ୍ତାନର ସୃଷ୍ଟି ଏବଂ ୧୯୫୬ ମସିହାରେ ଇସଲାମିକ୍ ଗଣରାଜ୍ୟ ଘୋଷଣାକୁ ମନେ ପକାଇ ଏହି ଦିବସକୁ ପାଳନକରେ ପାକିସ୍ତାନ । ଏହି ଅବସରରେ ପାକିସ୍ତାନରେ ପରେଡ୍, ପତାକା ଉତ୍ତୋଳନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
ତୁର୍କୀ(Turkey): ତୁର୍କୀ ନିଜର ଗଣତନ୍ତ୍ର ଦିବସ ଅକ୍ଟୋବର ମାସ ୨୯ ତାରିଖରେ ପାଳନକରେ । ୧୯୨୩ରେ ଆଧୁନିକ ତୁର୍କୀର ସ୍ଥାପକ ମୁସ୍ତାଫା କେମାଲ୍ ଆତାତୁର୍କଙ୍କ (Mustafa Kemal Ataturk) ଦ୍ୱାରା ତୁର୍କୀୟ ଗଣତନ୍ତ୍ର ଘୋଷଣା କରାଯାଇଥିଲା । ଏହି ଦିନଟିକୁ ମନେପକେଇବା ପାଇଁ ପ୍ରତି ବର୍ଷ ଅକ୍ଟୋବର ମାସ ୨୯ ତାରିଖକୁ ପାଳନ କରାଯାଇଥାଏ । ବିଭିନ୍ନ ଦେଶଭକ୍ତିପୂର୍ଣ୍ଣ କାର୍ଯ୍ୟକ୍ରମ ମାଧ୍ୟମରେ ତୁର୍କୀର ଜନସାଧାରଣ ଏହାକୁ ପାଳନ କରିଥାନ୍ତି ।
ନେପାଳ(Nepal): ନେପାଳ ପ୍ରତିବର୍ଷ ମେ ୨୮ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରିଥାଏ । ୨୦୦୮ ମସିହାରେ ନେପାଳ ରାଜତନ୍ତ୍ର ଶାସନରୁ ମୁକ୍ତହୋଇ ଗଣରାଜ୍ୟରେ ପରିଣତ ହୋଇଥିଲା । ଏହି ଦିନକୁ ମନେ ପକେଇବା ପାଇଁ ନେପାଳ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପାଳନ କରିଥାଏ । ଏହି ଉତ୍ସବରେ ଭାଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପତାକା ଉତ୍ତୋଳନ ସମାରୋହ ଆୟୋଜିତ ହୁଏ ।
ଇଟାଲୀ(Italy): ଇଟାଲୀ ପ୍ରତିବର୍ଷ ଜୁନ୍ ୨ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରିଥାଏ । ଯାହାକୁ ଫେଷ୍ଟା ଡେଲା ରିପବ୍ଲିକା(Festa della Repubblica) ମଧ୍ୟ କୁହାଯାଏ । ଏହି ଦିନଟି ୧୯୪୬ ମସିହାରେ ହୋଇଥିବା ଜନମତକୁ ମନେ ପକାଇବା ପାଇଁ ପାଳନକରନ୍ତି ଇଟାଲିଆନ । ଇଟାଲୀର ଲୋକମାନେ ୧୯୪୬ ମସିହାରେ ରାଜତନ୍ତ୍ରକୁ ଉଚ୍ଛେଦକରି ଏକ ଗଣରାଜ୍ୟ ପ୍ରତିଷ୍ଠା କରିବାକୁ ଭୋଟ ଦେଇଥିଲେ । ଏହି ଅବସରେ ରୋମ୍ରେ ଏକ ବିଶାଳ ସାମରିକ ପରେଡ୍ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।
ଫିଲିପାଇନ୍ସ(Philippines): ଫିଲିପାଇନ୍ସ ପ୍ରତିବର୍ଷ ଜୁଲାଇ ୪ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରିଥାଏ । ଯାହାକୁ ଫିଲିପିନ୍ସ-ଆମେରିକୀୟ ବନ୍ଧୁତା ଦିବସ ମଧ୍ୟ କୁହାଯାଏ । ଏହି ଦିନ ଫିଲିପାଇନ୍ସର ସ୍ୱାଧୀନତାକୁ ସ୍ୱୀକୃତି ପ୍ରଦାନ ସହ ଫିଲିପାଇନ୍ସରେ ଗଣତନ୍ତ୍ରର ସ୍ଥାପନ କରାଯାଇଥିଲା । ଏହି ଅବସରେ ଫିଲିପାଇନ୍ସରେ ବିଭିନ୍ନ ଉତ୍ସବ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ ।
ସର୍ବିଆ(Serbia): ସର୍ବିଆ ପ୍ରତିବର୍ଷ ଫେବୃଆରୀ ମାସ ୧୫ ତାରିଖରେ ଗଣତନ୍ତ୍ର ଦିବସ ପାଳନ କରିଥାଏ । ୧୮୩୫ ମସିହାରେ ସର୍ବିଆରେ ସମ୍ବିଧାନକୁ ଗ୍ରହଣ କରାଯିବା ସହ ଦେଶ ଏକ ଆଧୁନିକ ଗଣରାଜ୍ୟରେ ପରିଣତ ହୋଇଥିଲା । ଏହି ଦିନରେ ସରକାରୀ ଉତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦେଶାତ୍ମବୋଧକ ଉତ୍ସବ ଅନୁଷ୍ଠିତ ହୋଇଥାଏ ।
ଆଜେରବୈଜାନ (Azerbaijan): ୧୯୧୮ ମସିହାରେ ଆଜେରବୈଜାନ ଗଣତାନ୍ତ୍ରିକ ଗଣରାଜ୍ୟ ପ୍ରତିଷ୍ଠାକୁ ସ୍ମରଣକରି ମେ ୨୮ ତାରିଖରେ ଆଜେରବୈଜାନ ଗଣତନ୍ତ୍ର ଦିବସ ପାଳନ ପାଳନ କରିଥାଏ । ଏହି ଦିବସଟିକୁ ସରକାରୀ ଉତ୍ସବ, ଭାଷଣ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରେ ଆଜେରବୈଜାନ ।