ଟ୍ରେନ୍ ନେଇଗଲା ଦୁଇ ଗୋଡ଼, ତଥାପି ହାରିଲେନି ଗଦାଧର। ଦିବ୍ୟାଙ୍ଗ ହେଲେ ବି ସେ ସକ୍ଷମ କେବଳ ସକ୍ଷମ ନୁହେଁ ସଫଳତା ତାଙ୍କୁ ଦେଇଛି ନୂଆ ପରିଚୟ। ନୂଆଦିଲ୍ଲୀରେ ଆୟୋଜିତ ୨୦ତମ ନ୍ୟାସନାଲ ପାୱାରଲିଫ୍ଟଙ୍ଗରେ ତୃତୀୟ ସ୍ଥାନ ସହ ପଦକ ହାସଲ କରିଛନ୍ତି ଶେରଗଡ଼ର ଗଦାଧର।
ବିଶ୍ୱ ମାଷ୍ଟର ଆଥଲେଟିକସ ଚାମ୍ପିୟନସିପରେ ପଦକ ଜିତିଲେ ଭଗବାନୀ ଦେବୀ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ କରାଯାଇଛି ।
ଅନେକ ଲୋକ ମୃତ୍ୟୁ ପୂର୍ବରୁ ନିଜ ମୂଲ୍ୟବାନ ଅଙ୍ଗ ଦାନ କରିଦିଅନ୍ତି, ଯାହାଫଳରେ ଜଣେ ଲୋକ ନିଜର ଜୀବନ ବଞ୍ଚାଇପାରିବ । ତେବେ ଜଣେ ମହିଳା ନିଜର ଅଙ୍ଗ ଦାନ କରି ତିନି ତିନୋଟି ମଣିଷର ଜୀବନ ବଞ୍ଚାଇଛନ୍ତି ।
ଷ୍ଟେଜ୍ ଉପରେ ପୂରା ତାଳ ଓ ଲୟରେ ଗୀତ ଏମିତି ଗାଉଛନ୍ତି ଯେ ବରିଷ୍ଠ ପୋଲିସ ଅଧିକାରୀମାନେ ବି ତାଳି ମାଡ଼ କରୁଛନ୍ତି । ୧୮ ବର୍ଷିୟା ଆଶା ଜନ୍ମରୁ ଦୃଷ୍ଟିବାଧିତ ହୋଇଥିଲେ ସୁଦ୍ଧା ସଙ୍ଗୀତ ପ୍ରତି ପିଲା ଦିନରୁ ରହିଛି ଅହେତୁକ ଦୁର୍ବଳତା । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସେ ସଂଗୀତ ପରିବେଷଣ କରି ସମସ୍ତଙ୍କ ମନକୁ ଛୁଇଁ ପାରିଛନ୍ତି । ତେବେ ଆଶାଙ୍କ ବାପା ଦିନ ମଜୁରିଆ କାମ କରୁଥିବା ବେଳେ ମାଆ ପର ଘରେ କାମ କରନ୍ତି । ଏତେ ସବୁ କଷ୍ଟ ପରେ ବି ଆଶା ହାର ମାନିନାହାନ୍ତି ବରଂ ଗୋଟିଏ ଭଲ ସିଙ୍ଗର କିମ୍ବା ଆଇଏଏସ୍ ହେବା ଲାଗି ସ୍ୱପ୍ନ ଦେଖୁଛନ୍ତି ଆଶା।
୬ ବର୍ଷରେ ୮ ଥର ଅପରେସନ୍ ହେଲେଣି । ଗୋଟିଏ ହାତ ବି ହରାଇଲେଣି । କିନ୍ତୁ ସେ ହାର ମାନିନାହାନ୍ତି...ବଞ୍ଚିବା ଲାଗି ସଂଘର୍ଷ କରୁଛନ୍ତି ୮୦ ବର୍ଷର ବୁଢୀ ମାଉସୀ
