• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ପେଶା ଡାକ୍ତର, ନିଶା ରୋଗୀ ସେବା । ସେଇଥି ଲାଗି ତ ବୁଲି ବୁଲି ରାସ୍ତାରୁ ମାନସିକ ଅନଗ୍ରସର ଲୋକଙ୍କୁ ଉଦ୍ଧାର କରୁଛନ୍ତି । ଆଉ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିବା ସହିତ ସେବା ଯତ୍ନ ବି କରୁଛନ୍ତି । ଯୁବ ଡାକ୍ତରମାନେ ଯେଉଁଠି ମାନସିକ ରୋଗୀଙ୍କୁ ଦେଖନ୍ତି, ତାଙ୍କୁ ସାଙ୍ଗେ ସାଙ୍ଗେ ଉଦ୍ଧାର କରିବା ସହିତ ଆରମ୍ଭ କରି ଦିଅନ୍ତି ଚିକିତ୍ସା । ଖାଲି ଚିକିତ୍ସା କରନ୍ତି ତାହା ନୁହେଁ ବରଂ ସେମାନେ କେମିତି ଭଲ ହେବେ? ସେନେଇ ଦାୟିତ୍ୱ ବି ନିଅନ୍ତି ।

ଏଭଳି ମାନବିକତା ଦେଖାଇଛନ୍ତି କନ୍ଧମାଳ ଜିଲ୍ଲା ବ୍ରାହ୍ମଣପାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଯୁବ ଡାକ୍ତର ମାନେ । ଅପରିଚିତ ରୋଗୀଙ୍କୁ ରାସ୍ତାରେ ଅସହାୟ ଅବସ୍ଥାରେ ଦେଖିବା ପରେ ଆରମ୍ଭ କରିଦିଅନ୍ତି ଚିକିତ୍ସା ସେବା । ଆବଶ୍ୟକୀୟ ଚିକିତ୍ସା କରିବା ପରେ ତାଙ୍କର ଚୁଟି, ଦାଢ଼ି କାଟିବା ସହିତ ତାଙ୍କୁ ସଫାସୁତୁରା କରି ଗାଧେଇ ବି ଦିଅନ୍ତି । ପରେ ନୂଆ ପୋଷାକ ବି ପିନ୍ଧାଇ ଦିଅନ୍ତି । ଏହାପରେ ତାଙ୍କୁ ଅଧିକ ଚିକିତ୍ସା କରାଇବା ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରନ୍ତି ଯୁବ ଡାକ୍ତରମାନେ । ଉଦ୍ଧାର ହୋଇଥିବା ମାନସିକ ଅନଗ୍ରସର ବ୍ୟକ୍ତିମାନ ମଧ୍ୟରୁ କିଛି ଜଣ ନିଜର ଠିକଣା କହିପାରୁନଥିବାରୁ ଏନେଇ ସ୍ଥାନୀୟ ଥାନାକୁ ଖବର ଦିଅନ୍ତି ଡାକ୍ତର ।

ଆଜିକା ସମୟରେ ମଣିଷ ନିଜ ପରିବାର ଲୋକଙ୍କୁ ପଚାରୁନଥିବା ଅନେକ ନଜର ରହିଛି । ଏମିତିକି ବାପା-ମାଆଙ୍କୁ ପଚାରୁନାହାନ୍ତି ପିଲାଏ । ହେଲେ ଏଇ ଡାକ୍ତରମାନେ ଅସହାୟଙ୍କୁ ଯେମିତି ସାହାଯ୍ୟ କରୁଛନ୍ତି ତାହାକୁ ନେଇ ସ୍ଥାନୀୟ ଲୋକେ ବେଶ୍‌ ପ୍ରଶଂସା କରୁଛନ୍ତି ।

  • Reported by:
  • Trinath Sahoo