• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଚାଲିଥିଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ । ମଞ୍ଚ ଉପରକୁ ବର୍ଷକର ଛୁଆକୁ ଫିଙ୍ଗି ଦେଲେ ବାପା । କଥାଟା ଅଡୁଆ ଲାଗୁଥିଲେ ବି ସତ । ହେଲେ କାହିଁକି ନିଜ ଜନ୍ମକଲା ଛୁଆକୁ ଏମିତି ସମସ୍ତଙ୍କ ଆଗରେ ଫିଙ୍ଗିଦେଲେ ତାକୁ ନେଇ ସେଠାରେ ଉପସ୍ଥିତ ସମସ୍ତ ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଘଟଣାଟି ଘଟିଛି ମଧ୍ୟପ୍ରଦେଶରେ । ପୁଅର ଜୀବନ ଭିକ୍ଷା ପାଇଁ ବାପା ଏମିତି କରିଥିବା କୁହାଯାଉଛି । ଜାଣନ୍ତୁ ପୂରା ଘଟଣା..

ମଧ୍ୟପ୍ରଦେଶର ଜଣେ ଦିନ ମଜୁରିଆ ମୁକେଶ ପଟେଲ । ମଧ୍ୟପ୍ରଦେଶ କେଶଲି ତହସିଲ ଅନ୍ତର୍ଗତ ସାହାଜପୁର ଗ୍ରାମରେ ନିଜ ସ୍ତ୍ରୀ ନେହାଙ୍କ ସହ ରହୁଥିଲେ । ରବିବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ଭାଷଣ ଦେଉଥିବା ବେଳେ ମୁକେଶ ଏଭଳି ଏକ ଘଟଣା ଘଟାଇଲେ, ଯାହା ସେଠାରେ ଉପସ୍ଥିତ ଥିବା ଲୋକଙ୍କୁ ଚମକାଇଦେଲା । ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ବର୍ଷକର ଛୁଆକୁ ମଞ୍ଚ ଉପରକୁ ଫିଙ୍ଗିଦେଲେ ମୁକେଶ । ଛୁଆକୁ ମଞ୍ଚ ଉପରୁ ଉଠାଇ ମାଆକୁ ହସ୍ତାନ୍ତ କରିଥିଲେ ସିକ୍ୟୁରିଟି । ମୁକେଶଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଦୃଷ୍ଟି ଆକର୍ଷଣ କରିବା । କାହିଁକି ନା ସେ ନିଜ ପୁଅର ଜୀବନ ବଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାହଯ୍ୟ ମାଗୁଥିଲେ । ମୁକେଶଙ୍କ ଦୁଃଖ ଶୁଣି ସାରିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ବାସ୍ତବରେ ମୁକେଶ ଛୁଆ ଜନ୍ମ ହେବାର ତିନି ମାସ ପରେ ଜାଣିପାରିଲେ ତା’ର ହାର୍ଟରେ ଏକ ହୋଲ୍‌ ରହିଛି । ଯାହାର ଚିକିତ୍ସା ପାଇଁ ସେ ଡାକ୍ତରଙ୍କ ପରାମର୍ଶ ନେଲେ । ଚିକିତ୍ସା ପାଇଁ ବର୍ତ୍ତମାନ ସୁଦ୍ଧା ସେ ୪ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଥିଲେ ମଧ୍ୟ ଡାକ୍ତର ଏକ ମେଜର୍‌ ଅପରେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଯାହା ପାଇଁ ୩.୫ ଲକ୍ଷ ଟଙ୍କା ଆବଶ୍ୟକ । ପୁଅର ଜୀବନ ବଞ୍ଚାଇବା ପାଇଁ ତାଙ୍କ ପାଖରେ ଅର୍ଥବଳ ନାହିଁ । ଏଥିପାଇଁ ତାଙ୍କୁ ସରକାରୀ ସହାୟତା ନିହାତି ଆବଶ୍ୟକ । ସେ ବାରମ୍ବାର ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କରିବାକୁ ଯାଇଥିଲେ ମଧ୍. ତାଙ୍କ ସହ ଭେଟ ହେଇପାରୁନଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିଜ ଛୁଆକୁ ଷ୍ଟେଜ୍‌ ଉପରକୁ ଫିଙ୍ଗି ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ ମୁକେଶ ।

ଏସବୁ ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସ୍ଥାନୀୟ ଜିଲ୍ଲାପାଳ ଦୀପକ ଆର୍ୟାଙ୍କୁ ନିର୍ଦ୍ଦେଶ ଦେଲେ ଯେ ଏହି ମାମଲାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଉ । ମୁଖ୍ୟମନ୍ତ୍ରୀ ଶିବରାଜ ମଧ୍ୟ ମୁକେଶକୁ ସାହଯ୍ୟ କରିବା ପାଇଁ କହିଛନ୍ତି । ତେବେ ନିଜର ଛୁଆର ଜୀବନକୁ ବଞ୍ଚାଇବା ପାଇଁ ମୁକେଶ ଏଭଳି ପଦକ୍ଷେପ ନେଲେ, ଯାହା ବେଶ୍‌ ପ୍ରେରଣାଦାୟୀ ।