• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଉଚ୍ଚଶିକ୍ଷିତଙ୍କୁ ଏବେ ଘାରିଛି ବ୍ୟବସାୟ ଲୋଭ । ପାଠପଢ଼ି ବଡ଼ ଚାକିରିକୁ ହାତଛଡ଼ା କରିଦେଉଛନ୍ତି ଯୁବପିଢ଼ି । କିଏ ଚାକିରି ଛାଡ଼ି ଚା’ ଦୋକାନ ଖୋଲିଲାଣି ତ ଆଉ କିଏ କାଫେ । ଆପଣମାନେ ସୋସିଆଲ୍‌ ମିଡିଆରେ ଏଭଳି ଅନେକ କାହାଣୀ ଦେଖିଥିବେ ଓ ଶୁଣିଥିବେ । ସେହିଭଳି ଦୁଇ ଯୁବକ ରହିଛନ୍ତି, ଯିଏ ମାତ୍ର ୨୩ ବର୍ଷରେ ୧୫୦ କୋଟିର ମାଲିକ ହୋଇଛନ୍ତି ।

ଭାରତରେ ଚା’ର ଚାହିଦା ବହୁତ ଅଧିକ । ଚା’ ବେପାରରୁ ଲୋକେ ଅଧିକ ଲାଭବାନ ମଧ୍ୟ ହେଉଛନ୍ତି । ତେଣୁ ଏବେ ପ୍ରାୟ ଯୁବପିଢ଼ି ଚା’ ବେପାର କରିବାକୁ ଆଗ୍ରହ ଦେଖାଉଛନ୍ତି । CA ଏବଂ IAS ଭଳି ଚାକିରିକୁ ଅଣଦେଖା କରି ଏବେ ଚା’ ଦୋକାନ ଖୋଲୁଛନ୍ତି । ଯାହା ବଳରେ କୋଟି କୋଟି ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି ।

ଅଧିକ ପଢ଼ନ୍ତୁ: BBA ପାଠ ଛାଡ଼ି ଚା’ ବିକିଲେ; ଏବେ କୋଟିପତି

ମଧ୍ୟପ୍ରଦେଶ ରେୱାର ଦୁଇ ସାଙ୍ଗ ଆନନ୍ଦ ନାୟକ ଓ ଅନୁଭବ ଦୁବେ ଦୁହେଁ ସାରା ଦେଶରେ ୪୦୦ଟି ଚା’ ଦୋକାନ ଖୋଲିଛନ୍ତି । ବାର୍ଷିକ ୧୫୦ କୋଟି ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି । ବାସ୍ତବରେ ଅନୁଭବଙ୍କ ବାପା ଜଣେ ବ୍ୟବସାୟୀ । ସେ କିନ୍ତୁ ଚାହୁଁନଥିଲେ କି ଅନୁଭବ ପାଠପଢ଼ି ତାଙ୍କ ବ୍ୟବସାୟ ସମ୍ଭାଳୁ । ସେ ଚାହୁଁଥିଲେ କି ଅନୁଭବ IAS ଅଫିସର୍‌ ହୁଅନ୍ତୁ । ସେଥିପାଇଁ ସେ ଅନୁଭବଙ୍କୁ ଦିଲ୍ଲୀ UPSC ପରୀକ୍ଷା ପ୍ରସ୍ତୁତି ପାଇଁ ପଠାଇଥିଲେ । ପ୍ରଥମେ CA ପରୀକ୍ଷାରେ ବିଫଳ ହେବା ପରେ ସେ IAS ପରୀକ୍ଷା ପାଇଁ ପ୍ରସ୍ତୁତି କଲେ । କିନ୍ତୁ ସେ ଶେଷରେ ନିଷ୍ପତ୍ତି ନେଲେ ଯେ, ସେ ଚାକିରି ଛାଡ଼ି ବ୍ୟବସାୟ କରିବେ । ବର୍ତ୍ତମାନ ଅନୁଭବ ଚାଏ ସୁଟା ବାର୍‌ର କମ୍ପାନୀର କୋ-ଫାଉଣ୍ତର ରହିଛନ୍ତି ।

୨୦୧୬ ରେ ଉଭୟ ଆନନ୍ଦ ଓ ଅନୁଭବ ବ୍ୟବସାୟ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟବସାୟ ଆରମ୍ଭ କରିବାକୁ ଦୁହିଁଙ୍କ ପାଖରେ ଅର୍ଥର ଅଭାବ ଥିଲା । ଯେମିତି ସେମିତି କରି ଦୁହେଁ ୩ ଲକ୍ଷ ଟଙ୍କା ଯୋଗାଡ଼ କଲେ ଓ ଚା’ ଦୋକାନଟିଏ ଖୋଲିଲେ । ସେ ନିଜର ପ୍ରଥମ ଦୋକାନ ଲେଡିଜ୍‌ ହଷ୍ଟେଲ୍‌ ଆଗରେ ଖୋଲିଲେ । ଦୋକାନର ନାଁ ରଖିଲେ ‘ଚାଏ ସୁଟା ବାର୍‌’ । ପ୍ରଥମେ ଭଙ୍ଗା ଟେବୁଲ୍‌ରେ ବ୍ୟାନର୍‌ ଲଗାଇ ଦୋକାନ ଆରମ୍ଭ କଲେ । କାରଣ ଚକାଚକ୍‌ ଦୋକାନ ଖୋଲିବାକୁ ପାଖରେ ଅର୍ଥ ନଥିଲା ।

ବର୍ତ୍ତମାନ ଦୁହିଁଙ୍କର ଦେଶର ୧୯୫ ସହରରେ ୪୦୦ଟି ଦୋକାନ ଅଛି । କେବଳ ଭାରତ ନୁହେଁ, ଦେଶ ବାହାରେ ଯେପରି UK, କାନାଡା, ଦୁବାଇ ଓ ଓମାନରେ ମଧ୍ୟ ବ୍ୟବସାୟ ଚାଲିଛି । ଚାଏ ସୁଟା ବାର୍‌ର ବାର୍ଷିକ ରୋଜଗାର ପାଖାପାଖି ୧୫୦ କୋଟି । ଏହି କମ୍ପାନୀ ୨୫୦ କୁମ୍ଭାର ପରିବାରକୁ ରୋଜଗାରର ବାଟ ଦେଖାଇଛି । ଅନୁଭବଙ୍କ ଟିମ୍‌ରେ ଏବେ ୧୫୦ ରୁ ଅଧିକ ଲୋକ କାମ କରୁଛନ୍ତି, ଯେଉଁଥିରେ MBA ଏବଂ ଇଞ୍ଜିନିୟର ଛାତ୍ରଛାତ୍ରୀ ମଧ୍ୟ ରହିଛନ୍ତି ।