ଜଗତସିଂହପୁର ଜିଲ୍ଳାର ସଦର ବ୍ଲକ୍ ଅନ୍ତର୍ଗତ ଅଳା ପଂଚାୟତ ମକରମପୁର ଗ୍ରାମର ସାଗରବାଳା ପଟ୍ଟନାୟକ । ବାସନ୍ତୀ ଅପା ନାଁରେ ଘରେ ଘରେ ପରିଚିତ ସାଗରବାଳା ।୧୯୬୫ ମସିହାରେ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏଥିସହିତ ଆକାଶବାଣୀ କଟକର ନାଟକ ବିଭାଗରେ କଳା ପରିବେଷଣ କରିବା ସହିତ ଶେଷଶ୍ରାବଣ ଓ ମନଆକାଶ ପ୍ରଭୃତି ୧୦ ରୁ ଉର୍ଦ୍ଧ୍ୱ ଚଳଚିତ୍ରରେ ମଧ୍ୟ ସହ କଳାକାର ଭାବେ ଅଭିନୟ କରିଥିଲେ ସାଗରବାଳା
ବିନା ସ୍ୱାର୍ଥରେ ନିଜର ସବୁକିଛି ପିଲାଙ୍କ ପାଇଁ ସମର୍ପି ଦେଉଥିବା ବାପାମାଆକୁ କିନ୍ତୁ ପିଲାମାନେ ପାଣି ଗିଲାସଟେ ବି ଯାଚୁ ନାହାନ୍ତି । ଏମିତିକି ହାତ ଉଠେଇବାକୁ ବି ପଛାଉନାହାନ୍ତି । ଶେଷରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାକୁ ପଛାଇଲେ ନାହିଁ ପିତାମାତା । ମରିବା ପୂର୍ବରୁ ଲେଖିଗଲେ ସୁଇସାଇଡ୍ ନୋଟ୍ ।
ପ୍ରତିଦିନ କିଛି ନା କିଛି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ପ୍ରେରଣା ଯୋଗାଇଥାଏ । ନିକଟରେ ଜଣେ ଉବର୍ ଡ୍ରାଇଭର୍ଙ୍କ କାହାଣୀଙ୍କୁ ନେଇ ବେଶ୍ ଚର୍ଚ୍ଚା ହେଉଛି । ଜଣେ ଯାତ୍ରୀଙ୍କୁ କିଡ୍ନୀ ଦାନ କରି ସୋସିଆଲ୍ ମିଡିଆରେ ଚର୍ଚ୍ଚା ସାଉଁଟିଛନ୍ତି ଉବର୍ ଡ୍ରାଇଭର୍ ।
ମଣିଷ ଯୋଉଠି ବସୁଛି, କୁକୁର ବି ସେଇଠି ଶୋଉଛି । ଘର ଭିତରେ ଦିକିଦିକି ଚୁଲି ଜଳୁଛି । କେତେବେଳେ ଭାତ ଗଣ୍ଡାକ ହେବ ତାକୁ ସତେ ଯେମିତି ଅପେକ୍ଷା କରି ରହିଛି ବୁଢୀ ମାଉସୀ । ବୟସ ବି କିଛି କମ୍ ନୁହେଁ । ୭୩ ପାର୍ ହେଲାଣି । ପରିଣତ ବୟସରେ ଘର ଛପର କରିବା ବି ତା ପକ୍ଷରେ କଷ୍ଟ । ସେଇଠି ନୂଆ ଘର କରିବା କଥା ସ୍ୱପ୍ନ ସେ ଦେଖିବ ବା କାହିଁକି? କହିପାରନ୍ତି, ଆବାସ ଯୋଜନାରେ ତ ଶହଶହ ଲୋକଙ୍କୁ ଘର ମିଳୁଛି । ତାଙ୍କୁ କାହିଁକି ମିଳିଲାନି?
