/odishatv-khabar/media/post_attachments/uploadimage/library/16_9/16_9_0/IMAGE_1737797258.jpg)
israeli Hostages
ଇସ୍ରାଏଲ-ହମାସ ମଧ୍ୟରେ ଜାରି ରହିଛି ଯୁଦ୍ଧବିରତି। ଏହାରି ଭିତରେ ହମାସ ପଣବନ୍ଦୀ ଥିବା ୪ ଇସ୍ରାଏଲ୍ ମହିଳାଙ୍କୁ ମୁକ୍ତ କରିବ ଆତଙ୍କୀ ସଂଗଠନ ହମାସ। ଏହି ମହିଳାଙ୍କ ନାଁ ସ୍ପଷ୍ଟ କରିଛି ହମାସ।
ପ୍ରଥମେ ୩୩ଜଣ ଇସ୍ରାଏଲୀଙ୍କୁ ଫେରାଇଥିଲା ହମାସ। ବର୍ତ୍ତମାନ ଆଉ ୪ଜଣଙ୍କୁ ମୁକ୍ତ କରିବ। ଏମାନେ ହେଲେ କରୀନା ଏରିଏବ୍, ଡେନିୟଲ ଗିବ୍ଲୋଆ, ନାମା ଲେବୀ ଏବଂ ଲିରି ଅବ୍ଲାଗ।
ଅକ୍ଟୋବର ୭ରୁ ଆକ୍ରମଣ ପରଠୁ ହମାସରେ ପଣବନ୍ଦୀ ଥିଲେ ଏହି ମହିଳାମାନେ। ଯୁଦ୍ଧ ବିରତି ପରେ ଏବେ ପଣବନ୍ଦୀଙ୍କୁ ମୁକ୍ତ କରୁଛି ହମାସ୍।
ଗାଜାରେ ବନ୍ଧକ ଥିବା ଲୋକଙ୍କ ସମ୍ପର୍କୀୟ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ଅପିଲ୍ କରିଥିଲେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ବନ୍ଧକଙ୍କୁ ମୁକ୍ତ କରିବା ନେଇ ଚାପ ପକାଇବାକୁ ଅପିଲ୍ କରିଥିଲେ। ଏହା ବଦଳରେ ଡଜନେ ପାଲେଷ୍ଟାନୀୟଙ୍କୁ ଛାଡ଼ିବ ଇସ୍ରାଏଲ୍ ।
ଇସ୍ରାଏଲ ଏବଂ ହମାସ ମଧ୍ୟରେ ୬ ସପ୍ତାହର ଯୁଦ୍ଧବିରତି ଲାଗୁ ହୋଇଛି । ଏହି ଅସ୍ତ୍ରବିରତିକୁ ମାତ୍ର ୬ ଦିନ ହୋଇଛି । ଏହି ଯୁଦ୍ଧବିରତି ବଦଳରେ ୯୦ଜଣ ପଣବନ୍ଦୀଙ୍କୁ ମୁକ୍ତ କରାଯିବ । ତେବେ କେତେ ପଣବନ୍ଦୀ ଜୀବିତ ଅଛନ୍ତି, ତା’କୁ ନେଇ ହମାସ ଏଯାଏଁ କୌଣସି ସଠିକ୍ ସୂଚନ ଦେଇନାହିଁ ।
ଯୁଦ୍ଧବିରତିର ପ୍ରଥମ ପର୍ଯ୍ୟାୟରେ ହମାସ ୩୩ ବନ୍ଧକଙ୍କୁ ମୁକ୍ତ କରିଥିଲା। ଏହା ବଦଳରେ ଶତାଧିକ ପାଲେଷ୍ଟାନୀୟଙ୍କୁ ଫେରାଇଥିଲା ଇସ୍ରାଏଲ। ରବିବାର ଯୁଦ୍ଧବିରାମର ପ୍ରଥମ ଦିନରେ ପ୍ରଥମେ ୩ଜଣ ଇସ୍ରାଏଲୀଙ୍କୁ ମୁକ୍ତ କରାଯାଇଥିଲା । ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ, ଇସ୍ରାଏଲ-ହମାସ୍ ଯୁଦ୍ଧରେ ୪୭ ହଜାରରୁ ଅଧିକ ପାଲେଷ୍ଟାନୀୟ ପ୍ରାଣ ହରାଇଛନ୍ତି । ଲକ୍ଷାଧିକ ଲୋକ ଆହତ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)