ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କୁଟନୈତିକ କ୍ଷେତ୍ରରେ ଭାରତକୁ ମିଳିଛି ବଡ଼ ସଫଳତା । ଆମେରିକା ସୁପ୍ରିମକୋର୍ଟ ମୁମ୍ବାଇ ଆକ୍ରମଣର ଦୋଷୀ ଆତଙ୍କୀ ତହବୁର ରାଣାକୁ ଭାରତ ପଠାଇବା ପାଇଁ ମଞ୍ଜୁରୀ ଦେଇଛି ।
ଖୋଲିବ ସନ୍ଦିଗ୍ଧ ଆତଙ୍କୀ ବୁଖାରୀର କଳାଚିଠା। ୫ ଦିନିଆ ରିମାଣ୍ଡରେ ଆଣି ବୁଖାରୀକୁ ଭୁବନେଶ୍ବରରେ ଘାଣ୍ଟୁଛନ୍ତି କ୍ରାଇମବ୍ରାଞ୍ଚ STF ସହ IB ଅଧିକାରୀ। ଆତଙ୍କବାଦୀଙ୍କ ସହ ସମ୍ଭାବ୍ୟ ଲିଙ୍କ୍, ନିଜକୁ ଡାକ୍ତର ଦର୍ଶାଇ ବହୁ ବିବାହ ପଛର ରହସ୍ୟ ଏବଂ ଓଡ଼ିଶାରେ ଆତ୍ମଗୋପନ ପଛର ସତ ଉଗାରୁଛନ୍ତି ଅଧିକାରୀ..
ଯାଜପୁର ଉପକାରଗାରରେ ବିଚାର ବିଭାଗୀୟ ହାଜତରେ ଅଛି ବୁଖାରୀ... ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ..
ଓଡ଼ିଶାରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କୀକୁ ନେଇ ହଇଚଇ । ଓଡ଼ିଶା ଭିତରେ ବୁଲୁଥିଲା ଛଦ୍ମବେଶୀ ରୂପରେ । ଦେଶ ବିରୋଧୀ ତତ୍ତ୍ୱ, ଠକେଇ ସହ ବୁଣୁଥିଲା ଆତଙ୍କୀ ନେଟୱାର୍କ । ଆଜି ଯେଉଁ ଯୁବକକୁ STF ଗିରଫ କରିଛି, ଯାହା ନାଁ ସଇଦ୍ ଈଶାନ୍ ବୁଖାରୀ ।