ମିଡିଆ ରିପୋର୍ଟ ଅନୁସାରେ ତହବୁର ରାଣା ନିଜ ପତ୍ନୀ ମମରାଜ ଅଖତର ରାଣା, ଦୁଇ ଝିଅ ଏବଂ ଗୋଟିଏ ପୁଅ ସହ ଚିକାଗୋରେ ରହୁଥିଲେ । ଏଠାରେ ତାଙ୍କର ଏକାଧିକ ବ୍ୟାବସାୟିକ ସଂସ୍ଥା ଥିବା କୁହାଯାଏ । ତାଙ୍କର ଏକ ଫାର୍ମ ହାଉସ ରହିଛି । କାନାଡାର ଅଟାୱାରେ ଏକ ଘର ଅଛି ଯେଉଁଠାରେ ତାଙ୍କର ରୋଗଗ୍ରସ୍ତ ବାପା ଏବଂ ଛୋଟ ଭାଇ ଅବ୍ବାସ ରାଣା ରୁହନ୍ତି ।
ଭାରତ ପହଞ୍ଚିବା ପରେ ତହବୁରକୁ ଦିଲ୍ଲୀର NIA କୋର୍ଟରେ ହାଜର କରାଯିବ। ଏହାପରେ ତାକୁ ନିଜ କଷ୍ଟୋଡିକୁ ନେଇପାରେ ଜାତୀୟ ତଦନ୍ତକାରୀ ସଂସ୍ଥା। ପୂର୍ବରୁ ଭାରତକୁ ପ୍ରତ୍ୟର୍ପଣ ବିରୋଧରେ ତହୱୁର ରାଣା କରିଥିବା ଆବେଦନକୁ ଖାରଜ କରିଥିଲେ ଆମେରିକା ସୁପ୍ରିମକୋର୍ଟ।
ମୁମ୍ବାଇ ଆତଙ୍କୀ ହମଲାର ଅନ୍ୟତମ ଅଭିଯୁକ୍ତ ତହବୁର ରାଣାକୁ ଭାରତ ଆଣିବ NIA ଟିମ୍ । ତହବୁରର ପ୍ରତ୍ୟର୍ପଣକୁ ନେଇ ତଦାରଖ କରିବେ ଅଜିତ୍ ଡୋଭାଲ ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୁଟନୈତିକ କ୍ଷେତ୍ରରେ ଭାରତକୁ ମିଳିଛି ବଡ଼ ସଫଳତା । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ଆତଙ୍କୀ ତହବୁର ରାଣାକୁ ଭାରତ ପଠାଇବା ପାଇଁ ମଞ୍ଜୁରୀ ଦେଇଛି ।