ଗଜପତି ମୋହନା ଟେଡ଼ାମା ଗାଁର ଦୁଃଖୀ ମଲ୍ଲିକ । ୫ ବର୍ଷ ପୂର୍ବରୁ ଦୁଃଖୀଙ୍କ ସ୍ୱାମୀ କୃଷ୍ଣଙ୍କୁ ଏମିତି ରୋଗ ମାଡ଼ିବସିଲା ଯେ ଉଠିବା ବସିବା ବି ତାଙ୍କ ପାଖରେ କଷ୍ଟସାଧ୍ୟ ହେଲା । ସ୍ୱାମୀ ବିଛଣାରେ ପଡ଼ିବା ପରେ ପୂରା ପରିବାରର ବୋଝ ଏବେ ଦୁଃଖୀଙ୍କ ଉପରେ । ମାଆର କଷ୍ଟକୁ ହାଲୁକା କରିବାକୁ ବଡ଼ ପୁଅ ଦାଦନ ଖଟିବାକୁ ଯାଇଛି ଆଉ ଝିଅ ବାଙ୍ଗାଲୋରରେ ସିଲେଇ ଶିଖୁଛି । ପିଲାମାନେ ଯାହା ଯେତିକି ଦେଉଛନ୍ତି ସେତିକିରେ ବଡ଼ କଷ୍ଟରେ ଚଳୁଛି ପରିବାର ।
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକର ସରସ୍ୱତୀ କୁଂଆରୀ । ଜନ୍ମରୁ ସେ ଦିବ୍ୟାଙ୍ଗ...ଗୋଟିଏ ହାତ ନାହିଁ କି ଗୋଡ଼ ଠିକ୍ରେ ଚାଲୁନି । ଏମିତିକି ସରସ୍ୱତୀ ଠିକ୍ରେ ଚାଲିବି ପାରନ୍ତିନି । କିନ୍ତୁ ନିଜର ଅସହାୟତା ପାଇଁ ସେ ହାର ମାନିନାହାନ୍ତି । ବରଂ କେମିତି ଟଙ୍କା ରୋଜଗାର ହେବ ସେନେଇ ଉପାୟ ଚିନ୍ତା କରିବା ପରେ ଏବେ ବାଉଁଶ ସାଜିଛି ତାଙ୍କର ବ୍ୟବସାୟ । ପାଖଆଖ ଗାଁରୁ ବାଉଁଶ ସଂଗ୍ରହ କରିବା ପରେ ଭିନ୍ନ ଭିନ୍ନ ସାମଗ୍ରୀ ତିଆରି କରିବାରେ ସେ ଲାଗିପଡ଼ନ୍ତି । କେତେବେଳେ କୁଲା ତ ଆଉ କେତେବେଳେ ଡଲା
ବାପା-ମାଆଙ୍କ ଅବର୍ତ୍ତମାନରେ ଦୁଇ ଭଉଣୀଙ୍କର ଦାୟିତ୍ୱ ନେବାକୁ ବି କେହିନାହାନ୍ତି । ଘରେ ଜେଜେ ବାପା ଅଛନ୍ତି । ହେଲେ ସିଏ ସେମାନଙ୍କର ସେବା କଣ କରିବେ ? ବରଂ ଦୁଇ ନାତୁଣୀ ତାଙ୍କର ଦାୟିତ୍ୱ ନେଉଛନ୍ତି । କେତେବେଳେ ଗୋଡ଼ ମୋଡି ଦେଉଛନ୍ତି ତ ଆଉ କେତେବେଳେ ଖୁଆଇ ଦେଉଛନ୍ତି । ବଡ଼ ଭଉଣୀ ଶୁଭସ୍ମିତା ସାନ ଭଉଣୀ ମଧୁସ୍ମିତାର ପୂରା ଦାୟିତ୍ୱ ନେଇଛି । ପଖାଳ ଭାତକୁ ଭେଣ୍ଡି ଖଟା କରି ଖୁଆଇ ଦେଉଛି । ଆଉ ମନେ ମନେ କହୁଛି, ହେ ଭଗବାନ ଆଉ ମତେ କଷ୍ଟ ଦିଅନି ।
