ସ୍ୱପ୍ନର ଦୁନିଆ ବାସ୍ତବରେ ଭିନ୍ନ ହୋଇଥାଏ। ସ୍ୱପ୍ନ ଦେଖିବା ଶୋଇବା ପରି ସ୍ୱାଭାବିକ ହୋଇଥାଏ। ଅନେକ ସମୟରେ ଏମିତି ହୁଏ ଯେ ଆମେ ସ୍ୱପ୍ନ ଦେଖି ଡରିଯିବା, ଦ୍ୱନ୍ଦ୍ୱରେ କିମ୍ବା ବିବ୍ରତ ହୋଇ ଉଠିପଡିବା। ତେବେ ଏହି ସ୍ୱପ୍ନ କେବଳ ତୁଚ୍ଛାଟାରେ ଘଟେ ନାହିଁ, ଏସବୁ ମଧ୍ୟ ଅନେକ କିଛି କୁହେ।
ପରିସ୍ଥିତିରେ ପଡ଼ି ବାପା ନିଜ ସ୍ୱପ୍ନ ପୁରଣ କରିପାରିଲେ ନାହିଁ । ଏବେ ସୁନା ପୁଅ କିନ୍ତୁ ବାପାଙ୍କ ସ୍ୱପ୍ନ ପୁରଣ କରିବ ଆଉ ସୁନା ପଦକ ଜିତି ବାପାର ଛାତିକୁ କୁଣ୍ଢେମୋଟ୍ କରିବ । ପୁଅ ଭିତରେ ଏମିତି କିଛି ପ୍ରତିଭା ଦେଖିଛନ୍ତି ପଞ୍ଚମ ଶ୍ରେଣୀରେ ପଢୁଥିବା ଆକାଶର ବାପା ଭକ୍ତ ସାଗର । ଉପାନ୍ତ କୋରାପୁଟରୁ ଆସିଛି ଏମିତି ଏକ ଭଲ ଖବର....
ସ୍ୱପ୍ନରେ ସାପ ଦେଖିଲେ କି ସଙ୍କେତ ମିଳିଥାଏ ? ଶୁଭ ନା ଅଶୁଭ ? କି ପ୍ରକାର ସାପଙ୍କୁ ଦେଖିଲେ କି ଫଳ ମିଳିଥାଏ ?
ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ମଣିଷ ତିଆରି କାରଖାନା । ଆଶା ଓ ଆଶ୍ୱାସନା । ଅ.. ଆରୁ ABCD । ଏଠାରେ ଶିକ୍ଷାର ଭିତ୍ତିପ୍ରସ୍ତର ଗଢିଥିଲେ ଦରଦୀ ପ୍ରକାଶ ରାଓ । ହେଲେ ତାଙ୍କ ସହ ଯେମିତି ଚାଲିଯାଇଥିଲା ଅନୁଷ୍ଠାନର ଜୀବନ । ଏବେ ପ୍ରକାଶଙ୍କ ଏହି ଅନୁଷ୍ଠାନକୁ ପୁଣି ମିଳିଛି ନୂଆ ଜୀବନ । ହୋଟେଲ ମ୍ୟାନେଜମେଣ୍ଟ ପାଠ ପଢି ଅଷ୍ଟ୍ରେଲିଆରେ ତାଲିମ ନେଉଥିବା ଝିଅ ଭାନୁପ୍ରିୟାଙ୍କୁ ଟାଣି ଆଣିଛି ବାପାଙ୍କ ଅଧୁରା ସ୍ୱପ୍ନ ।
ଭାଇଭଉଣୀଙ୍କ ପାଇଁ ଧନ୍ୟ ହୋଇଗଲା ଗାଁ । ଚିଠି ଲେଖି ସରକାରଙ୍କ ଉପରେ ଚାପ ପକାଇଦେଲେ । ଛୋଟ ଛୁଆ ଥିବା ବେଳେ ଗାଁର ସମସ୍ୟା ନେଇ ପୋଲ ତିଆରି କରିବାକୁ ଲେଖିଥିଲେ ଚିଠି । ଏବେ ପୋଲ ତିଆରି କାମ ସରିଲାଣି । ଗାଁ ଲୋକ ଏଇ ଭାଇଭଉଣୀଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି ।
କାଦୁଅ ମାଟିରେ ତିଆରି ହେଲା ୨ ମହଲା ମାଟି ଘର। ମାତ୍ର କେଇ ଲକ୍ଷ ଖର୍ଚ୍ଚ କରି ଏ ଦମ୍ପତି ତିଆରି କରିଛନ୍ତି ନୂଆ ଘର। ଭିତର ଦେଖିଲେ ଆପଣଙ୍କର ଉଡ଼ିଯିବ ହୋସ୍।
ଏ ଝିଅର ନିଷ୍ଠାକୁ ମାନିବାକୁ ପଡିବ । ବାପାମାଆ ଦୁଇ ଜଣଯାକ ଜଣକ ପରେ ଜଣେ ଚାଲିଗଲେ । ଘରେ ଆଉ କେହି ନଥିଲେ । ପ୍ରଶାସନ ଝିଅଟିକୁ ଆଣି ଗୋଟିଏ ଶିକ୍ଷାଶ୍ରମରେ ରଖି ପାଠ ପଢାଇଲା । ଏ ବର୍ଷ ଦଶମ ପାସ୍ କଲା । ହେଲେ ତା ପରେ ସମସ୍ତଙ୍କୁ ଚମକାଇଦେଲା, ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବାର ଲକ୍ଷ୍ୟ ରଖିଛି ଶର୍ମିଷ୍ଠା।