ମାଲକାନଗିରି ସ୍ୱାଭିମାନଞ୍ଚଳ ଧୂଳିପୁଟ ପଂଚାୟତର ମାନ୍ଧାପାଲି ଗାଁର କାଙ୍ଗାରୁ ପରିବାର । ୬ ସନ୍ତାନଙ୍କ ମଧ୍ୟରୁ ୩ ଜଣ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହେବା ପରେ ଏଇ ସନ୍ତାନଙ୍କ ସହ ବଂଚିବା ଲାଗି ଅହରହ ସଂଗ୍ରାମ କରୁଛନ୍ତି ବିଧବା କାସୁଲ ଆମା । କାସୁଲଙ୍କ ଭାଗ୍ୟରେ କେବଳ ବିଡ଼ମ୍ବନା, ଅଭାବ ଆଉ ଅନାଟନ । କିଛି ସାହାଯ୍ୟ ମିଳିନଥିବାରୁ ଭାଗ୍ୟକୁ ଆଦରି ପଡ଼ିଛି ପୂରା ପରିବାର । ଜମିବାଡ଼ି ବୋଲି କିଛି ନାହିଁ। ଭଙ୍ଗା ଝାଟି ମାଟି ଜରି ଘୋଡା ଘରେ ଏବେ କଟୁଛି ଦିନ ।
ଦୀର୍ଘ ୫୫ ବର୍ଷ ପରେ ସେ ନିଜ ବନ୍ଧୁ ଖୋଜି ପାଇଛନ୍ତି । ଖୋଜିବାର କାରଣ ହେଉଛି ସ୍କୁଲ୍ ବେଳର ସେହି ସୁନା ମୁଦି ଫେରାଇବା ପାଇଁ ।
ବିଦ୍ୟୁତ ବିଭାଗରେ ଲାଇନମ୍ୟାନ୍ ଭାବରେ କାମ କରୁଥିଲେ ବାପା । ଦରମା ବି ସେମିତି କିଛି ଖାସ୍ ନଥିଲା । ହେଲେ ଝିଅକୁ ଡାକ୍ତର କରିବାର ନିଶା ତାଙ୍କୁ ପାଗଳ କରିଦେଇଥିଲା । ଦିନରାତି ଏକ କରି ମୁଣ୍ଡ ଝାଳ ତୁଣ୍ଡରେ ମାରି ରୋଜଗାର କରୁଥିଲେ ଟଙ୍କା । ହେଲେ ଭାଗ୍ୟର ବିଡ଼ମ୍ବନା ଆଗରେ ସବୁ ଯେମିତି ଛାରଖାର ହୋଇଯାଇଛି । ବିଜୁଳି ଖୁଣ୍ଟରେ ଜୀବନ ଯିବା ପରେ ବାପାକୁ ଝୁରି ଝୁରି କାନ୍ଦୁଛି ଝିଅ...ଗୁମୁରି ଗୁମୁରି କାନ୍ଦୁଛି ମାଆ ।
ବୟସର ଅପରାହ୍ନରେ ପହଞ୍ଚିଥିବା ଶଙ୍କର ଜେନାଙ୍କ ଦୁଃଖ ଶୁଣିଲେ ଆପଣଙ୍କ ଆଖିରୁ ଝରିଆସିବ ଲୁହ । ବୟସ ୯୨ ପାର ହେଲାଣି... ଘର ନୟାଗଡ଼ ଖଣ୍ଡପଡ଼ା ବ୍ଲକ ରାଣୀପଡ଼ା ଗାଁରେ l ନ୍ୟାୟ ଟିକେ ପାଇବା ପାଇଁ ନୟାଗଡ଼ ଜିଲ୍ଲାପାଳଙ୍କ ଅଫିସକୁ କେତେ ଥର ଯେ ଗଲେଣି ତାହାର କୌଣସି ହିସାବ ନାହିଁ l ନ୍ୟାୟ ପାଇବାକୁ ଆସୁଥିବା ବେଳେ ଅଫିସ ପିଣ୍ଡାରେ ବସି ଯାହାକୁ ଦେଖୁଛନ୍ତି ତାଙ୍କୁ ଗୁହାରି କରୁଛନ୍ତି । ହେଲେ ନ୍ୟାୟ ପାଇନାହାନ୍ତି ।
ଏହି ଛୋଟ ବିଦ୍ୟୁତ ପ୍ରକଳ୍ପ କରିବା ପାଇଁ କେଦାର ପ୍ରସାଦ ନିଜ ହାତରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।
ନିଖିଲ କାମାଥଙ୍କୁ ମାତ୍ର ୧୪ ବର୍ଷ ହୋଇଥିବା ବେଳେ ସେକେଣ୍ଡ୍ ହ୍ୟାଣ୍ଡ୍ ଫୋନ୍ ବିକ୍ରୟ କରିବା ଆରମ୍ଭ କରିଥିଲେ ।
ସଂସାରର ନିୟମ ବଡ଼ ବିଚିତ୍ର । କଥାରେ ଅଛି " ଦଇବ ଦଉଡି ମଣିଷ ଗାଈ, ଯେଣିକି ଟାଣଇ ସେଣିକି ଯାଇ" । ଠିକ୍ ଏମିତି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ କରଞ୍ଜିଆ ଝଲକାଣି ଗାଁରେ । ଝଲକାଣିର ମୋହନ ନାୟକ ଯେତିକି ରୋଜଗାର କରୁଥିଲେ ସେତିକିରେ କଷ୍ଟେମଷ୍ଟେ ଚଳୁଥିଲା ୭ ପ୍ରାଣୀର କୁଟୁମ୍ବ । ହେଲେ ଆକସ୍ମିତ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯାଏ । ବାପାଙ୍କ ଅବର୍ତ୍ତମାନରେ ୫ ପିଲାଙ୍କ ମୁହଁରେ ଆହର ଦେବା ଲାଗି ଅଣ୍ଟା ଭିଡିଥିଲେ ମାଆ ।
ଦିନେ ଶିକ୍ଷକତା କରୁଥିଲେ I ପିଲାଙ୍କୁ ଇଂରାଜୀ ପାଠ ପଢ଼ାଉଥିଲେ I କିନ୍ତୁ ପରିସ୍ଥିତିର ଦାଶ ହୋଇ ଏବେ ସେ ଭିକାରି ପାଲଟିଛନ୍ତି । ହେଲେ ରାସ୍ତାରେ ଇଂରାଜୀରେ କଥାବାର୍ତ୍ତା ହେଉଥିବାରୁ ଲୋକମାନେ ଜାଣିପାରୁଛନ୍ତି କି ସେ ଜଣେ ଉଚ୍ଚଶିକ୍ଷିତ ବୋଲି
ଭଦ୍ରକ ଜିଲ୍ଲା ଗେଲଟୁଆ ପଞ୍ଚାୟତ ଅଧିନ ବଗମରା ଗାଁର ମହେଶ୍ବର ନାୟକ ଓ ଜୟଶ୍ରୀ ନାୟକ । ଦୁହେଁ କିନ୍ତୁ ନିଃସନ୍ତାନ । ମନରେ ସନ୍ତାନ ନଥିବାର ଦୁଃଖ ନାହିଁ, କାରଣ ଏବେ ତାଙ୍କ ସଂସାରରେ ଯୋଡି ଯାଇଛନ୍ତି ୬୦ରୁ ଅଧିକ ପିଲା । ବିବାହ ପରେ ଦୀର୍ଘ ଦିନ ପରେ ମଧ୍ୟ ସନ୍ତାନ ନହେବାରୁ ଏବେ ସେ ନିଜକୁ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଛନ୍ତି । ଗାଁର ବହୁ ଗରିବ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ନିଜର ସନ୍ତାନ ଭାବି ନେଇଛନ୍ତି
ଭଦ୍ରକ ଓଲଙ୍ଗ ପଂଚାୟତ ସରମଙ୍ଗା ଗାଁର ସନ୍ତୋଷ ଶଙ୍ଖୁଆ । ବାହାର ରାଜ୍ୟରେ ରହି କାମ କରୁଥିଲେ । ଯେତିକି ଯାହା ରୋଜଗାର ହେଉଥିଲା ସେତିକିରେ ଚଳୁଥିଲା ପରିବାର । ହେଲେ କାମ କରୁ କରୁ ମୁଣ୍ଡରେ ପଡିଲା ବିରାଟ ଲୁହାଛଡ । ବାସ୍ ଏହାପରେ ତାଙ୍କ ଜୀବନରେ ମାଡିଆସିଲା ଘୋର ଅନ୍ଧକାର । ୩ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରି ନିଜର ଚିକିତ୍ସା କରାଇଲେ । କିନ୍ତୁ ସଂପୂର୍ଣ୍ଣ ସୁସ୍ଥ ହେଲେନି । ଡାକ୍ତର କହୁଛନ୍ତି, ଆହୁରି ଟଙ୍କା ଦରକାର । ଘରର ମେରୁଦଣ୍ଡ ରୋଗରେ ପଡିବା ପରେ ପରିବାର ଚଳିବା କଷ୍ଟ । ସେଇଠି ସନ୍ତୋଷଙ୍କ ଚିକିତ୍ସା ଲାଗି ଟଙ୍କା ଆସିବ କେଉଁଠୁ?
ହଜିଗଲା ମାନବିକତା, ମରିଗଲା ମଣିଷପଣିଆ । ଅଧାରାସ୍ତାରେ ହାତଛାଡି ଚାଲିଗଲା ଧୋକାବାଜ ମାଲିକ। । ମାଲିକ ଛାଡିଦେବା ପରେ ଡାଳପତ୍ର ଖାଇ ଅତି ଦୟନୀୟ ଅବସ୍ଥାରେ ବଂଚୁଛି ଓଟ । ଓଟର ଏମିତି କଥା ଶୁଣିବା ପରେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କି, ଓଟର ମାଲିକ ଗଲା କୁଆଡ଼େ? ବୁଢା ବୟସରେ ଓଟକୁ କାହିଁକି ଛାଡିଲା ? ଦର୍ଶକବନ୍ଧୁ ବୁଢା ହୋଇଗଲା ବୋଲି ମାଲିକ ଛାଡି ପଳେଇଲା । ମାଲିକକୁ ଖୋଜି ଖୋଜି ପାଇଲାନି ଓଟ...ସେଇଥି ଲାଗି ତ ଏମିତି ଗଳିକୁ ଗଳି ବୁଲିବୁଲି ନିଜ ମାଲିକକୁ ଖୋଜିବା ସହିତ ଜୀବନ ବଂଚାଇବା ଲାଗି ଡାଳପତ୍ରକୁ ବି ଚୋବାଇ ଦେଉଛି ।
ଅନେକ ଦିନ ହେଲାଣି ସ୍ନାୟୁ ରୋଗରେ ପୀଡିତ ଅଛନ୍ତି ସୁରେଶ ବଗର୍ତି। ପରିବାରର ଆର୍ଥିକସ୍ଥିତି ଭଲ ନଥିବାରୁ ରୋଗର ଚିକିତ୍ସା ବି ସଠିକ୍ ଭାବରେ ହେଉନାହିଁ । ଗୁହାରି କରିବା ପରେ ବିଜୁ ସ୍ୱାସ୍ଥ୍ୟକାର୍ଡଟିଏ ପାଇଲେ । ଭାବିଥିଲେ , ଏଇ କାର୍ଡ ନେଇ ଘରୋଇ ମେଡିକାଲରେ ଚିକିତ୍ସିତ ହେବେ କିନ୍ତୁ ସିଏ ବି ହେଲାନି । ଏମିତିକି ବିଜୁ ସ୍ୱାସ୍ଥ୍ୟକାର୍ଡ ଏଇ ମେଡିକାଲରେ କାମ କରୁନି ବୋଲି କହି ଫେରାଇ ଦେଇଥିଲେ ମେଡିକାଲ କର୍ତ୍ତୃପକ୍ଷ।
ଜଣେ ଭାଇ କଥା କହିପାରୁନି, ଆଉ ଜଣଙ୍କ ମୁଣ୍ଡ କାମ କରୁନି । କିନ୍ତୁ କେହି କାହାକୁ ଛାଡିବାକୁ ନାରାଜ୍ । ବିଶେଷକରି ମାନସିକ ଅନଗ୍ରସର ଭାଇର ଖୁବ ଯତ୍ନ ନେଉଛି କଥା କହିପାରୁନଥିବା ଭାଇ । ଦାଣ୍ଡ ଦୁଆରେ ଭାଇ ବସୁଛି...ତାକୁ ଖାଇବାକୁ ଦେବା ସହିତ ପୂରା ଯତ୍ନ ବି କରୁଛନ୍ତି । ହେଲେ ମାନସିକ ଅନଗ୍ରସର ଭାଇ କଥା କହିପାରୁନଥିବା ଭାଇଙ୍କୁ ଗାଳି ଦେଉଛି । ଅବଶ୍ୟ ତାଙ୍କ କଥାବାର୍ତ୍ତା କିଛି ବୁଝି ହେଉନାହିଁ ।